Advertisment

ବାଧକ ସାଜିଲା କଳଙ୍କିତ ଜାତି ପ୍ରଥା: ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!

ପରିବାର ଲୋକଙ୍କ ଜିଦ୍‌ ଯୋଗୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ସବୁଦିନ ପାଇଁ ପରିବାରଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲେ। ଆଜି ସକାଳେ ସିପୁନ୍‌ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଦେଇଥିଲେ। ଠିକ୍‌ ସେମିତି ସୁମିତ୍ରା ମଧ୍ୟ ତାଙ୍କ ଘରେ ରଶି ଲଗାଇଥିଲେ।

Nayagarh

Nayagarh

Advertisment

ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ବିବାହ କରି ନୂଆ ଜୀବନ ଗଢ଼ିବା ପାଇଁ ଦେଖିଥିଲେ କେତେ ସ୍ୱପ୍ନ। ହେଲେ ସେଥିରେ ବାଧକ ଥିଲା କଳଙ୍କିତ ଜାତି ପ୍ରଥା! ଶେଷରେ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ଆଜି ସକାଳେ ଉଭୟ ନିଜ ନିଜ ଘରେ ଝୁଲି ପଡ଼ିଲେ। ଏପରି ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଛି।

Advertisment

ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗାଁର ସିପୁନ୍‌ ମାଝି ଏକ ଗ୍ରୀଲ୍‌ ଦୋକାନରେ କାମ କରନ୍ତି। କାମ କରିବା ଭିତରେ ସେ ମଦନପୁର ଗାଁର ସୁମିତ୍ରା ନାଏକଙ୍କୁ ମନ ଦେଇବସିଥିଲେ। ସୁମିତ୍ରା ମଧ୍ୟ ସିପୁନ୍‌ଙ୍କୁ ଭଲ ପାଉଥିଲେ। ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ନୂଆ ଜୀବନ ଗଢ଼ିବା ପାଇଁ କେତେ ସ୍ୱପ୍ନ ଦେଖିଥିଲେ। ହେଲେ ପ୍ରେମରେ ବାଧକ ଥିଲା କଳଙ୍କିତ ଜାତି ପ୍ରଥା। ସିପୁନ୍‌ ଉଚ୍ଚ ଜାତିର ହୋଇଥିବାରୁ ପରିବାର ଲୋକ ପ୍ରେମ ଗ୍ରହଣ କରିପାରୁନଥିଲେ। ଯାହାକୁ ନେଇ ଉଭୟ ଅଡୁଆରେ ପଡ଼ି ଯାଇଥିଲେ। ହେଲେ କେହି କାହାକୁ ଭୁଲି ପାରୁନଥିଲେ।

ପରିବାର ଲୋକଙ୍କ ଜିଦ୍‌ ଯୋଗୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ। ସବୁଦିନ ପାଇଁ ପରିବାରଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲେ। ଆଜି ସକାଳେ ସିପୁନ୍‌ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଦେଇଥିଲେ। ଠିକ୍‌ ସେମିତି ସୁମିତ୍ରା ମଧ୍ୟ ତାଙ୍କ ଘରେ ରଶି ଲଗାଇଥିଲେ। ଉଭୟଙ୍କର ମୃତ୍ୟୁ ଘଟିଥିଲା। ଗାଁ ଲୋକେ ଜାଣିବା ପୂର୍ବରୁ ମୃତଦେହ ସତ୍କାର କରିଦେଇଥିଲେ ଉଭୟ ପରିବାର ଲୋକ। ତଥାପି ଘରର ଚାରି କାନ୍ଥରୁ କଥା ଉଡି ଯାଇ ପହଞ୍ଚିଲା ଗାଁ ମୁଣ୍ଡରେ।

Advertisment

ଗାଁ ଲୋକେ ଟୁପୁରୁ ଟାପୁରୁ ହେଲେ। କଥା ଉଡି ଉଡି ଯାଇ ପହଞ୍ଚିଲା ଥାନାରେ। ଦଶପଲ୍ଲା ଥାନା ପୁଲିସ୍‌ ନିଜ ଆଡୁ ଘଟଣାର ତଦନ୍ତ ଚଳାଇଛି। ଉଭୟ ପରିବାର ଲୋକଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ତେବେ ଏନେଇ ଉଭୟ ପରିବାର ଓ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ-ଦଶପଲ୍ଲାରୁ ସଞ୍ଜୀବ ସାହୁ

Crime Nayagarh Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe