Advertisment

ମିଛୁଆ ପ୍ରେମିକ: ପ୍ରେମିକା ପାଇଁ କରିଥିଲା ହତ୍ୟା ନାଟକ

ଜିମ୍‌ ଯିବାକୁ ଶୁକ୍ରବାର ସକାଳେ ପଣ୍ଡିତ ଓରାମ ସ୍କୁଟିରେ ଘରୁ ବାହାରିଥିଲେ। ସେ ପ୍ରଥମେ ନିଜ ପ୍ରେମିକାଙ୍କୁ ଭେଟିଥିଲେ। ତା’ପରେ ଉଭୟ ସାଇଫନ୍‌ ପାୱାର ଚ୍ୟାନେଲ୍‌ ପାଖକୁ ଯାଇଥିଲେ। ନିଜର ହତ୍ୟା ନାଟକ ରଚିଥିଲେ।

Crime

Crime

Advertisment

ପତ୍ନୀ ଥାଉ ଥାଉ ପ୍ରେମିକା ପାଇଁ ମିଛ ହତ୍ୟା ନାଟକ କରିଥିଲେ ପ୍ରେମିକ। ଆଉ ହତ୍ୟାର ରୂପ ଦେବା ପାଇଁ ବ୍ରିଜ୍‌ ପାଖରେ ସ୍କୁଟି ଛିଡ଼ା କରି କୁକୁଡା ରକ୍ତ ଛାଟି ଥିଲେ। ହେଲେ ଦୁର୍ଭାଗ୍ୟକୁ ପ୍ରେମିକଙ୍କ ସବୁ ପୋଲ୍‌ ଖୋଲି ଯାଇଥିଲା। ପୁଲିସ୍‌ ଉଭୟଙ୍କୁ ଦେବଗଡ଼ରୁ ଉଦ୍ଧାର କରିଛି।

Advertisment

ସମ୍ୱଲପୁର ଜିଲ୍ଲା ହୀରାକୁଦ ଥାନା ଜମାଦାରପାଲି ମାହାରପଡ଼ା ପଣ୍ଡିତ ଓରାମ ବିବାହିତ ଓ ତାଙ୍କର ପତ୍ନୀ ଅଛନ୍ତି। ସିଏ ଭାଲୁପାଲି ଅଞ୍ଚଳରେ ଥିବା ଏକ ଜିମ୍‌ ସେଣ୍ଟର ଟ୍ରେନର ଭାବେ କାମ କରୁଥିଲେ। ହେଲେ ଦୀର୍ଘ ଦିନ ହେଲା ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଲୁଚା ଛପାରେ ଉଭୟ ଭେଟାଭେଟି ହେଉଥିଲେ ଓ ଭାବ ଦିଆନିଆ ହେଉଥିଲେ। ପତ୍ନୀଙ୍କ ଭୟରେ ପ୍ରେମିକାଙ୍କୁ ଖୋଲମ୍‌ଖୋଲା ପ୍ରେମ ନିବେଦନ କରିପାରୁନଥିଲେ ପଣ୍ଡିତ ଓରାମ। ଯାହାକୁ ନେଇ ଉଭୟ ଚିନ୍ତାରେ ପଡ଼ି ଯାଇଥିଲେ।

ଜିମ୍‌ ଯିବାକୁ ଶୁକ୍ରବାର ସକାଳେ ପଣ୍ଡିତ ଓରାମ ସ୍କୁଟିରେ ଘରୁ ବାହାରିଥିଲେ। ସେ ପ୍ରଥମେ ନିଜ ପ୍ରେମିକାଙ୍କୁ ଭେଟିଥିଲେ। ତା’ପରେ ଉଭୟ ସାଇଫନ୍‌ ପାୱାର ଚ୍ୟାନେଲ୍‌ ପାଖକୁ ଯାଇଥିଲେ। ନିଜର ହତ୍ୟା ନାଟକ ରଚିଥିଲେ। ଆଉ ନାଟକକୁ ସଫଳ କରିବା ପାଇଁ ନିକଟରେ ଭୋଜି କରୁଥିବା କିଛି ଲୋକଙ୍କଠାରୁ କୁକୁଡା ରକ୍ତ ମାଗି ଆଣିଥିଲେ। ସେହି ରକ୍ତକୁ ନିଜ ସ୍କୁଟି ଓ ପାୱାର୍‌ ଚ୍ୟାନେଲ୍‌ର ପକ୍କା କାନ୍ଥରେ ପକାଇଥିଲେ ପଣ୍ଡିତ ଓରାମ। ଏଥିସହ ସ୍କୁଟିକୁ ପିଟି ଭାଙ୍ଗିଥିଲେ। ତା’ପରେ ସେଠାରୁ ଉଭୟ ଦେବଗଡ଼ ପଳାଇ ଯାଇଥିଲେ।

Advertisment

ସକାଳ ଯାଇ ସନ୍ଧ୍ୟା ହେଲା। ହେଲେ ପଣ୍ଡିତ ଓରାମ ଘରକୁ ଫେରିଲେ ନାହିଁ। ଚିନ୍ତାରେ ପଡ଼ିଗଲେ ତାଙ୍କ ପତ୍ନୀ। ତେଣୁ ସେ ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଠିକ୍‌ ସେତିକି ବେଳେ ପଣ୍ଡିତ ଓରାମଙ୍କ ସ୍କୁଟି ସମ୍ପର୍କରେ ସୂଚନା ମିଳିଥିଲା। ହେଲେ ସ୍କୁଟିରେ ପଡ଼ିଥିବା ରକ୍ତ ଛିଟାକୁ ନେଇ ସନ୍ଦେହ ପ୍ରକାଶ କରିଥିଲା ପୁଲିସ୍‌। ପରେ ତଦନ୍ତକୁ ଆଗକୁ ନେଇଥିଲା।

ପୁଲିସ୍‌ର ତଦନ୍ତ ବେଳେ ପଣ୍ଡିତ ଓରାମ ଓ ତାଙ୍କ ପ୍ରେମିକା ଦେବଗଡ଼ରେ ଥିବା ଜଣାପଡ଼ିଥିଲା। ତା’ପରେ ପୁଲିସ୍‌ ଅଚାନକ ଚମଉ କରି ସେମାନଙ୍କୁ ଉଦ୍ଧାର କରିଥିଲେ। ପଣ୍ଡିତ ଓରାମଙ୍କ ପ୍ରେମିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ମଧ୍ୟ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ସେପଟେ ପଣ୍ଡିତ ଓରାମ ହତ୍ୟା ନାଟକ କରିଥିବା ସ୍ୱୀକାର କରିଛି। ପ୍ରେମିକାକୁ ବିବାହ କରିବା ପାଇଁ ସେ ଏହି ନାଟକ କରିଥିବା କହିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଅତିରିକ୍ତ ଏସ୍‌ପି ହରେଶ ଚନ୍ଦ୍ର ପାଣ୍ଡେ।

Sambalpur Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe