Advertisment

ଲୁଟ୍‌ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା

ଏୟାଫିଲ୍‌ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍‌ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍‌ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍‌ରୁ ପଡ଼ି ଯାଇଥିଲେ।

Crime

Crime

Advertisment

ଲୁଟ୍‌ ବେଳେ ରାଜଧାନୀ ଭୁବନେଶ୍ୱରରେ ଯାଇଥିଲା ମହିଳାଙ୍କ ଜୀବନ। ୧୨ ଦିନ ପରେ ଚେନ୍‌ ଲୁଟେରାକୁ ଝାରଖଣ୍ଡରୁ ଧରିଲା କମିଶନରେଟ୍‌ ପୁଲିସ୍‌। ହେଲେ ତା’ ସହଯୋଗୀ ଏବେ ମଧ୍ୟ ଫେରାର ଅଛି। ତାକୁ ଧରିବା ପାଇଁ ଝାରଖଣ୍ଡ ପୁଲିସ୍‌ର ସହାୟତା ନେଉଛି କମିଶନରେଟ୍‌ ପୁଲିସ୍‌।

Advertisment

ଝାରଖଣ୍ଡ ଇଷ୍ଟ ସିଂହଭୂମୀର ରାଜା ନାଇଡୁ ଓରଫ ଝିଙ୍ଗୁରୁ ପେଶାରେ ଜଣେ ଲିଫ୍ଟ ମିସ୍ତ୍ରୀ। ସେ ଓ ତାଙ୍କ ସାଥୀ ସୁନ୍ଦରପଦାରେ ଏକ ଆପାର୍ଟମେଣ୍ଟରେ ଘର ଭଡ଼ା ନେଇ ରହୁଥିଲେ। ଲିଫ୍ଟ ମେଣ୍ଟେନ୍ସ କାମ ହୋଇଥିଲେ ମଧ୍ୟ ଅଧିକ ରୋଜଗାର ପାଇଁ ଲୁଟ୍‌ପାଟ କରୁଥିଲେ। ଲୁଟ୍‌ ପୂର୍ବରୁ ସେମାନେ ପ୍ରଥମେ ଯୋଜନା ପ୍ରସ୍ତୁତ କରନ୍ତି। ତା’ପରେ ଲୁଟ୍‌ କରି ଚମ୍ପଟ ମାରନ୍ତି। ଯୋଜନା ମୁତାବକ ଗତ ୧୧ ତାରିଖରେ ଅପରାହ୍ନରେ ସ୍ୱାମୀଙ୍କ ସହ ୟୁ.ବିଷ୍ଣୁ ପାତ୍ର ବାଇକ୍‌ରେ ଯାଉଥିବା ବେଳେ ପିଛା କରିଥିଲେ ରାଜା ଓ ତାଙ୍କ ସାଥୀ। ବାଇକ୍‌ ପଛରେ ବସିଥିଲେ ରାଜା ଓ ଚଲାଉଥିଲେ ତାଙ୍କ ସାଥୀ।

ଏୟାଫିଲ୍‌ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍‌ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍‌ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍‌ରୁ ପଡ଼ି ଯାଇଥିଲେ। ପରେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ କରି ରାଜା ଓ ତାଙ୍କ ସହଯୋଗୀ ଚମ୍ପଟ ମାରିଥିଲେ। ଅନ୍ୟପକ୍ଷରେ ତଳେ ପଡ଼ିଯିବାରୁ ୟୁ. ବିଷ୍ଣୁ ପାତ୍ରଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପରେ ଅର୍ଥାତ ୧୩ ତାରିଖରେ ୟୁ.ବିଷ୍ଣୁ ପାତ୍ରଙ୍କ ଦେହାନ୍ତ ହୋଇଥିଲା। ଏହା ପରେ ପରିବାର ଲୋକେ ଏନେଇ ଏୟାର ଫିଲ୍‌ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗ ପରେ ତତ୍ପର ହୋଇଥିଲା କମିଶନରେଟ୍‌ ପୁଲିସ୍‌। ମାମଲାର ତଦନ୍ତ ପାଇଁ ୬ଟି ଟିମ୍‌ ଗଠନ କରିଥିଲେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର। ଗତ ୬ ମାସ ଭିତରେ ପୁରୀ, ନିମାପଡ଼ା, ଖୋର୍ଦ୍ଧା, ଝାରପଡ଼ା ଜେଲ୍‌ରେ ଥିବା ବା ବାହାରିଥିବା ଅଭିଯୁକ୍ତଙ୍କୁ ଟ୍ରାକ୍‌ କରାଯାଇଥିଲା। ପ୍ରାୟ ୭୬ ଜଣ ପେଶାଦାର ଲୁଟେରାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା। ଲୁଟେରାଙ୍କ ସମ୍ପର୍କରେ ତଥ୍ୟ ପାଇବା ପାଇଁ ୪୦୦ରୁ ଅଧିକ ସିସିଟିଭି ଯାଞ୍ଚ କରାଯାଇଥିଲା। ହେଲେ କୌଣସି ସୂଚନା ମିଳିନଥିଲେ।

ଡିସିପି ପିନାକ ମିଶ୍ରଙ୍କ କହିବା ଅନୁସାରେ ତଦନ୍ତ ବେଳେ ଝରଖଣ୍ଡର ଲିଙ୍କ ମିଳିଥିଲା। ଏହା ପରେ ୪ଟି ଟିମ୍‌ ଝାରଖଣ୍ଡ ଯାଇଥିଲା। ସେଠାରେ ୪ ଦିନ ଧରି ୧୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଥିଲେ। ତେବେ ଇଷ୍ଟ ସିଂହଭୂମିରେ ଚଢ଼ଉ କରି ପୁଲିସ୍‌ ରାଜାକୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜାର କରିଥିଲା। ତା’ପରେ ପୁଲିସ୍‌ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ତେବେ ତାଙ୍କ ସହଯୋଗୀ ଫେରାର ହୋଇଯାଇଛି। ତାଙ୍କୁ ଗିରଫ କରିବା ପାଇଁ ଝାରଖଣ୍ଡ ପୁଲିସ୍‌ର ସହାୟତା ନିଆଯାଉଛି। ଲୁଟ୍‌ ପରେ ରାଜା ଓ ତାଙ୍କ ସହଯୋଗୀ ବାଇକ୍‌ରେ ଝାରଖଣ୍ଡ ପଳାଇ ଯାଇଥିଲେ। ତାଙ୍କଠାରୁ ଲୁଟ୍‌ ବେଳେ ପିନ୍ଧିଥିବା ସାର୍ଟ, ସୁନା ଚେନ୍‌ ଜବତ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe