Advertisment

ରାଜଧାନୀରେ ଚାଞ୍ଚଲ୍ୟ: ପ୍ରେମିକାଙ୍କୁ ମାରି ଫିଙ୍ଗିବାକୁ ନେଉଥିଲେ ପ୍ରେମିକ!

ରାଜୁ ଓ ଭାଗ୍ୟ ଭୁବନେଶ୍ୱର ଶିଶୁପାଳଗଡ଼ରେ ଘର ଭଡ଼ା ନେଇ ରହୁଥିଲେ। ଭୁବନେଶ୍ୱରରେ ରହଣୀ ସମୟରେ ଭାଗ୍ୟ କେବେହେଲେ ଘରକୁ ଫୋନ୍‌ କରୁନଥିଲେ। ପରିବାର ଲୋକଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ।

Love

Love

Advertisment

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ପ୍ରେମିକାଙ୍କୁ ମାରି ଫିଙ୍ଗିବା ପାଇଁ ଦୟା ନଦୀକୁ ନେଉଥିଲେ ପ୍ରେମିକ। ହେଲେ ସ୍ଥାନୀୟ ଲୋକେ ସନ୍ଦେହରେ ଗୋଡ଼ାଇବାରୁ ଦ୍ରୁତ ଗତିରେ ପଳାଉଥିବା ବେଳେ ନଦୀ ବନ୍ଧରେ ପଡ଼ି ଯାଇଥିଲେ। ସେଠାରେ ପ୍ରେମିକାଙ୍କ ମୃତଦେହ ଛାଡ଼ି ଚମ୍ପଟ ମାରିଥିଲେ ପ୍ରେମିକ ଓ ତାଙ୍କର ସାଥୀ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ରାଜୁ ବଙ୍ଗାଳୀ ହେଉଛନ୍ତି ଜଣେ ଠିକାଦାର। ରାଜଧାନୀ ଭୁବନେଶ୍ୱର ଓ ଅନ୍ୟ ସ୍ଥାନରେ ପକ୍କା ଘର ମରାମତି କାମ କରନ୍ତି। ଅଭିଯୋଗ ଅନୁସାରେ ତାଙ୍କ ପାଖରେ ଲେବର ଭାବେ କାମ କରୁଥିଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ହୀନ ଡାକୁଆ। ସବୁବେଳେ ନୁହେଁ, ବେଳେ ବେଳେ ତାଙ୍କ ପାଖରେ ଶ୍ରମିକ ଭାବେ କାମ କରନ୍ତି। ତେଣୁ ଉଭୟଙ୍କ ଭିତରେ ଭଲ ସମ୍ପର୍କ ଥିଲା। ହୀନଙ୍କ ଘରକୁ ଯିବା ଆସିବା ଭିତରେ ତାଙ୍କ ଝିଅ ଭାଗ୍ୟଙ୍କ ପ୍ରେମରେ ପଡ଼ିଯାଇଥିଲେ ରାଜୁ ବଙ୍ଗାଳୀ। ଭାଗ୍ୟ ମଧ୍ୟ ରାଜୁଙ୍କୁ ପ୍ରେମ କରୁଥିଲେ। ଆଜିକୁ ୪ ମାସ ତଳେ ରାଜୁଙ୍କ ସହିତ ଭାଗ୍ୟ ଘର ଛାଡ଼ି ପଳାଇ ଯାଇଥିଲେ। ହୀନ ଏ ସମ୍ପର୍କରେ ଜାଣି ଚୁପ୍‌ ରହିଥିଲେ।

ରାଜୁ ଓ ଭାଗ୍ୟ ଭୁବନେଶ୍ୱର ଶିଶୁପାଳଗଡ଼ରେ ଘର ଭଡ଼ା ନେଇ ରହୁଥିଲେ। ଭୁବନେଶ୍ୱରରେ ରହଣୀ ସମୟରେ ଭାଗ୍ୟ କେବେହେଲେ ଘରକୁ ଫୋନ୍‌ କରୁନଥିଲେ। ପରିବାର ଲୋକଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ। ତେବେ ଗତ ୪ ତାରିଖ ସନ୍ଧ୍ୟା ବେଳେ ଭାଗ୍ୟ ବାପ ଘରକୁ ଫୋନ୍‌ କରିଥିଲେ। ଆଉ ମାଆଙ୍କୁ କହିଥିଲେ ୭ ତାରିଖରେ ଘରକୁ ଫେରୁଛନ୍ତି। ଝିଅଠାରୁ ଏକଥା ଶୁଣିବା ପରେ ମାଆଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। କ’ଣ ପାଇଁ ଆସିବୁ? କ’ଣ ହୋଇଛି? କେମିତି ଅଛୁ? ଏମିତି ଅନେକ ପ୍ରଶ୍ନ ପଚାରିବାକୁ ଚାହୁଥିଲେ ହୀନଙ୍କ ପତ୍ନୀ। ହେଲେ ତା’ପୂର୍ବରୁ ଫୋନ୍‌ କାଟି ଦେଇଥିଲେ ଭାଗ୍ୟ। ତା’ପରେ ଆଉ ତାଙ୍କ ଫୋନ୍‌ ଲାଗିନଥିବା ହୀନ କହିଛନ୍ତି।

Advertisment

ରବିବାର ରାତିରେ ରାଜୁ ଓ ତାଙ୍କର ୨ ସହଯୋଗୀ ଭାଗ୍ୟଙ୍କୁ ଧରି ଦୁଇଟି ବାଇକ୍‌ରେ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରୁଥିଲେ। ବାଇକ୍‌ରେ ବସିଥିବା ବେଳେ ଭାଗ୍ୟଙ୍କ ଗୋଡ଼ ଘୁଷୁରୁଥିଲା। ତେଣୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ସେମାନେ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ରାଜୁ ଓ ତାଙ୍କ ସହଯୋଗୀମାନେ କିଛି ଶୁଣିନଥିଲେ। ଦ୍ରୁତ ଗତିରେ ଦୟା ନଦୀ ଅଭିମୁଖେ ପଳାଇ ଯାଉଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଗୋଡ଼ାଇଥିଲେ।

ତେବେ ଦୟା ନଦୀ କୂଳ ମାଟି ରାସ୍ତାରେ ରାଜୁ ଓ ତାଙ୍କ ସାଥୀଙ୍କ ବାଇକ୍‌ର ଚକା ସ୍ଲିପ୍‌ କରିଥିଲା। ଯାହାଫଳରେ ସେମାନେ ପଡ଼ି ଯାଇଥିଲେ। ଧରା ପଡ଼ିଯିବା ଭୟରେ ଭାଗ୍ୟ ଓ ବାଇକ୍‌କୁ ଛାଡ଼ି ରାଜୁ ଏବଂ ତାଙ୍କ ସାଥୀମାନେ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକେ ଏନେଇ ଧଉଳି ଥାନା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭାଗ୍ୟଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ ନେଇଥିଲେ। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ପାଖରେ ଥିବା ଆଧାର କାର୍ଡରୁ ତାଙ୍କର ପରିଚୟ ମିଳିଥିଲା। ପରେ ପୁଲିସ୍‌ ଭାଗ୍ୟଙ୍କ ବାପା ହୀନଙ୍କ ସମ୍ପର୍କରେ ତଥ୍ୟ ପାଇଥିଲା। ତାଙ୍କ ସହ ଯୋଗାଯୋଗ କରିବା ପରେ ପୁଲିସ୍‌ ପୂରା ତଥ୍ୟ ପାଇଥିଲା।

କମିଶନରେଟ୍‌ ପୁଲିସ୍‌ ୩୦୨, ୩୦୬, ୨୦୧ ଓ ୩୪ IPCରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଅଭିଯୋଗରେ ରାଜୁ ଓ ତାଙ୍କର ୨ ସହଯୋଗୀଙ୍କୁ ଅଟକ ରଖି ପଚରା ଉଚରା କରୁଛି। ହେଲେ ଯୁବତୀଙ୍କୁ କେମିତି ହତ୍ୟା କରାଗଲା, ତାହା ବିଷୟରେ ମୁହଁ ଖୋଲୁନି ପୁଲିସ୍‌। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭାଗ୍ୟଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଦୟା ନଦୀରେ ଫିଙ୍ଗି ଦେବା ପାଇଁ ଆଣିଥିଲେ। ସମସ୍ତେ ପ୍ରଚୁର ପରିମାଣରେ ମଦ ପିଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Bhubaneswar Ganjam Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe