Advertisment

ବ୍ୟାଙ୍କରୁ ଫେରୁଥିଲେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ, ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା

ସୁଶୀଲ ମାଝୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

author-image
Jitendra Garnayak
Sushil

Sushil

ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ତାଙ୍କଠାରୁ ଝାମ୍ପି ନେଇଛନ୍ତି ଟଙ୍କା ଭର୍ତ୍ତି ବ୍ୟାଗ। ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ରାଉରକେଲାର ସେକ୍ଟର ୧୯ ସ୍ଥିତ ଏସ୍‌ବିଆଇ ସମ୍ମୁଖରେ ଘଟିଛି ଏହି ଘଟଣା।

Advertisment

ଲୁଟ୍‌ର ଶିକାର ହୋଇଥିବା ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ନାଁ ସୁଶୀଲ ମାଝୀ। ତାଙ୍କ ଘର ରାଜଗାଙ୍ଗପୁରର କୁକୁଡ଼ା ଗାଁରେ। ସେ କହିଛନ୍ତି, ମୋ ଝିଅର ଟଙ୍କା ଦରକାର ଥିଲା। ତେଣୁ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଆସିଥିଲି। ବ୍ୟାଙ୍କରୁ ମୁଁ ୫ ଲକ୍ଷ ଟଙ୍କା ଉଠାଇଥିଲି। ମୁଁ ଏକ ଜରି ବ୍ୟାଗରେ ଟଙ୍କା ଧରି ମୋ ଗାଡ଼ି ପାଖକୁ ଯାଉଥିବା ବେଳେ ହଠାତ୍ ଦୁଇ ଜଣ କଳା ପଲସରରେ ପଛଆଡ଼ୁ ଆସି ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ ଟାଣି ନେଇଥିଲେ। ଚୋର ଚୋର ବୋଲି ମୁଁ ପାଟି କରିଥିଲି। ହେଲେ କେହି ସେମାନଙ୍କୁ ଗୋଡ଼ାଇଲେ ନାହିଁ। ଘଟଣା ସଂପର୍କରେ ମୁଁ ଥାନାରେ ଅଭିଯୋଗ କରିଛି।

ସେ ଆହୁରି କହିଛନ୍ତି, ବ୍ୟାଙ୍କକୁ ଆସିବା ବେଳେ ମୋ ଉପରେ କେହି ନଜର ରଖିଥିବା ମୁଁ ଜାଣି ନାହିଁ। ବାଟରେ ମୁଁ କାହା ସହିତ କଥା ହୋଇନି। ଘରୁ ବାହାରି ସିଧା ବ୍ୟାଙ୍କରେ ପହଞ୍ଚିଥିଲି।

Advertisment

ରାଉରକେଲା ଡିଏସ୍‌ପି ପୁଷ୍ପାଞ୍ଜଳି ନିଙ୍ଗୀ କହିଛନ୍ତି ଯେ ସୁଶୀଲ ମାଝୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

Loot