Advertisment

ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍‌

ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍‌କୁ ଫୋପାଡ଼ି ଦେଇଥିଲେ।

Arjun Patra

Arjun Patra

Advertisment

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ଥାନା ଅଞ୍ଚଳରେ ଆଜି ଦିନ ଦିପହରରେ ଜଣେ ପିଇଓଙ୍କଠାରୁ ୮ ଲକ୍ଷ ୫୯ ହଜାର ୩୦୦ ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ବିସିଂହପୁର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଅଭିଯୋଗ ଅନୁଯାୟୀ, ବୋରିଗୁମ୍ମା ବ୍ଲକ ବୋଡ଼ିଗାଁ ପଞ୍ଚାୟତର ପିଇଓ ଅର୍ଜୁନ ପାତ୍ରଙ୍କ ଠାରୁ ଏହି ଟଙ୍କା ଲୁଟ୍ ହୋଇଛି। ଶ୍ରୀ ପାତ୍ର ବ୍ଳକ୍ କାର୍ଯ୍ୟାଳୟରୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୮ ଲକ୍ଷ ୫୯ ହଜାର ୩୦୦ ଟଙ୍କା ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିଲେ। ସେ ବାଇକ୍‌ରେ ଯାଉଥିବା ବେଳେ ରତାଳି ରାସ୍ତାରେ ଏକ ନିଛାଟିଆ ଜାଗାରେ ୬ ଜଣ ଦୁର୍ବୃତ୍ତ ୩ଟି ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଛୁରୀ ଦେଖାଇ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ।

ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍‌କୁ ଫୋପାଡ଼ି ଦେଇଥିଲେ।

Advertisment

ଖବର ପାଇ ବୋଡ଼ିଗାଁ ସରପଞ୍ଚ କରୁଣା ବଡ଼ନାୟକ ଓ ସ୍ଥାନୀୟ ଲୋକ ପହଞ୍ଚି ପିଇଓଙ୍କ ବାଇକ ଏବଂ ଫୋନ୍ ଉଦ୍ଧାର କରି ପୁଲିସ ଏବଂ ବୋରିଗୁମ୍ମା ବିଡିଓଙ୍କୁ ଖବର ଦେଇଥିଲେ। ବିସିଂହପୁର ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିଥିବା ବେଳେ ଘଟଣାର ଛାନଭିନ ଜାରି ରଖିଛି।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe