Advertisment

ବ୍ୟବସାୟୀଙ୍କଠାରୁ ଝାମ୍ପି ନେଲେ ଅଧ କେଜିରୁ ଅଧିକ ସୁନା ଅଳଙ୍କାର

ରାସ୍ତାକଡ଼ରେ ଲାଗିଥିବା ସିସିଟିଭିରେ ଲୁଟ୍‌ ସମୟର ଦୃଶ୍ୟ କଏଦ ହୋଇଛି।

ଅଦ୍ୟତନ ହୋଇଛି
Loot

Loot

Advertisment

ବାଇକରେ ଆସିଲେ। ସୁନା ବ୍ୟବସାୟୀଙ୍କଠାରୁ ଝାମ୍ପିନେଲେ ଅଧ କେଜିରୁ ଅଧିକ ସୁନା ଅଳଙ୍କାର। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ନିକଟରେ।

Advertisment

ଆଜି ସକାଳେ ଜଣେ ସୁନା ବ୍ୟବସାୟୀ ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଦୋକାନ ଖୋଲିବାକୁ ଆସିଥିଲେ। ନିଜ ପାଖରେ ବ୍ୟାଗ ରଖି ଦୋକାନର ଚାବି ଖୋଲୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବ୍ୟବସାୟୀଙ୍କ ପାଖରୁ ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ବ୍ୟାଗରେ ଅଧ କେଜିରୁ ଅଧିକ ସୁନା ଅଳଙ୍କାର ଥିବା ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଘଟଣା ତଦନ୍ତ କରୁଛି।

ରାସ୍ତାକଡ଼ରେ ଲାଗିଥିବା ସିସିଟିଭିରେ ଲୁଟ୍‌ ସମୟର ଦୃଶ୍ୟ କଏଦ ହୋଇଛି। ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।

Advertisment
Loot Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe