Advertisment

କଳା ପଲ୍‌ସରରେ ଆସିଥିଲେ; ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ସୁନାଚେନ, ମଙ୍ଗଳ ସୂତ୍ର ଲୁଟିନେଲେ

ଶୁଭ୍ରକାନ୍ତ ବାଇକ୍‌ ଅଟକାଇବା ପରେ ଦୁର୍ବୃତ୍ତମାନେ ବାଇକ୍‌ ପଛରେ ବସିଥିବା ଶିକ୍ଷୟିତ୍ରୀ ସୁଚିସ୍ମିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ତାଙ୍କଠାରୁ ସୁନାଚେନ, କାନଫୁଲ ଓ ମଙ୍ଗଳ ସୂତ୍ର ଲୁଟି ନେଇ ଚମ୍ପଟ ମାରିଥିଲେ।

Crime

Kamakhyanagar

Advertisment

କଳା ପଲ୍‌ସରରେ ଆସିଥିଲେ। ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀଙ୍କଠାରୁ ସୁନାଚେନ, ମଙ୍ଗଳ ସୂତ୍ର ଲୁଟିନେଲେ। ସ୍ୱାମୀଙ୍କ ସାମ୍ନାରେ ଦୁର୍ବୃତ୍ତମାନେ ପତ୍ନୀଙ୍କଠାରୁ ଲୁଟିନେଲେ ସୁନା ଅଳଙ୍କାର। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ୱର ଜାତୀୟ ରାଜ ପଥର ଶାମଳ ଛକ ନିକଟରେ ଘଟିଛି।

Advertisment

ଭୁବନ ଥାନା କିଙ୍ଗୋଳ ଗାଁର ଶିକ୍ଷକ ଶୁଭ୍ରକାନ୍ତ ପରିଡା ବାଇକରେ ତାଙ୍କ ପତ୍ନୀ ସୁଚିଶ୍ମିତା ସ୍ୱାଇଁଙ୍କୁ ଯମୁନାକୋଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାଡିବାକୁ ଯାଉଥିଲେ। ତେବେ ଶାମଳ ଜଙ୍ଗଲ ନିକଟରେ ପଛପଟୁ ଏକ କଳା ପଲସରରେ ଆସୁଥିବା ୩ ଯୁବକ ସେମାନଙ୍କ ସାଇଡ୍‌ ମାରିଥିଲେ। ପରେ ଶୁଭ୍ରକାନ୍ତଙ୍କ ବାଇକ୍‌କୁ ଦୁର୍ବୃତ୍ତମାନେ ଅଟକାଥିଲେ।

ଶୁଭ୍ରକାନ୍ତ ବାଇକ୍‌ ଅଟକାଇବା ପରେ ଦୁର୍ବୃତ୍ତମାନେ ବାଇକ୍‌ ପଛରେ ବସିଥିବା ଶିକ୍ଷୟିତ୍ରୀ ସୁଚିସ୍ମିତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ତାଙ୍କଠାରୁ ସୁନାଚେନ, କାନଫୁଲ ଓ ମଙ୍ଗଳ ସୂତ୍ର ଲୁଟି ନେଇ ଚମ୍ପଟ ମାରିଥିଲେ। ଜୀବନ ବିକଳେ ଶିକ୍ଷକ ଦମ୍ପତି ଚୁପ୍‌ ରହିଥିଲେ। ପରେ ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ପତ୍ତା ପାଇନି ପୁଲିସ୍‌।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Loot Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe