Advertisment

ଗଣିତ ସାରଙ୍କ ପ୍ରେମ ଫର୍ମୁଲା ଆଉ ହିନ୍ଦୀ ସାରଙ୍କ ଲଭ ସାଏରୀ

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍‌ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ! ସାର୍‌ଙ୍କ ଫର୍ମୁଲାକୁ ପ୍ରୟୋଗ କରି ଯେଉଁମାନେ ସଫଳ ହେଉଛନ୍ତି, ସେମାନଙ୍କୁ ଭାଇରାଲ୍‌ କରିଦେବାର ଧମକ ଦେଉଛନ୍ତି। ଏଥିସହ ରାତି ଅଧିଆ ଛାତ୍ରୀଙ୍କ ସହିତ ଅଶ୍ଲୀଳ ଚାଟିଂ କରୁଛନ୍ତି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି।

author-image
Manoj Swain

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଲଭ୍‌ର ଫର୍ମୁଲା ଶିଖାଉଛନ୍ତି ଶିକ୍ଷକ! ସାର୍‌ଙ୍କ ଫର୍ମୁଲାକୁ ପ୍ରୟୋଗ କରି ଯେଉଁମାନେ ସଫଳ ହେଉଛନ୍ତି, ସେମାନଙ୍କୁ ଭାଇରାଲ୍‌ କରିଦେବାର ଧମକ ଦେଉଛନ୍ତି। ଏଥିସହ ରାତି ଅଧିଆ ଛାତ୍ରୀଙ୍କ ସହିତ ଅଶ୍ଲୀଳ ଚାଟିଂ କରୁଛନ୍ତି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଗଣିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାସୁଦେବପୁର ବ୍ଲକ୍‌ ଶିକ୍ଷା ଅଧିକାରୀ। ବାସୁଦେବପୁର ଅଞ୍ଚଳର ପ୍ରଥମ 5-T ସ୍କୁଲ ମୁଣ୍ଡାଇଛି କଳଙ୍କର ବୋଝ। ଉକ୍ତ ସ୍କୁଲର ଗଣିତ ଶିକ୍ଷକ କଳ୍ପତରୁ ମଳିକ ଓ ହିନ୍ଦି ଶିକ୍ଷକ ହରିଶ୍ଚନ୍ଦ୍ର ପଣ୍ଡାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ସେମାନେ ଛାତ୍ରଛାତ୍ରୀଙ୍କୁ ପାଠ କମ୍‌ ପଢ଼ାଉଛନ୍ତି, ବେଶୀ ସାଠ ପଢ଼ାଉଛନ୍ତି। 

Advertisment
Bhadrak Odisha Teacher