Advertisment

ଲିଭ୍‌ ଇନ୍‌ରେ ଥିଲେ, ଘର ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ଦୁର୍ଗାପୁର ଗାଁର ବର୍ଷା ଚାମ୍ପିୟାଙ୍କୁ ଗୋପୀ ପିଙ୍ଗୁଆ ପ୍ରେମ କରୁଥିଲେ। ଗୋପୀଙ୍କ ଘର ମଧ୍ୟ ସେହି ଗାଁରେ। ଯେଉଁଥିପାଇଁ ଉଭୟ ଦୀର୍ଘ ଦିନ ଧରି ଲିଭ୍‌ ଇନ୍‌ରେ ରହୁଥିଲେ। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ ସପନ ଦେଖୁଥିଲେ।

undefined

Love Bird

Advertisment

ଦୀର୍ଘ ଦିନ ଧରି ଲିଭ୍‌ ଇନ୍‌ରେ ଥିଲେ ପ୍ରେମି ଯୁଗଳ। ବାହା ହେବା ପାଇଁ ଦେଖୁଥିଲେ କେତେ ସପନ। ହେଲେ ବାହାବେଦୀରେ ବସିବା ପୂର୍ବରୁ କୋକେଇରେ ଶୋଇଗଲେ। ଉଭୟଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି। ଏପରି ହୃଦୟବିଦାରକ ଘଟଣା ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଘଟିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। କାରଣ ଜଣାପଡ଼ି ନାହିଁ।

Advertisment

ଦୁର୍ଗାପୁର ଗାଁର ବର୍ଷା ଚାମ୍ପିୟାଙ୍କୁ ଗୋପୀ ପିଙ୍ଗୁଆ ପ୍ରେମ କରୁଥିଲେ। ଗୋପୀଙ୍କ ଘର ମଧ୍ୟ ସେହି ଗାଁରେ। ଯେଉଁଥିପାଇଁ ଉଭୟ ଦୀର୍ଘ ଦିନ ଧରି ଲିଭ୍‌ ଇନ୍‌ରେ ରହୁଥିଲେ। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ ସପନ ଦେଖୁଥିଲେ। କାମଦାମ କରି ବେଶ୍‌ ହସ ଖୁସିରେ ଚଳୁଥିଲେ। ହେଲେ ଆଜି ସକାଳେ ସେମାନଙ୍କ ଘରର କବାଟ ଖୋଲିନଥିଲା। ସକାଳ ଯାଇ ମଧ୍ୟାହ୍ନ ହେଲା। ଘରର କବାଟ ଖୋଲିଲା ନାହିଁ। ଡାକିଲେ ମଧ୍ୟ ଘର ଭିତରୁ କୌଣସି ଉତ୍ତର ଆସିଲା ନାହିଁ।

ତେଣୁ ଗାଁ ଲୋକଙ୍କ ମନରେ ସନ୍ଦେହ ହେଲା। ତେଣୁ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ସେହି ସମୟରେ ବର୍ଷା ଓ ଗୋପୀ ଗୋଟିଏ ଶାଢ଼ୀରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ପରେ ଏନେଇ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଏହା ଆତ୍ମହତ୍ୟା ନା ହତ୍ୟା, ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur Love Birds Love Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe