Advertisment

ରାଜଧାନୀରେ ଲଭ୍‌ ଜିହାଦ୍‌ ଘଟଣା; ବନ୍ଧା ହେଲେ ଅଭିଯୁକ୍ତ

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁରଙ୍କୁ ଗତକାଲି ପୁଲିସ୍‌ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି। କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତଙ୍କ ମେଡିକାଲ ଚେକଅପ୍ କରାଯାଇଛି।

ଅଦ୍ୟତନ ହୋଇଛି
Arrest

Arrest

Advertisment

ରାଜଧାନୀରେ ଲଭ୍ ଜିହାଦ ଘଟଣା ସାମନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ମନସୁରଙ୍କୁ ଗତକାଲି ପୁଲିସ୍‌ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି। କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତଙ୍କ ମେଡିକାଲ ଚେକଅପ୍ କରାଯାଇଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପୀନାକ ମିଶ୍ର କହିଛନ୍ତି, ଅଭିଯୁକ୍ତଙ୍କ ଘର ବିହାରର ଚମ୍ପାରନରେ ହୋଇଥିବା ବେଳେ ସେ କଶ୍ମୀରରେ ଜଣେ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ। ଅନଲାଇନ୍‌ ଗେମ୍‌ ଜରିଆରେ ପୀଡ଼ିତାଙ୍କ ସହ ତାଙ୍କର ଚିହ୍ନା ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ୍‌ ତାଙ୍କର ଦୁଇଟି ମୋବାଇଲ, ଆଧାର କାର୍ଡ, ପ୍ୟାନ କାର୍ଡ ଆଦି ଜବତ କରିଛି। ମୋବାଇଲ ଦୁଇଟିକୁ ଫରେନସିକ୍‌ ଲ୍ୟାବକୁ ପଠାଯାଇଥିବା ବେଳେ ସେଠାରୁ ଠୋସ୍‌ ପ୍ରମାଣ ମିଳିପାରେ ବୋଲି କହିଛନ୍ତି ଡିସିପି।

ଡିସିପି କହିଛନ୍ତି, ଅଭିଯୁକ୍ତ ସମୀର ମନସୁର ନିଜ ପରିଚୟ ଗୋପନ ରଖି ପୀଡ଼ିତାଙ୍କ ସହ ସମ୍ପର୍କ ବଢ଼ାଇଥିଲେ।  ସମୀର ୨୦୨୪ ମାର୍ଚ୍ଚ ମାସରେ ଓଡ଼ିଶା ଆସିଥିବା ବେଳେ ପୁରୀରେ ଯୁବତୀଙ୍କ ସହ ଏକ ହୋଟେଲ ରୁମ୍‌ରେ ରହିଥିଲେ। ସେଠାରେ ସମୀରଙ୍କ ପ୍ରକୃତ ନାଁ ସମୀର ମାନସୁର ବୋଲି ପୀଡ଼ିତା ଜାଣିବାକୁ ପାଇଥିଲେ।

Advertisment

 ପୀଡ଼ିତା ହୋଟେଲ୍‌ ରୁମ୍‌ରୁ ଖସିବାକୁ ଚେଷ୍ଟା କରୁଥିବା ବେଳେ ସମୀର ବଳପୂର୍ବକ ଧମକଚମକ ଦେଇ ଧର୍ମ ପରିବର୍ତ୍ତନ କରି ବିବାହ ନିମନ୍ତେ ତାଙ୍କୁ ବାଧ୍ୟ କରିଥିଲେ। ସେଠାରେ ବଳପୂର୍ବକ ସମୀର ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏହାପରେ ଯୁବତୀଜଣକ କୌଶଳ କରି ହୋଟେଲ୍‌ରୁ ଖସି ଘରକୁ ପଳାଇ ଯାଇଥିଲେ। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ଡିସିପି କହିଛନ୍ତି। 

ଏହାପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିବା ସମୀର ଯୁବତୀଙ୍କ ସହ କାଟିଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍‌ କରିବା ସହ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ।  ୫ ଲକ୍ଷ ଟଙ୍କା ନ ଦେଲେ ପର୍ଣ୍ଣ ସାଇଟ୍‌ରେ ଭିଡିଓ ଅପ୍‌ଲୋଡ୍‌ କରିଦେବ ବୋଲି ଧମକ ବି ଦେଇଥିଲା।  ଲୋକ ଲଜ୍ଜା ଭୟରେ ସମୀରଙ୍କ ସବୁ କଥାକୁ ପୀଡ଼ିତାଙ୍କ ପରିବାର ସ୍ୱୀକାର କରି ନେଇଥିଲେ ଯୁବତୀଙ୍କ ପରିବାର ଲୋକ।

 ପୀଡ଼ିତା ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ତାଙ୍କୁ ଧରିବା ପାଇଁ ପୁଲିସ୍‌ ଜାଲ ବିଛାଇଥିଲା। ପୀଡ଼ିତା ବିବାହ ପାଇଁ ରାଜି ହେବା ସହ ସମୀରଙ୍କୁ ଓଡ଼ିଶା ଡାକିଥିଲେ। ଫଳରେ ସେ ଓଡ଼ିଶା ଆସିବାରୁ ଗତକାଲି ତାଙ୍କୁ ପୁଲିସ୍‌ ମାଡ଼ି ବସିଥିଲା ବୋଲି କହିଛନ୍ତି ଡିସିପି।

ଏଥିସହ ସମୀରର ପୁରୁଣା ରେକର୍ଡ କ’ଣ ରହିଛି, ସେ ପୂର୍ବରୁ କେଉଁ ଯୁବତୀଙ୍କ ସହ ସମ୍ପର୍କ ରଖିବା ସହ ସେମାନଙ୍କୁ ବି ଧମକଚମକ ଦେଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଛି କି କ’ଣ ତାହା ଜାଣିବାକୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଏଥିସହ ପୁରୀରେ କେଉଁ କେଉଁ ହୋଟେଲରେ ସମୀର ପୀଡ଼ିତାଙ୍କୁ ନେଇ ରଖିଥିଲେ ସେ ସବୁ ହୋଟେଲକୁ ଯାଇ ପୁଲିସ୍‌ ପଚରାଉଚରା କରିବ । ଏଥିସହ ଯଦି ଜାଲ ପ୍ରମାଣପତ୍ର ଆଧାରରେ ହୋଟେଲ କର୍ତ୍ତୃପକ୍ଷ ସମୀରଙ୍କୁ ରହିବାକୁ ଅନୁମତି ଦେଇଥିବେ ତେବେ ସେମାନଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Love Betrayal Arrest Bhubaneswar Love Jihad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe