Advertisment

Murder: ବାହା ହେବାକୁ ଜିଦ କରିବାରୁ ଲିଭ ଇନ ପାର୍ଟନରଙ୍କୁ ମାରିଲା, ଟ୍ରଲି ବ୍ୟାଗରେ ପୂରାଇ ମୃତଦେହକୁ ଫିଙ୍ଗିଦେଲା

ସୋମବାର କୋସାମ୍ବା ଠାରୁ ୫.୨ ଫୁଟର ଜଣେ ଅଜଣା ମହିଳାଙ୍କ ମୃତଦେହ ଟ୍ରଲି ବ୍ୟାଗରୁ ମିଳିଥିଲା। ଏହି ଘଟଣାରେ ପୁଲିସ୍‌ ଦିଲ୍ଲୀ ନିକଟ ଫିରୋଜାବାଦରୁ ଗିରଫ କରିଛି। ସାମ୍ନାକୁ ଆସିଥିବା ସିସିଟିଭିରେ ଅଭିଯୁକ୍ତ ଟ୍ରଲି ବ୍ୟାଗ ଧରି ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି।

Ravi

ରବି ଶର୍ମା

Advertisment

ଏକାଠି ରହୁଥିଲେ। ସ୍ୱାମୀ-ସ୍ତ୍ରୀ ଭଳି ଚଳୁଥିଲେ। କିନ୍ତୁ ପରସ୍ପରକୁ ବାହା ହୋଇ ନଥିଲେ। ଦୀର୍ଘ ସମୟ ଏକାଠି ରହିବା ପରେ ବାହା ହେବାକୁ ଜିଦ କରିଥିଲେ ପ୍ରେମିକା। ବାସ୍‌ ଏଥିରେ ରାଗି ଯାଇ ପ୍ରେମିକାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା ପ୍ରେମିକ। ଏହାପରେ ମୃତଦେହକୁ ୨ ବାଇ ୧.୫ ସୁଟକେସରେ ଚାପି ଚୁପି ଭର୍ତ୍ତି କରି ଦେଇଥିଲା। ଶେଷରେ ଏହାକୁ ଗୋଟିଏ ନାଳ ନିକଟରେ ଫିଙ୍ଗି ଫେରାର ହୋଇ ଯାଇଥିଲା। 

Advertisment

ଗୁଜରାଟ(Gujarat)ର ସୁରଟ୍(Surat) ଅନ୍ତର୍ଗତ କୋସାମ୍ବା ଠାରେ ଏପରି ଗୋଟିଏ ଘଟଣା ଘଟିଛି। ସୋମବାର କୋସାମ୍ବା ଠାରୁ ୫.୨ ଫୁଟର ଜଣେ ଅଜଣା ମହିଳାଙ୍କ ମୃତଦେହ ଟ୍ରଲି ବ୍ୟାଗରୁ ମିଳିଥିଲା। ଏହି ଘଟଣାରେ ପୁଲିସ୍‌ ଦିଲ୍ଲୀ ନିକଟ ଫିରୋଜାବାଦରୁ ଗିରଫ କରିଛି। ସାମ୍ନାକୁ ଆସିଥିବା ସିସିଟିଭିରେ ଅଭିଯୁକ୍ତ ଟ୍ରଲି ବ୍ୟାଗ ଧରି ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। 

ଗିରଫ ଅଭିଯୁକ୍ତ ଜଣକ ହେଲେ ରବି ଶର୍ମା। ତା’ର ମୂଳ ଘର ବିହାରର ମୁଜାଫରପୁରରେ। ମୃତ ମହିଳାଙ୍କ ସହ ରବି ଶର୍ମାର ରୋମାଣ୍ଟିକ ସମ୍ପର୍କ ଥିଲା। ମହିଳା ଜଣଙ୍କ ଦୀର୍ଘ ସମୟ ଧରି ରବି ସହ ଏକାଠି(Live In Partner) ରହୁଥିଲେ। କିନ୍ତୁ ମହିଳା ଜଣଙ୍କ ରବି ଉପରେ ବାହାଘର ପାଇଁ ଚାପ ପକାଇବାରୁ ସେ ତାଙ୍କୁ ହତ୍ୟା(Crime) କରିଥିଲା।

Advertisment

ଏହାପରେ ମୃତଦେହକୁ ମୋଡ଼ିମାଡ଼ି ସୁଟକେସ୍‌ରେ ଭର୍ତ୍ତି କରି ଅନ୍ୟତ୍ର ଫିଙ୍ଗି ଦେଇଥିଲା। ପ୍ରଥମେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭାବୁଥିଲେ ଯେ ରବି ଓ ମହିଳା ଜଣଙ୍କ ସ୍ୱାମୀ-ସ୍ତ୍ରୀ। କିନ୍ତୁ ଏବେ ସେମାନେ ଦୁଇ ଜଣ ପ୍ରେମିକ-ପ୍ରେମିକା ଥିଲେ ବୋଲି ଜାଣିବାକୁ ପାଇଛନ୍ତି। 

ରବି ମୃତଦେହ(Man Kills Live-In Partner)କୁ ଫିଙ୍ଗିବା ପାଇଁ ବ୍ୟବହାର କରିଥିବା ଟ୍ରଲି କେଉଁଠୁ କିଣିଥିଲା, ତା’ର ତଦନ୍ତ ପୁଲିସ୍‌ କରିଥିଲା। ରବି ଯେଉଁଠାରୁ ଏହାକୁ କିଣିଥିଲା ସେଠାରେ ୟୁପିଆଇ ଦ୍ୱାରା ଟଙ୍କା ଦେଇଥିଲା। ବାସ୍‌ ଏହାକୁ ଆଧାର କରି ପୁଲିସ୍‌ ତା’ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା। 
ତଣ୍ଟି ଚିପି ହତ୍ୟା କରିଥିଲା ରବି 

ଟ୍ରଲି ବ୍ୟାଗରୁ ମୃତଦେହ ମିଳିଥିବା ବେଳେ ତାଙ୍କ ପରିଚୟ ମିଳି ପାରି ନଥିଲା। ତଥାପି ସୁରଟ ସିଭିଲ ହସ୍ପିଟାଲରେ ଫରେନ୍ସିକ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପ୍ରାଥମିକ ଫରେନ୍ସିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କ ବୟସ ୨୫ରୁ ୩୦ ବର୍ଷ ହେବ ଓ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ସେହିପରି ତଣ୍ଟି ଚିପିବା ବେଳେ ମହିଳା ବର୍ତ୍ତିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ହତ୍ୟାକାରୀ ଓ ତାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିଯୋଗୁ ତାଙ୍କ ଦେହରେ ୫ରୁ ୬ଟି କ୍ଷତଚିହ୍ନ ବି ରହିଥିଲା। 

ମୃତଦେହ ମିଳିବାରୁ ୨୪ରୁ ୪୮ ଘଣ୍ଟା ପୂର୍ବରୁ ହତ୍ୟା 

ଫରେନ୍ସିକ ଡାକ୍ତର କହିଥିଲେ ଯେ ମୃତଦେହ ମିଳିବାର ୨୪ରୁ ୪୮ ଘଣ୍ଟା ପୂର୍ବରୁ ହତ୍ୟାକାଣ୍ଡ ଘଟିଥିଲା। ଅତିରିକ୍ତ ଭାବେ ମହିଳାଙ୍କୁ ଆଉ କେଉଁଥିରେ ଆକ୍ରମଣ କରାଯାଇଛି କି ନାହିଁ, ତା’କୁ ଜାଣିବା ପାଇଁ ଡାକ୍ତରମାନେ ବିଭିନ୍ନ ନମୁନା ମଧ୍ୟ ସଂଗ୍ରହଣ କରିଥିଲେ। କିନ୍ତୁ ଏହାର ରିପୋର୍ଟ ଏଯାଏ ଆସିନି।

ପ୍ରଥମେ ମୃତଦେହ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦେଇଥିବା ପୁଷ୍ପେନ୍ଦ୍ର ସିଂହ ସୋଲାଙ୍କି କହିଛନ୍ତି, “ମୁଁ ସବୁ ଦିନ ଭଳି ଚାଲିବାକୁ ଯାଉଥିଲି। ଏହି ସମୟରେ ମୋ ସିକ୍ୟୁରିଟୀ ଗାର୍ଡ ବ୍ୟାଗରେ କିଛି ସମସ୍ୟା ରହିଥିବା କହିଥିଲେ। ମୁଁ ଏହାକୁ ଯାଞ୍ଚ କରିବା ବେଳେ ଭିତରେ ମୃତଦେହ ଥିବା ଅନୁଭବ କରିଥିଲି। ତେଣୁ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲି।” 

ନାକ ଓ ପାଟିରୁ ବାହାରୁ ଥିଲା ରକ୍ତ 

ସୁରଟ ଜିଲ୍ଲା ପୁଲିସ୍‌ ମୁଖ୍ୟ ରାଜେଶ ଗଧିୟା ନିଜେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ କହିଛନ୍ତି, ଗୋଟିଏ ବାଇଗଣୀ ରଙ୍ଗର ଟ୍ରଲି ବ୍ୟାଗରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ସର୍ଭିସ ରୋଡ ପାଖରେ ଥିବା ଗୋଟିଏ ଖାତ ନିକଟରୁ ଏହା ମିଳିଥିଲା। ମୃତଦେହ ଠାବ ସମୟରେ ମହିଳାଙ୍କ ପାଟି ଓ ନାକରୁ ରକ୍ତ ବାହାରୁଥିଲା ବୋଲି ସେ କହିଛନ୍ତି। 

ପାହାଚରେ ଆସିବା ବେଳେ ଖସି ପଡ଼ିଥିଲା ଟ୍ରଲି ବ୍ୟାଗ୍‌

ଘଟଣା ସମ୍ପର୍କରେ ପୁଲିସ୍‌ ରବିର ପଡ଼ୋଶୀ ଭାବେ ରହୁଥିବା ଲୋକଙ୍କୁ ପଚରାଉଚରା କରିଛି। ଏହି ସମୟରେ ଜଣାପଡ଼ିଛି ଯେ ରବିବାର ସନ୍ଧ୍ୟା ପ୍ରାୟ ୬.୧୫ରୁ ୬.୩୦ ମଧ୍ୟରେ ରବି ଟ୍ରଲି ବ୍ୟାଗ ଧରି ନିଜ ରୁମରୁ ତରବରିଆ ଭାବେ ପାହାଚ ଦେଇ ବାହାରକୁ ଯାଉଥିଲେ। ଏହି ସମୟରେ ସେ ଧରି ଥିବା ବ୍ୟାଗ ହାତରୁ ଖସି ପଡ଼ିଥିଲା। ଏଥିଯୋଗୁ ପ୍ରବଳ ଶବ୍ଦ ହୋଇଥିଲା। ପଡ଼ୋଶୀରେ ରହୁଥିବା ଜଣେ ମହିଳା ଏ ସମ୍ପର୍କରେ ରବିକୁ ପଚାରି ଥିଲେ। କିନ୍ତୁ ସେ ବ୍ୟାଗ ପଡ଼ି ଗଲା ବୋଲି କହି ସେଠାରୁ ଚାଲି ଯାଥିଲା। 

୨୫ ମିନିଟ ପରେ ଘରକୁ ଫେରିଥିଲା ରବି 

ଟ୍ରଲି ବ୍ୟାଗ ଧରି ଘରୁ ବାହାରିଥିବା ରବି ୨୦ରୁ ୨୫ ମିନିଟ ପରେ ଘରକୁ ଫେରିଥିଲା। ତା’ ହାତରେ ଟ୍ରଲି ବ୍ୟାଗ ନଥିଲା। ଏହାପରେ ସେ ଗୋଟିଏ ଛୋଟ ବ୍ୟାଗରେ ନିଜ ଜିନିଷପତ୍ର ଭର୍ତ୍ତି କରି ରୁମରେ ତାଲା ପକାଇଥିଲେ। ଚାବି ପଡ଼ୋଶୀଙ୍କୁ ଦେଇଥିଲା। ଦିଲ୍ଲୀରେ ଚାକିରି ହୋଇ ଯାଇଥିବା କହି ସେଠାରୁ ଫେରାର ହୋଇଯାଇଥିଲା। 

ଡ୍ରେନ ପାଇଁ ଖୋଲା ଯାଇଥିବା ଖାତରୁ ମିଳିଲା ମୃତଦେହ ଥିବା ବ୍ୟାଗ୍‌ 

କୋସାମ୍ବା ପୁଲିସ୍‌ ଇନସପେକ୍ଟର ଡିଆଇ ଖଚରଙ୍କ କହିବା କଥା ଯେ ଲୋକମାନେ ଫୋନ କରି ଗୋଟିଏ ବ୍ୟାଗରେ ସମ୍ଭବତଃ ମୃତଦେହ ରହିଥିବା ଖବର ପୁଲିସ୍‌କୁ ଦେଇଥିଲେ। ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ରଲି ବ୍ୟାଗକୁ ଯାଞ୍ଚ କରିଥିଲା। ଏହି ସମୟରେ ବ୍ୟାଗରୁ ମହିଳାଙ୍କ ମୃତଦେହ ମିଳିଥିଲା। 

ଟ୍ରଲି ବ୍ୟାଗରେ ମୃତଦେହକଚୁ ଭର୍ତ୍ତି କରାଯାଇଥିଲେ ହେଁ ଏହାକୁ ଖଣ୍ଡଖଣ୍ଡ କରାଯାଇ ନଥିଲା। କିନ୍ତୁ ହାତ ଗୋଡ଼କୁ ମୋଡ଼ିମାଡ଼ି ଅଭିଯୁକ୍ତ ବାନ୍ଧି ଦେଇଥିଲା। ଏହାପରେ ଟ୍ରଲି ବ୍ୟାଗରେ ଏହାକୁ ଭର୍ତ୍ତି କରିଥିଲା। କୋସାମ୍ବା ଓଭର ବ୍ରିଜ ନିକଟ ମାରୁତି ଶୋ’ ରୁମ ପାଖରେ ଖୋଳା ଯାଇଥିବା ଡ୍ରେନ ଖାତ ନିକଟରେ ହତ୍ୟାକାରୀ ମୃତଦେହ ଭର୍ତ୍ତି ବ୍ୟାଗ ଫିଙ୍ଗି ଫେରାର ହୋଇ ଯାଇଥିଲା। 

ହାତରେ ଥିବା ଟାଟୁରୁ ଆରମ୍ଭ ହୋଇଥିଲା ତଦନ୍ତ 

ପୁଲିସ୍‌ର କହିବା କଥା ଯେ ମହିଳା ଗୁଜରାଟର ନୁହନ୍ତି। ମହିଳାଙ୍କ ହାତରେ ଗୋଟିଏ ଟାରୁ ଥିଲା। ଏହାକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିଲା। ଏହାକୁ ଆଧାର କରି ବିଭିନ୍ନ ସିସିଟିଭୁ ଯାଞ୍ଚ କରାଯାଇଥିଲା। ଶେଷରେ ପୁଲିସ୍‌ ମହିଳା ରହୁଥିବା ସ୍ଥାନରେ ପହଞ୍ଚିଥିଲା। ମହିଳାଙ୍କ ଘର ଠିକଣା ଜଣାପଡ଼ି ନଥିଲେ ହେଁ ରବିକୁ ପୁଲିସ୍‌ ଧରିବାକୁ ସକ୍ଷମ ହୋଇଛି। 

Crime Gujarat Live In Partner Man Kills Live-In Partner Surat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe