ଝରକା ଗ୍ରୀଲ କାଟି ବ୍ୟାଙ୍କରେ ପଶିଲେ। ପରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅର୍ନ୍ତଗତ ଖପରାପଦା ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଏହି ଚୋରି ହୋଇଛି।
ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଗ୍ୟାସ କଟରରେ ଝରକାରର ଗ୍ରୀଲ କାଟି ବ୍ୟାଙ୍କ ଭିତରେ ପଶିଥିଲେ। ପରେ ବ୍ୟାଙ୍କରେ କଳାକନା ବୁଲାଇ ଦେଇଥିଲେ। ଆଜି ସକାଳେ ବ୍ୟାଙ୍କ ଝରକା ତଡ଼ା ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ବ୍ୟାଙ୍କ ମ୍ୟାନେଜର୍ ଏବଂ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବାଲିଆପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡ଼ି ନାହିଁ।
Also Read
ସୂଚନାଯୋଗ୍ୟ, ୫ବର୍ଷ ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କରୁ ଚୋରି ହୋଇଥିଲା। ବାରମ୍ବାର ଚୋରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କଡ଼ାକଡି କରିବାକୁ ଦାବି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଶିମିଳିପାଳ କୋର ଏରିଆରେ ବନ୍ଧୁକ ଧରି ବୁଲୁଥିଲେ; ବାନ୍ଧିଲା ବନ ବିଭାଗ
ବନ୍ଧୁକ ରଖିଥିବାରୁ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ହେବ ବୋଲି ଦକ୍ଷିଣ ଶିମିଳିପାଳର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
Crime
ଫିଲ୍ମ ଷ୍ଟାଇଲରେ ଲୁଟ୍; ଘରେ ପଶିବା ପାଇଁ କୁକୁଡ଼ାକୁ ମୋହରା କଲେ ଡକାୟତ
ଲୁଟ୍ କରିବା ପାଇଁ ଆସିଲେ, ଭାଡ଼ିରୁ କୁକୁଡ଼ା ଖୋଲିଦେଲେ।
Crime
ରାଉରକେଲାରୁ ରାଞ୍ଚି ଯାଉଥିବା ବସ୍ରୁ ଗଞ୍ଜେଇ ଜବତ
ଆଜି ରାଉରକେଲାରୁ ରାଞ୍ଚି ଅଭିମୁଖେ ଯାଉଥିବା ‘ଅରନବ’ ନାମକ ଘରୋଇ ବସ୍। ସେହି ବସ୍କୁ ଝାଡ଼ଖଣ୍ଡ ପୁଲିସ୍ ବାଂଶଜୋର ପାଣ୍ଡି ଖମନଡାଣ୍ଡ ନିକଟରେ ଅଟକାଇ ଯାଞ୍ଚ କରିଥିଲା।
Crime
ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଗିରଫ
ଗତ ୩୦ ତାରିଖରେ ନାବାଳିକା ନିଜ ସମ୍ପର୍କୀ ଭାଇଙ୍କ ସହିତ ସମ୍ୱଲପୁର ଜିଲ୍ଲା ରଙ୍ଗବତୀ ବିଲୁଙ୍ଗ ଗାଁରେ ଆୟୋଜିତ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ କିଛି ଯୁବକଙ୍କ ସହିତ ନାବାଳିକାଙ୍କ ଭାଇଙ୍କର କଥା କଟାକଟି ହୋଇଥିଲା।
Crime
ପାରିବାରିକ କଳହର ଉଗ୍ରରୂପ; ଛୁଆ ପରେ ଚାଲିଗଲା ମା’ର ଜୀବନ
ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଶୁଭରଂଜନ ଲେଙ୍କାଙ୍କୁ ଅଟକ ରଖି ପଚରାଉଚରା କରୁଛି।