Advertisment

ଶ୍ୱଶୁର ଘର ଯାଉଥିବା ବେଳେ ବ୍ଲାଙ୍କ ଫାୟାରିଂ କରି ଝାମ୍ପି ନେଲେ

ଠେଲାପେଲା ଭିତରେ ଦୁର୍ବୃତ୍ତମାନେ ବ୍ଲାଙ୍କ ଫାୟାରିଂ କରିଥିଲେ। ଯେଉଁଥିପାଇଁ ବିଶ୍ୱ ଓ ତାଙ୍କ ପତ୍ନୀ ଭୟଭୀତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତପସ୍ୱିନୀଙ୍କ ବେକରେ ପଡ଼ିଥିବା ସୁନା ଚେନ୍‌କୁ ଝାମ୍ପି ନେଇଥିଲେ।

Police

Police

Advertisment

ପତ୍ନୀଙ୍କୁ ଧରି ଶ୍ୱଶୁର ଘର ଯାଉଥିଲେ ଜ୍ୱାଇଁ। ହେଲେ ଅଧା ରାସ୍ତାରେ ବ୍ଲାଙ୍କ ଫାୟାରିଂ କରି ସ୍ୱାମୀଙ୍କ ଆଗରେ ପତ୍ନୀଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଲେ ୩ ଦୁର୍ବୃତ୍ତ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଛି।

Advertisment

କବିସୂର୍ଯ୍ୟନଗର ଥାନା ବଇରାଣୀ ଗାଁର ବିଶ୍ୱ ପ୍ରସାଦ ବାଡ଼କିଆ ଓ ତାଙ୍କ ପତ୍ନୀ ତପସ୍ୱିନୀ ବାଡ଼କିଆ ବାଇକ୍‌ରେ ଖଲ୍ଲିକୋଟ୍‌ ବଜାରରେ ହେଉଥିବା ଭଜନ ସନ୍ଧ୍ୟା ଦେଖିବାକୁ ଯାଇଥିଲେ। ଭଜନ ସନ୍ଧ୍ୟା ଦେଖିବା ପରେ ପତ୍ନୀଙ୍କୁ ଧରି ଶ୍ୱଶୁର ଘର ସିଧାପଲ୍ଲୀ ଗାଁକୁ ଯାଉଥିଲେ ବିଶ୍ୱ ପ୍ରସାଦ। ହେଲେ ମାଟିଆସାହି ରାସ୍ତାରେ ୩ ଜଣ ଯୁବକ ସେମାନଙ୍କୁ ପିଛା ଅଟକାଇଥିଲେ। ଦୁର୍ବୃତ୍ତମାନେ ତପସ୍ୱିନୀଙ୍କ ବେକରେ ଥିବା ସୁନା ଚେନ୍‌ ଲୁଟି ନେବା ପାଇଁ ଉଦ୍ୟମ କରୁଥିଲେ। ହେଲେ ବିଶ୍ୱ ବିରୋଧ କରିଥିଲେ। ଯାହାଫଳରେ ଉଭୟଙ୍କ ଭିତରେ ରାସ୍ତାରେ ଠେଲାପେଲା ହୋଇଥିଲା।

ଠେଲାପେଲା ଭିତରେ ଦୁର୍ବୃତ୍ତମାନେ ବ୍ଲାଙ୍କ ଫାୟାରିଂ କରିଥିଲେ। ଯେଉଁଥିପାଇଁ ବିଶ୍ୱ ଓ ତାଙ୍କ ପତ୍ନୀ ଭୟଭୀତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତପସ୍ୱିନୀଙ୍କ ବେକରେ ପଡ଼ିଥିବା ସୁନା ଚେନ୍‌କୁ ଝାମ୍ପି ନେଇଥିଲେ। ଖବର ପାଇଁ ଖଲ୍ଲିକୋଟ ଥାନା ଅଧିକାରୀ ଓ ଛତ୍ରପୁର ଏସ୍‌ଡିପିଓ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଖୋକା ଜବତ କରିବା ସହିତ ରାସ୍ତା ପାର୍ଶ୍ୱରେ ଲାଗିଥିବା ବିଭିନ୍ନ ଦୋକାନର ସିସିଟିଭି ଯାଞ୍ଚ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି।

Advertisment

ରିପୋର୍ଟ- ଖଲ୍ଲିକୋଟ୍‌ରୁ ଶିଲୁ ବିଶ୍ୱାଳ

Ganjam Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe