Advertisment

ପ୍ରେମିକଙ୍କୁ ଦେଖା କରିବାକୁ ଆସି ବିଷ ପିଇଦେଲେ ପ୍ରେମିକା!

ପରିବର ଲୋକଙ୍କ କହିବା ଅନୁସାରେ ଆଜି ସକାଳେ ଶ୍ୟାମଘନଙ୍କୁ ଦେଖା କରିବା ପାଇଁ ଆସିଥିଲେ ଜ୍ୟୋତିରେଖା। କ୍ଷତ୍ରିୟବରପୁର ଗାଁରେ ପହଞ୍ଚିବା ପରେ ପ୍ରେମିକ ଶ୍ୟାମଘନଙ୍କୁ ଦେଖା କରିବା ପାଇଁ ଡାକିଥିଲେ। କଥା ରଖି ଶ୍ୟାମଘନ ତାଙ୍କୁ ଦେଖା କରିବାକୁ ଆସିଥିଲେ।

author-image
Manoranjan Sial
Girl

Girl

ପ୍ରେମିକଙ୍କୁ ଦେଖା କରିବାକୁ ଆସି ବିଷ ପିଇଦେଲେ ପ୍ରେମିକା! ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଛି। ପ୍ରେମିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଭଞ୍ଜନଗର ଥାନା ମୁଜାଗଡ ଗାଁର ଜ୍ୟୋତିରେଖା ସାହୁ ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମର ଶ୍ୟାମଘନ ଗୌଡ଼ଙ୍କୁ ଭଲ ପାଉଥିଲେ। ଶ୍ୟାମଘନ ମଧ୍ୟ ଜ୍ୟୋତିଙ୍କ ପ୍ରେମରେ ପାଗଳ ହୋଇଥିଲେ। ଦୀର୍ଘ ୧୫ ବର୍ଷର ପ୍ରେମ ସମ୍ପର୍କ। ହେଲେ ଏହାରି ଭିତରେ ଶ୍ୟାମଘନ ବିବାହ କରିଦେଇଥିଲେ। ଛୁଆର ବାପା ମଧ୍ୟ ହୋଇଥିଲେ। ହେଲେ ଜ୍ୟୋତିରେଖା ବିବାହ କରିନଥିଲେ। ପ୍ରେମରେ ଭଟ୍ଟା ପଡ଼ିଥିଲେ ସୁଦ୍ଧା ପୁରୁଣା ଦିନର କଥାକୁ ଭୁଲି ପାରୁନଥିଲେ ଜ୍ୟୋତିରେଖା।

ପରିବର ଲୋକଙ୍କ କହିବା ଅନୁସାରେ ଆଜି ସକାଳେ ଶ୍ୟାମଘନଙ୍କୁ ଦେଖା କରିବା ପାଇଁ ଆସିଥିଲେ ଜ୍ୟୋତିରେଖା। କ୍ଷତ୍ରିୟବରପୁର ଗାଁରେ ପହଞ୍ଚିବା ପରେ ପ୍ରେମିକ ଶ୍ୟାମଘନଙ୍କୁ ଦେଖା କରିବା ପାଇଁ ଡାକିଥିଲେ। କଥା ରଖି ଶ୍ୟାମଘନ ତାଙ୍କୁ ଦେଖା କରିବାକୁ ଆସିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜ୍ୟୋତି ବିଷ ପିଇଦେଇଥିଲେ।

Advertisment

ବିଷ ପିଇବା ପରେ ଜ୍ୟୋତିରେଖା ଗୁରୁତର ଅସୁସ୍ଥ ହୋଇଯାଇଥିଲେ। ଘନଶ୍ୟାମ ତାଙ୍କୁ ସଙ୍ଗେ ସଙ୍ଗେ ଗୋବରା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଘନଶ୍ୟାମ ଫୋନ୍‌ କରି ଏନେଇ ଜ୍ୟୋତିଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ମେଡ଼ିକାଲରେ ପହଞ୍ଚିଲା ବେଳକୁ ଜ୍ୟୋତିରେଖାଙ୍କ ମୃତ୍ୟୁ ହୋଇସାରିଥିଲା। ବିଷ କ୍ରିୟା ଯୋଗୁ ଜ୍ୟୋତିରେଖାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପରିବାର ଲୋକେ ଏ ନେଇ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରେମିକ ଘନଶ୍ୟାମ ବିଷ ଦେଇ ଜ୍ୟୋତିରେଖାଙ୍କୁ ହତ୍ୟା କରିଥିବା ପରିବାର ଲୋକ ଏଫ୍‌ଆଇଆର୍‌ରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡ଼ିକାଲ୍‌ କଲେଜକୁ ପଠାଇ ଦେଇଛନ୍ତି।

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Ganjam