Advertisment

ବ୍ରେକଅପ ପରେ ଗର୍ଲଫ୍ରେଣ୍ଡଙ୍କୁ ଦୁଇ ସାଙ୍ଗ ସହ ମିଶି ବର୍ଷକ ଯାଏ ଦୁଷ୍କର୍ମ କଲେ

ଯୁବକ ଜଣଙ୍କ ପ୍ରେମ କରିବା ବେଳେ ଯୁବତୀଙ୍କ ସହ କିଛି ଇଣ୍ଟିମେଟ୍‌ ଫଟୋ ଉଠାଇଥିଲେ। ବ୍ରେକଅପ ପରେ ଉକ୍ତ ଫଟୋଗୁଡ଼ିକୁ ଦେଖାଇ ସେ ଗୋଟିଏ ବର୍ଷ କାଳ ତାଙ୍କର ଦୁଇ ଜଣ ସାଙ୍ଗ ସହ ମିଶି ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ।

Lover

Lover

Advertisment

ଯାହାଙ୍କୁ ଦିନେ ଭଲ ପାଉଥିଲେ, ତାଙ୍କୁ ବର୍ଷକ ଯାଏ ଦୁଇ ଜଣ ସାଙ୍ଗଙ୍କ ସହ ମିଶି ବାରମ୍ବାର ଦୁଷ୍କର୍ମ କରିଛନ୍ତି ଜଣେ ଯୁବକ। ଯୁବତୀ ଜଣଙ୍କ ତାଙ୍କ ସହ ବ୍ରେକ କରି ଦେବାରୁ ପ୍ରତିଶୋଧ ପରାୟଣ ହୋଇ ସେ ଏପରି କାଣ୍ଡ ଘଟାଇଛନ୍ତି।

Advertisment

ଯୁବକ ଜଣଙ୍କ ପ୍ରେମ କରିବା ବେଳେ ଯୁବତୀଙ୍କ ସହ କିଛି ଇଣ୍ଟିମେଟ୍‌ ଫଟୋ ଉଠାଇଥିଲେ। ବ୍ରେକଅପ ପରେ ଉକ୍ତ ଫଟୋଗୁଡ଼ିକୁ ଦେଖାଇ ସେ ଗୋଟିଏ ବର୍ଷ କାଳ ତାଙ୍କର ଦୁଇ ଜଣ ସାଙ୍ଗ ସହ ମିଶି ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲେ।

କର୍ଣ୍ଣାଟକାର ବେଙ୍ଗାଲୁରୁରୁ ଏପରି ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଗୋଟିଏ ଘରୋଇ ସ୍କୁଲର ଡ୍ୟାନ୍ସ ଶିକ୍ଷକ ଭାବେ କାମ କରୁଥିବା ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ଦୁଇ ଜଣ ବନ୍ଧୁଙ୍କୁ ଗିରଫ କରିଛି।

Advertisment

ଗତ ସପ୍ତାହରେ ୨୩ ବର୍ଷୀୟ ପୀଡ଼ିତା ଜଣଙ୍କ କୋଡିଗେହାଲ୍ଲି ପୁଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ଆଣ୍ଡି ଜର୍ଜ, ସନ୍ତୋଷ ଓ ଶଶିଙ୍କୁ ଗିରଫ କରିଛି। ଏମାନଙ୍କ ବୟସ ୨୮ରୁ ୨୯ ବର୍ଷ ମଧ୍ୟରେ ହେବ।

ଜର୍ଜଙ୍କ ଘର ବିଦ୍ୟାରାନୟାପୁରା ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଆଖପାଖ ଅଞ୍ଚଳରେ। ପୀଡ଼ିତା ଜଣଙ୍କ ଉତ୍ତରପୂର୍ବ ବେଙ୍ଗାଲୁରୁରେ ନିଜ ବାପା ମା’ଙ୍କ ସହ ରୁହନ୍ତି। ୩ ବର୍ଷ ତଳେ ସୋଶାଲ ମିଡିଆ ମାଧ୍ୟମରେ ଜର୍ଜ ଓ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଏହାପରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଥିଲେ।

ଜର୍ଜ ଅନେକ ସମୟରେ ଯୁବତୀଙ୍କୁ ନିଜ ଘରକୁ ଆଣନ୍ତି, ବାହାରକୁ ବୁଲାଇବାକୁ ନିଅନ୍ତି ଓ ଉଭୟ ଏକାଠି ସମୟ ମଧ୍ୟ ବିତାନ୍ତି। ଏହି ସମୟରେ ଯୁବତୀଙ୍କ ଅଜାଣତରେ ଜର୍ଜ କିଛି ଇଣ୍ଟିମେଣ୍ଟ ମୁହୂର୍ତ୍ତର ଫଟୋକୁ ନିଜ ମୋବାଇଲରେ କଏଦ କରି ନେଇଥିଲେ। ଏହାପରେ ମଧ୍ୟ ସବୁ କିଛି ଠିକଠାକ ଥିଲା। ଜୁନ ୨୦୨୧ ଯାଏ ଉଭୟ ପ୍ରେମ ସମ୍ପର୍କରେ ରହିଥିଲେ।

କିନ୍ତୁ ଫଟୋ ଉଠାଇବା କଥା ଜଣାପଡ଼ିବା ପରେ ଯୁବତୀ ଜଣଙ୍କ ଜର୍ଜଙ୍କ ସହ ସବୁ ସମ୍ପର୍କଚ୍ଛିନ୍ନ କରି ଦେଇଥିଲେ। କିନ୍ତୁ ଜର୍ଜ ତାଙ୍କୁ ଛାଡ଼ିବା ମୁଡରେ ନଥିଲେ। ସେ ତାଙ୍କୁ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଅପଲୋଡ କରି ଦେବାର ଧମକ ଦେଇ ନିଜ ସହ ରହିବାକୁ ବାଧ୍ୟ କରିଥିଲେ। ଏଥିସହ ବିଭିନ୍ନ ସ୍ଥାନକୁ ନେଇ ବାରମ୍ବାର ଦୁଷ୍କର୍ମ ମଧ୍ୟ କରିଥିଲେ।

ଜର୍ଜ ଏକଥା ନିଜର ଦୁଇ ବନ୍ଧୁ ସନ୍ତୋଷ ଓ ଶଶିଙ୍କ ସହ ମଧ୍ୟ ଶେୟାର କରିଥିଲେ। ସେମାନଙ୍କୁ ଭେଟିବା ଓ ସେମାନଙ୍କ ସହ ସେକ୍ସ କରିବାକୁ ମଧ୍ୟ ଯୁବତୀଙ୍କ ଉପରେ ଚାପ ପକାଇଥିଲେ। ସନ୍ତୋଷ ଓ ଶଶି ଯୁବତୀଙ୍କ ସହ ସେକ୍ସ କରୁଥିବା ବେଳେ ଏହାର ଭିଡିଓ ଜର୍ଜ ରେକର୍ଡ କରିଥିଲେ। ଯୁବତୀଙ୍କ ସହ ସେକ୍ସ କରିବା ପାଇଁ ଜର୍ଜ ତାଙ୍କ ସାଙ୍ଗମାନଙ୍କ ଠାରୁ ୩ରୁ ୫ ହଜାର ଲେଖାଏ ଟଙ୍କା ମଧ୍ୟ ଆଣୁଥିଲେ ବୋଲି ପୁଲିସ କହିଛି। 

ପ୍ରାୟ ବର୍ଷେ ଧରି ଏପରି ଚାଲିଥିବାରୁ ଯୁବତୀ ଜଣଙ୍କ ହତାଶ ହୋଇ ପଡ଼ିଥିଲେ। ସେ ଜର୍ଜ, ସନ୍ତୋଷ ଓ ଶଶିଙ୍କୁ ଭେଟିବା ବନ୍ଦ କରି ଦେଇଥିଲେ। ଏଥିରେ ରାଗି ଯାଇ ଜର୍ଜ ଗୋଟିଏ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ ଓ ସେଥିରେ ଯୁବତରଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓକୁ ଶେୟାର କରିଥିଲେ। ଏଥିରେ ମର୍ମାହତ ହୋଇ ଶେଷରେ ଯୁବତୀ ଜଣଙ୍କ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ଡେପୁଟି କମିଶନର ଅଫ ପୁଲିସ(ଉତ୍ତରପୂର୍ବ) ଲକ୍ଷ୍ମୀ ପ୍ରସାଦ କହିଛନ୍ତି, ଅଭିଯୁକ୍ତମାନଙ୍କ ଠାରୁ ପୁଲିସ୍‌ ଫଟୋ, ଭିଡିଓ, ପେନ ଡ୍ରାଇଭ, ଲ୍ୟାପଟପ ଓ ମୋବାଇଲ ଫୋନ ଜବତ କରିଛି। ଗଣଦୁଷ୍କର୍ମ ସମେତ ଅଭିଯୁକ୍ତଙ୍କ ବିରୋଧରେ ଆଇଟି ଆକ୍ଟରେ ମାମଲା କରାଯାଇଛି।

Bengaluru Lover's Blackmailing Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe