Advertisment

ଦିନ ଦ୍ୱିପ୍ରହରେ ରାଜଧାନୀରେ ଲୁଟ୍‌, ଘରେ ପଶି ନେଇଗଲେ ସୁନା ଗହଣା

ଲୁଟେରା ମାନେ ଗହଣା ସହ ଟଙ୍କା ଚୋରି କରି ନେଇଯାଇଛନ୍ତି

author-image
Biswajit Samal
ଅଦ୍ୟତନ ହୋଇଛି
Loot

Loot

ରାଜଧାନୀରେ ପୁଣି ଲୁଟ୍‌। ତାହା ପୁଣି ଦିନ ଦ୍ୱିପ୍ରହରେ। ସ୍ମାସିର୍ଟିରେ ପୁଲିସ ଆଖିରେ ଧୁଳିଦେଇ ଲୁଟିନେଲେ ଲୁଟେରା। ଘରେ ପଶି କଳାକନା ବୁଲେଇକି ଚାଲିଗଲେ। ଏଭଳି ଅଭିଯୋଗ ଆସିଛି ଏୟାର ଫିଲଡ ଥାନା କେଉଟ ସାହିର ୧୯୭୩ ନମ୍ବର ପ୍ଳଟ ରୁ।

Advertisment

କେଉଟ ସାହିର ବାସିନ୍ଦା ଅଟନ୍ତି ରିନା ପ୍ରଧାନ। ରିନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ଝିଅର ସେମିଷ୍ଟାର ପଇସା ଜମାକରିବା ପାଇଁ କଲେଜକୁ ଯାଇଥିଲେ। ଯିବାବେଳେ ଘରର ୩ଟି ଗେଟ୍‌ରେ ତଲା ପକାଇ ଯାଇଥିଲେ। ରିନା କାମ ସାରି ପ୍ରୟା ୨ଘଣ୍ଟା ପରେ ଘରକୁ ଫରିଥିଲେ। ସେ ଦେଖିଲେ ଘର ବାହାର ଗେଟ୍‌ ତାଲା ଭଙ୍ଗାହୋଇଛି ଘର ଭିତର କବାଟ ବି ଖୋଲା ରହିଛି। ଘରର ଜିନିସ ପତ୍ର ସବୁ ଏଣେ ତଣେ ପଡ଼ିଛି। ଏହା ଦେଖି ରିନାଙ୍କ ପାଦତଳୁ ମାଟି ଖସିପଡ଼ିଥିଲା। ରିନା ଘର ଭିତରେ ବୁଲି ଦେଖିଲେ ଲକର ଭାଙ୍ଗି ଲୁଟେରା ମାନେ ୩୦ ଭରିର ଗହଣା ସହ ନଗତ ୧୦ ହଜାର ଟଙ୍କା  ଚୋରି କରି ନେଇଯାଇଛନ୍ତି। ଏନେଇ ରିନା ସଙ୍ଗେସଙ୍ଗେ ପୁଲିକୁ ଜଣାଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଲୁଟ୍‌ର ଶିକାର ହୋଇଥିବା ରିନା ପ୍ରଧାନ କହିଛନ୍ତି, ଚୋରି ହୋଇଥିବା ଦେଖିବା ପରେ ମୁଁ ସଙ୍ଗେସଙ୍ଗେ ଏୟାର୍ ଫିଲ୍ଡ ଥାନାକୁ ଯାଇ ସେଠାରେ ଲିଖିତ ଅଭିଯୋଗ କରିଛି। ମୋର ୩୦ ଭରିର ସୁନା ସହ ୧୦ ହଜାର ଟଙ୍କା ଚୋରି ହୋଇଯାଇଛି। ପୁଲିସ ଘରକୁ ଆସି ତଦନ୍ତ କରିବା ରେ ଘରେ ପଡ଼ିଥିବା ଭଙ୍ଗା ତାଲାକୁ ନେଇଯାଇଛି। 

Advertisment
Loot Lootera