Advertisment

ରକ୍ତାକ୍ତ ହେଲା ପ୍ରେମ ସମ୍ପର୍କ; ବିଚ୍‌ ରାସ୍ତାରେ ପ୍ରେମିକାଙ୍କୁ ଭୁଷିଲେ ଛୁରୀ

ଅଫିସ୍‌ କାମ କରୁଥିବା ବେଳେ ତାଙ୍କ ମୋବାଇଲ୍‌କୁ ଆସିଥିଲା କୁତୁବୁଦ୍ଦିନଙ୍କ ଫୋନ୍‌ କଲ। ଫୋନ୍‌ ରିସିଭ୍‌ କରିବା ପରେ ଖାଇବା ବାହାନାରେ ବାହାରକୁ ଆସିବା ପାଇଁ ରାନୀଙ୍କୁ ଡାକିଥିଲେ କୁତୁବୁଦ୍ଦିନ। ତାଙ୍କ କଥା ରକ୍ଷା କରି ଆସିଥିଲେ ରାନୀ।

ଅଦ୍ୟତନ ହୋଇଛି
Crime

Crime

Advertisment

ଦୀର୍ଘ ଦିନର ପ୍ରେମ ସମ୍ପର୍କ ହୋଇଛି ରକ୍ତାକ୍ତ। ଆଉ ରକ୍ତରେ ହୋଲି ଖେଳିଛନ୍ତି ଖଳନାୟକ ପ୍ରେମିକ। ପ୍ରତିଶୋଧ ପରାୟଣ ହୋଇ ଖାଇବା ବାହାନାରେ ପ୍ରେମିକାକୁ ଡାକି ବିଚ୍‌ ରାସ୍ତାରେ ୧୦ରୁ ଅଧିକ ଥର ଛୁରୀ ଭୁଷିଛି। ଏବେ ଏମ୍‌ସ ଭୁବନେଶ୍ୱରରେ ଜୀବନ ସହ ସଂଘର୍ଷ କରୁଛନ୍ତି ପ୍ରେମିକା। ଏପରି ବୀଭତ୍ସ ଘଟଣା ରାଜଧାନୀ ଉପକଣ୍ଠ ବରୁଣେଇ ଶିଳ୍ପାଞ୍ଚଳରେ ଘଟିଛି।

Advertisment

ଯାଜପୁର ଅଞ୍ଚଳର ରାନୀ(ଛଦ୍ମନାମ) ରାଜଧାନୀ ଭୁବନେଶ୍ୱର ଯାଆଁଳାରେ ଥିବା ଏକ ଗାଡ଼ି ଶୋ ରୁମ୍‌ରେ ଚାକିରି କରନ୍ତି। ସେଠାରେ ଚାକିରି କରୁଥିବା ବେଳେ ଜଟଣୀ ବାଛେରା ଅଞ୍ଚଳର ଏସ.କେ. କୁତୁବୁଦ୍ଦିନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ପରସ୍ପରକୁ ଭଲ ପାଉଥିଲେ। କୌଣସି କାରଣରୁ ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ପଡ଼ିଥିଲା ଭଟା। ଆଉ ତା’ପରେ କୁତୁବୁଦ୍ଦିନଙ୍କଠାରୁ ଦୂରେଇ ଯାଇଥିଲେ ରାନୀ। ଯେଉଁଥିପାଇଁ ପ୍ରେମିକ ପ୍ରବର କୁତୁବୁଦ୍ଦିନଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପ୍ରତିଶୋଧ ପରାୟଣ ହୋଇଯାଇଥିଲେ।

ସବୁଦିନ ପରି ମଙ୍ଗଳବାର ରାନୀ ଅଫିସ ଆସିଥିଲେ। ଅଫିସ୍‌ କାମ କରୁଥିବା ବେଳେ ତାଙ୍କ ମୋବାଇଲ୍‌କୁ ଆସିଥିଲା କୁତୁବୁଦ୍ଦିନଙ୍କ ଫୋନ୍‌ କଲ। ଫୋନ୍‌ ରିସିଭ୍‌ କରିବା ପରେ ଖାଇବା ବାହାନାରେ ବାହାରକୁ ଆସିବା ପାଇଁ ରାନୀଙ୍କୁ ଡାକିଥିଲେ କୁତୁବୁଦ୍ଦିନ। ତାଙ୍କ କଥା ରକ୍ଷା କରି ଆସିଥିଲେ ରାନୀ। ବରୁଣେଇ ଶିଳ୍ପାଞ୍ଚଳରେ ରାନୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ କୁତୁବୁଦ୍ଦିନ। ତାଙ୍କ ଶରୀରରେ ୧୦ରୁ ଅଧିକ ଥର ଛୁରା ଭୁଷିଥିଲେ। ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଠିକ୍‌ସେହି ସମୟରେ ରାନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୌଡ଼ି ଆସିଥିଲେ। ଲୋକଙ୍କୁ ଦେଖି କୁତୁବୁଦ୍ଦିନ ସେଠାରୁ ଫେରାର ହୋଇଯାଇଥିଲେ।

Advertisment

ସ୍ଥାନୀୟ ଲୋକେ ରାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମ୍‌ସ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ପୀଡ଼ିତାଙ୍କ ଭାଇ ଆଜି ଏନେଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରିଛି। ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚଲାଣ କରିଦେଇଛି।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Crime Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe