Advertisment

ମଲା ଯାଏ କାହିଁକି ଜେଲ୍‌ରେ ରହିବେ ‘ଲଭ୍‌ ଗୁରୁ’?

ତ୍ରିବେଦୀ ପୂର୍ବରୁ ମଧ୍ୟ ୨ ଜଣ ଛାତ୍ରୀଙ୍କୁ ନିଜ ସହ ଭଗେଇ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ସେ ଜଣେ ନିୟମିତ ଅପରାଧୀ ହୋଇଥିବାରୁ ଗୁଜରାଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ମଲା ଯାଏ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Love Guru

Love Guru

Advertisment

ଗୁରୁ ଶବ୍ଦକୁ କଳଙ୍କିତ କରିଥିବା ଜଣେ ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା। ଲଭ ଗୁରୁ ଭାବେ ପରିଚିତ ୫୨ ବର୍ଷୀୟ ଧବଲ ତ୍ରିବେଦୀଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ମୃତ୍ୟୁ ଯାଏ ଜେଲରେ ରହିବେ ବୋଲି କୋର୍ଟ କହିଛନ୍ତି। ଏହି କରିତକର୍ମା ବ୍ୟକ୍ତି ଜଣଙ୍କ ତାଙ୍କର ଜଣେ ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ନିଜ ସହ ନେଇ ଯାଇଥିଲେ। ତାଙ୍କୁ ଦୁଷ୍କର୍ମ କରିବା ସହ ଗର୍ଭବତୀ ମଧ୍ୟ କରାଇଥିଲେ।

Advertisment

ତ୍ରିବେଦୀ ପୂର୍ବରୁ ମଧ୍ୟ ୨ ଜଣ ଛାତ୍ରୀଙ୍କୁ ନିଜ ସହ ଭଗେଇ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ସେ ଜଣେ ନିୟମିତ ଅପରାଧୀ ହୋଇଥିବାରୁ ଗୁଜରାଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ମଲା ଯାଏ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତ୍ରିବେଦୀ ପୂର୍ବରୁ ରାଜକୋଟର ପଦାଧରିରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ପ୍ରଲୋଭିତ କରି ନିଜ ସହ ନେଇ ଯିବା ସହ ଦୁଷ୍କର୍ମ କରିଥିବାରୁ ତାଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା। ତେଣୁ ତୃତୀୟ ମାମଲାରେ ସିବିଆଇ କୋର୍ଟ ତ୍ରିବେଦୀଙ୍କୁ ନିୟମିତ ଅପରାଧୀ ଭାବେ ବିବେଚନା କରି ମଲା ଯାଏ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଜୀବନ ସଶ୍ରମ କାରାଦଣ୍ଡ ସହ ସ୍ୱତନ୍ତ୍ର ବିଚାରପତି ଡି ଜି ରାଣା ତାଙ୍କ ଉପରେ ୭ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏଥିସହ କୋର୍ଟ ଦେଇଥିବା ନିର୍ଦ୍ଦେଶର କପିକୁ ଜେଲର ରେକର୍ଡରେ ରଖିବାକୁ କହିଛନ୍ତି। ଭବିଷ୍ୟତରେ ଯଦି ତ୍ରିବେଦୀ ଜେଲରୁ ବାହାରିବା ପାଇଁ ପ୍ୟାରୋଲର ଆବେଦନ କରିବେ ସେତେବେଳେ ଏହି ନିର୍ଦ୍ଦେଶନାମାକୁ ବିଚାରକୁ ନିଆଯାଇ ପାରିବ ବୋଲି କୋର୍ଟ କହିଛନ୍ତି।

କୋର୍ଟ ଏପରି ରାୟ ଦେବା ପଛରେ ଯଥେଷ୍ଟ କାରଣ ରହିଛି। ତ୍ରିବେଦୀ ପୂର୍ବରୁ ୨ ଜଣ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଆଜୀବନ ଜେଲଦଣ୍ଡ ପାଇଥିଲେ। ସେ ଜେଲରେ ଥିବା ବେଳେ ପ୍ୟାରୋଲରେ ବାହାରିଥିଲେ। ପ୍ୟାରୋଲ ଅବଧି ସରିବା ପରେ ବି ସେ ରାଜକୋଟ କେନ୍ଦ୍ରୀୟ ଜେଲରେ ଆତ୍ମସମର୍ପଣ କରି ନଥିଲେ। ଜେଲକୁ ଫେରିବା ବଦଳରେ ସେ ନିଜର ପରିଚୟ ବଦଳାଇ ଦେଇଥିଲେ। ସେ ନିଜକୁ ଧର୍ମେନ୍ଦ୍ର ଡାଭେ ଭାବେ ପରିଚୟ ଦେଇ ଛୋତିଲାରେ ଇଂରାଜୀ କ୍ଲାସ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ସେ କୋଚିଂ ସେଣ୍ଟରର ପୁଣି ଜଣେ ନାବାଳିକାଙ୍କୁ ପ୍ରଲୋଭିତ କରି ୨୦୧୮ରେ ନୂଆଦିଲ୍ଲୀ ନେଇ ଯାଇଥିଲେ।

ଗୁଜରାଟ ହାଇକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସବୁ ଭିତରେ ପୀଡ଼ିତା ଜଣଙ୍କ ୨୦୨୦ ଜୁନ ମାସରେ ନିଜ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ପୀଡ଼ିତା ଜଣଙ୍କ ତଦନ୍ତକାରୀ ସଂସ୍ଥାକୁ କହିଥିଲେ ଯେ ତ୍ରିବେଦୀ ତାଙ୍କୁ ଭାରତ ଓ ନେପାଳର ବିଭିନ୍ନ ସ୍ଥାନକୁ ବଳପୂର୍ବକ ନେଇଥିଲେ। ସେ ନିଜକୁ ସତନାମ ସିଂହ, ମୁଖୟାର ସିଂହ ଓ ସୁରଜିତ ସିଂହ ଭାବେ ବିଭିନ୍ନ ସ୍ଥାନରେ ପରିଚୟ ଦେଇଥିଲେ।

ତ୍ରିବେଦୀ ତାଙ୍କୁ ବାହାଘରର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ। ଏଥିଯୋଗୁ ସେ ଗର୍ଭବତୀ ହୋଇଥିଲେ। ନିଜର ପରିଚୟ ଗୋପନ ରଖି ପୀଡ଼ିତା ଜଣଙ୍କ ଜାମସେଦପୁରର ଏମଜିଏମ ହସ୍ପିଟାଲରେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଏସବୁ ଭିତରେ ୨୦୨୦ ମାର୍ଚ୍ଚ ମାସରେ ସେ ତ୍ରିବେଦୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏହାର ୩ ମାସ ପରେ ସେ ନିଜ ଘର ଛୋତିଲାକୁ ଫେରିବାକୁ ସକ୍ଷମ ହୋଇଥିଲେ।

ତ୍ରିବେଦୀଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ ସରକାରୀ ଓକିଲ

ଧବଲ ତ୍ରିବେଦୀଙ୍କୁ ସିବିଆଇ ଦୀର୍ଘ ଦିନର ତଦନ୍ତ ପରେ ହିମାଚଳ ପ୍ରଦେଶର ବାଦିରୁ ଗିରଫ କରିଥିଲା। ଅପହରଣ, ଦୁଷ୍କର୍ମ ଓ ଠକେଇ ଭଳି ମାମଲାରେ ତାଙ୍କର ବିଚାର ଆରମ୍ଭ ହୋଇଥିଲା। ସରକାରୀ ଓକିଲ ଶୁଣାଣି ବେଳେ ୩୦ ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଇଥିଲେ। ୬୯ଟି ଦସ୍ତାବିଜ ଦାଖଲ କରି ତ୍ରିବେଦୀଙ୍କୁ ଆଇନ ଆଗରେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିଲେ। ଏଥିସହ ତ୍ରିବେଦୀ ଜଣେ ପେଶାଦାର ଅପରାଧୀ ହୋଇଥିବାରୁ ତାଙ୍କ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ। କିନ୍ତୁ କୋର୍ଟ ମୃତ୍ୟୁଦଣ୍ଡ ଦେଇ ନାହାନ୍ତି। ମୃତ୍ୟୁଦଣ୍ଡ ବଦଳରେ ତାଙ୍କୁ ମଲା ଯାଏ ଜେଲରେ ଚାରି କାନ୍ଥ ମଧ୍ୟରେ ବନ୍ଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସେ ଭବିଷ୍ୟତରେ ଯେମିତି କ୍ଷମା ଆବେଦନର କୌଣସି ଫାଇଦା ଉଠାଇ ପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। 

Crime Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe