ପ୍ରେମିକାର ରକ୍ତରେ ହୋଲି ଖେଳିଲା ପ୍ରେମିକ | Odisha Reporter
ଚୋରା ପୀରତିର ପରିଣତି ଭୟଙ୍କର ହେଲା। ସଦେଇପାଲି ଗାଁର ଦାସ ବାଗର ଡ୍ରାଇଭର ଭାବେ କାମ କରୁଥିବା ବେଳେ ପୂର୍ବରୁ ବିବାହିତ। ହେଲେ ତାଙ୍କର ନିକଟସ୍ଥ ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦାସ ବାଗର ବିବାହିତ ଜାଣି ମଧ୍ୟ ଉଭୟଙ୍କ ସମ୍ପର୍କ ଖୁବ୍ ଆଗକୁ ବଢ଼ି ଯାଇଥିଲା। ଗତ ସୋମବାର ରାତିରେ କନ୍ଧପାଳି ପଡା ପୋଖରୀ ନିକଟରେ ଦୁହେଁ ଲୁଚାଛପାରେ ଭେଟ କରିଥିଲେ। ସେଠାରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହେବାରୁ କଥା ଉଗ୍ର ରୂପ ନେଇଥିଲା। ଦାସ ବାଗର ନିଜ ପାଖରେ ଥିବା ଏକ ଛୋଟ ଛୁରୀରେ ପ୍ରେମିକାଙ୍କ ବେକ ସମେତ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
