Advertisment

ବିଚ୍‌ ରାସ୍ତାରେ ଯୁବତୀଙ୍କ ବେକ କାଟି ଆତ୍ମହତ୍ୟା କଲେ ପ୍ରେମିକ

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ରୀମା ଜଣେ ୩ ବର୍ଷର ନାବାଳିକା ସହିତ ଚାଲି ଚାଲି ଦେବଗଡ଼ ଟାଉନ୍‌ରେ ଯାଉଥିଲେ। ଠିକ୍‌ ସେହି ସମୟରେ ସେଠାରେ ପହଞ୍ଚିଥିଲେ ସୀମାନ୍ତଳ। ସେଠାରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲେ।

Crime

Crime

Advertisment

ଫେସ୍‌ବୁକ୍‌ରେ ଏକ ତରଫା ପ୍ରେମ କରୁଥିଲେ। ହେଲେ ଏଥିରେ ରାଜି ନହେବାରୁ ବିଚ୍‌ ରାସ୍ତାରେ ଯୁବତୀଙ୍କ ବେକ କାଟି ଦେଲେ ପ୍ରେମିକ। ପରେ ନିଜ ବେକ କାଟି ଆତ୍ମହତ୍ୟା କଟିଲେ ପ୍ରେମିକ। ଆଜି ଅପରାହ୍ନରେ ଏପରି ବୀଭତ୍ସ ଓ ହୃଦୟବିଦାରକ ଘଟଣା ଦେବଗଡ଼ ଟାଉନ୍‌ରେ ଘଟିଛି।

Advertisment

ଗଞ୍ଜାମ ଅଞ୍ଚଳର ସୀମାଞ୍ଚଳ ସାସମଲ୍‌। ଦୁଇ ବର୍ଷ ତଳେ ଦେବଗଡ଼ ଟାଉନ୍‌ର ରୀମା(ଛଦ୍ମ ନାମ)ଙ୍କ ସହିତ ତାଙ୍କର ଫେସ୍‌ବୁକ୍‌ରେ ଦେଖା ସାକ୍ଷାତ ହୋଇଥିଲା। ପ୍ରଥମେ ଚାଟିଂ, ତା’ପରେ କଥାବାର୍ତ୍ତା। ଏହି କଥାବାର୍ତ୍ତା ଭିତରେ ରୀମାଙ୍କ ପ୍ରେମରେ ପଡ଼ି ଯାଇଥିଲେ ସୀମାଞ୍ଚଳ। ଆଉ ସମୟ ସୁବିଧା ଦେଖି ପ୍ରପୋଜ ମଧ୍ୟ ମାରିଥିଲେ। ମାତ୍ର ଏଥିରେ ରାଜି ହେଉନଥିଲେ ରୀମା। ଯେଉଁଥିପାଇଁ ସୀମାଞ୍ଚଳଙ୍କ ମନରେ ଅସନ୍ତୋଷର ନିଆଁ କୁହୁଳୁଥିଲା।

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ରୀମା ଜଣେ ୩ ବର୍ଷର ନାବାଳିକା ସହିତ ଚାଲି ଚାଲି ଦେବଗଡ଼ ଟାଉନ୍‌ରେ ଯାଉଥିଲେ। ଠିକ୍‌ ସେହି ସମୟରେ ସେଠାରେ ପହଞ୍ଚିଥିଲେ ସୀମାନ୍ତଳ। ସେଠାରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲେ। ପରେ ସୀମାଞ୍ଚଳ ଏକ ବ୍ଲେଡ୍‌ରେ ରୀମାଙ୍କ ବେକ କାଟି ଦେଇଥିଲେ। ତା’ପରେ ନିଜ ବେକ କାଟି ଦେଇଥିଲା ସୀମାଞ୍ଚଳ।

Advertisment

ବିଚ୍‌ ରାସ୍ତା ଉପରେ ଏହି ବୀଭତ୍ସ ଘଟଣା ଘଟୁଥିବା ଦେଖି ସ୍ଥାନୀୟ ଲୋକେ କିଛି ବୁଝି ପାରିନଥିଲେ। ପରେ ସେମାନଙ୍କ(ରୀମା ଓ ସୀମାଞ୍ଚଳ) ପାଖକୁ ଦୌଡ଼ି ଆସିଥିଲେ। ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଭୟ ରାସ୍ତାରେ ପଡ଼ିଥିଲେ। ଉଭୟଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସୀମାଞ୍ଚଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ରୀମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ମେଡ଼ିକାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପ୍ରେମ ବ୍ୟାପାରକୁ ନେଇ ଏପରି ଘଟଣା ଘଟିଥିବା ପୁଲିସ୍‌ ସନ୍ଦେହ କରୁଛି।

ରିପୋର୍ଟ-ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ

Crime Deogarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe