Advertisment

ରାଜି ହେଲେନି ପରିବାର ଲୋକ; ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ପରିବାର ଲୋକଙ୍କ ପ୍ରତିବନ୍ଧକ ଯୋଗୁ ଦୁଇ ପ୍ରେମ ପକ୍ଷୀ ପରସ୍ପରକୁ ଦେଖା କରିପାରୁନଥିଲେ। ଉଭୟ ଗୋଟିଏ ଗାଁରେ ହୋଇଥିଲେ ସୁଦ୍ଧା କେହି କାହାର ମନର ବ୍ୟଥା ସେୟାର କରିପାରୁନଥିଲେ। ଯେଉଁଥିପାଇଁ ଉଭୟ ଚିନ୍ତାରେ ପଡ଼ିଯାଇଥିଲେ।

Crime

Crime

Advertisment

ପରିବାର ଲୋକ ରାଜି ହେଲେନି। ଝୁଲି ପଡ଼ିଲେ ପ୍ରେମୀ ଯୁଗଳ। ଏପରି ହୃଦୟବିଦାରକ ଘଟଣା ନବରଙ୍ଗପୁର ଜିଲ୍ଲା କୁଣ୍ଡେଇ ଥାନା ଅଞ୍ଚଳରେ ଘଟିଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରାଇଘର ବ୍ଲକ ଭୁରଖାମହୁଲି ଗାଁର ରେମଲାଲ ଗଣ୍ଡଙ୍କୁ ହୋଇଥିଲା ୨୩ ବର୍ଷ। ଆଉ ସିଏ ପ୍ରେମ କରୁଥିଲେ ୧୬ ବର୍ଷୀୟା ରେଶ୍ମା(ଛଦ୍ମନାମ)ଙ୍କୁ। ରେଶ୍ମା ମଧ୍ୟ ରେମଲାଲକୁ ମନ ଦେଇଥିଲେ। ବାହା ହୋଇ ଘର ସଂସାର ଗଢ଼ିବା ପାଇଁ କେତେ ସପନ ଦେଖୁଥିଲେ। ହେଲେ ଏହି କଅଁଳ ବୟସର ପ୍ରେମ ପକ୍ଷୀଙ୍କ ଭଲ ପାଇବାକୁ ମିଳିଲା ନାହିଁ ସ୍ୱୀକୃତି। ଉଭୟ ପରିବାର ସେମାନଙ୍କ ଭଲ ପାଇବାକୁ ଗ୍ରହଣ କଲେନାହିଁ। ବାହାଘର ହୋଇପାରିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଲେ।

ପରିବାର ଲୋକଙ୍କ ପ୍ରତିବନ୍ଧକ ଯୋଗୁ ଦୁଇ ପ୍ରେମ ପକ୍ଷୀ ପରସ୍ପରକୁ ଦେଖା କରିପାରୁନଥିଲେ। ଉଭୟ ଗୋଟିଏ ଗାଁରେ ହୋଇଥିଲେ ସୁଦ୍ଧା କେହି କାହାର ମନର ବ୍ୟଥା ସେୟାର କରିପାରୁନଥିଲେ। ଯେଉଁଥିପାଇଁ ଉଭୟ ଚିନ୍ତାରେ ପଡ଼ିଯାଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ନେଇଥିଲେ ଚରମ ନିଷ୍ପତ୍ତି। ଉଭୟ ରବିବାର ଘରୁ ପଳାଇ ଯାଇଥିଲେ। ଦିନ ଯାଇ ରାତି ହେଲା। ରେଶ୍ମା ବା ରେମ୍‌ଲାଲ ଘରକୁ ଫେରିଲେ ନାହିଁ। ଉଭୟ ପରିବାର ଚିନ୍ତାରେ ପଡ଼ିଗଲେ। ବହୁ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କ ପତ୍ତା ମିଳିନଥିଲା।

Advertisment

ଆଜି ସକାଳେ ଗାଁ କିଛି ଲୋକ ଘାସ କାଟିବା ପାଇଁ ବିଲକୁ ଯାଇଥିଲେ। ସେହି ସମୟରେ ଅଶ୍ୱସ୍ତ ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ବ୍ୟକ୍ତି ଜଣକ ଏନେଇ ଉଭୟଙ୍କ ପରିବାରକୁ ଖବର ଦେବା ସହିତ କୁଣ୍ଡେଇ ଥାନା ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଏନେଇ ପରିବାର ଲୋକ ଓ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ଉମରକୋଟରୁ ସନ୍ତୋଷ ଶତପଥୀ

Crime Love Birds Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe