Advertisment

ଝିଅକୁ ୧୬, ପୁଅକୁ ୧୭; କାହିଁକି ନେଲେ ଚରମ ନିଷ୍ପତ୍ତି?

ପରିବାର ଲୋକଙ୍କ ଜେରାର ସମ୍ମୁଖୀନ ହେବା ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ସାଥ୍‌ ସାଥ୍‌ ଜୀଇଁବାର ଶପଥ ନେଇଥିବା ପ୍ରେମୀ ଯୁଗଳ ଆଜି ସକାଳେ ଗାଁ ମୁଣ୍ଡ ତେନ୍ତୁଳି ଗଛରେ ଝୁଲି ପଡ଼ିଥିଲେ।

author-image
Manoranjan Sial
undefined

Love Bird

ଝିଅକୁ ୧୬, ପୁଅକୁ ୧୭। କଅଁଳ ବୟସରେ ପଡ଼ିଥିଲେ ପ୍ରେମରେ। ଉଡ଼ି ବୁଲୁଥିଲେ ପରି ରାଇଜରେ। ବାହା ହେବା ପାଇଁ ଦେଖୁଥିଲେ କେତେ ସପନ। ହେଲେ ହଠାତ୍‌ କ’ଣ ହେଲା, ନେଲେ ଚରମ ନିଷ୍ପତ୍ତି? ସାଥୀ ହୋଇ ଜୀଇଁବାର ଶପଥ ନେଇଥିବା ପ୍ରେମୀ ଯୁଗଳ ଗାଁ ମୁଣ୍ଡ ତେନ୍ତୁଳି ଗଛରେ ଝୁଲି ପଡ଼ିଲେ! ଏପରି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଞ୍ଚଳରେ ଘଟିଛି।

Advertisment

ଝରିଗାଁ ଥାନା ଚକଲାପଦର ପଞ୍ଚାୟତର କୁନା(ଛଦ୍ମନାମ)ଙ୍କୁ ହୋଇଛି ୧୭ ବର୍ଷ। ସେ ଗାଁରେ କାମଦାମ କରନ୍ତି। ହେଲେ ସେ ତାଙ୍କ ଭାଉଜଙ୍କ ସାନ ଭଉଣୀଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କ ପ୍ରେମିକାଙ୍କ ବୟସ ୧୬ ବର୍ଷ। ପ୍ରେମରେ ପଡ଼ିବା ପରେ ଉଭୟ ନୂଆ ଦୁନିଆରେ ଘୂରି ବୁଲୁଥିଲେ। ସୟନେ ସପନେ ଦେଖୁଥିଲେ କେତେ ସପନ। ଦୀର୍ଘ ବର୍ଷେ ଧରି ଉଭୟ ପରସ୍ପରକୁ ଲୁଚାଛପା ପ୍ରେମ କରୁଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ଏ ସମ୍ପର୍କରେ କେହି ଜାଣିପାରୁନଥିଲେ। ଦୁଇ ଦିନ ତଳେ ଉଭୟଙ୍କ ପ୍ରେମ କାହାଣୀ ପ୍ରଘଟ ହୋଇଥିଲା।

ପ୍ରେମ ଚର୍ଚ୍ଚା ଘରେ ପହଞ୍ଚିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ ପ୍ରେମୀ ଯୁଗଳ। ପରିବାର ଲୋକଙ୍କ ଜେରାର ସମ୍ମୁଖୀନ ହେବା ପୂର୍ବରୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ସାଥ୍‌ ସାଥ୍‌ ଜୀଇଁବାର ଶପଥ ନେଇଥିବା ପ୍ରେମୀ ଯୁଗଳ ଆଜି ସକାଳେ ଗାଁ ମୁଣ୍ଡ ତେନ୍ତୁଳି ଗଛରେ ଝୁଲି ପଡ଼ିଥିଲେ। ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବା ପରେ ଗାଁ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏଥିସହ ଥାନାକୁ ମଧ୍ୟ ସୂଚନା ଦେଇଥିଲେ।

Advertisment

ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଏ କଅଁଳ ବୟସରେ ଉଭୟ କାହିଁକି ନେଲେ ଚରମ ନିଷ୍ପତ୍ତି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

ରିପୋର୍ଟ- ଝରିଗାଁରୁ ତ୍ରିନାଥ ଧରୁଆ

Suicide Crime Love Story Nabarangpur