Advertisment

ହୋଟେଲ୍‌ରେ ଥିଲେ ପ୍ରେମୀ ଯୁଗଳ, ରାତିରେ ଝୁଲି ପଡ଼ିଲେ ପ୍ରେମିକ!

ରୁମ୍‌ରେ ବ୍ୟବହାର ହୋଇଥିବା ଓ ପ୍ୟାକେଟ୍‌ରେ ଥିବା କଣ୍ଡୋମ୍‌, ମଦ ବୋତଲ, ପାଣି ବୋତଲ ଏବଂ ପ୍ଲେଟ୍‌ରେ ମିକ୍ସଚର ଥିବା ପୁଲିସ୍‌ ଦେଖିବାକୁ ପାଇଥିଲା।

author-image
Manoranjan Sial
Devraj

Deavraj

ହୋଟେଲରେ ସାଙ୍ଗ ହୋଇ ରହିଥିଲେ ପ୍ରେମୀ ଯୁଗଳ। ହେଲେ ରାତି ଅଧରେ ପ୍ରେମିକା ଶୋଇଥିବା ବେଳେ ମଦ ନିଶାରେ ପ୍ରେମିକ ଝୁଲି ପଡ଼ିଥିବା ଅଭିଯୋଗ ହେଉଛି। ଏପରି ଘଟଣା ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

Advertisment

ଭଣ୍ଡାରିପୋଖରୀ ଥାନା ଜଳହରି ଗାଁର ଦେବରାଜ ସାମଲ ଓ ତାଙ୍କ ପ୍ରେମିକା ଭଦ୍ରକ ରେଳ ଷ୍ଟେସନ ନିକଟରେ ଥିବା ଏକ ହୋଟେଲରେ ରବିବାର ରାତିରେ ରହିଥିଲେ। ଅନ୍‌ଲାଇନ୍‌ରେ ହୋଟେଲ୍‌ ବୁକ୍‌ କରି ଆସିଥିଲେ। ହୋଟେଲ୍‌ରେ ଉଭୟ ବହେ ମଦ ପିଇଥିଲେ। ମଦ ନିଶାରେ ଉଭୟ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଜଣାପଡ଼ିଛି।

ତେବେ ବିଳମ୍ୱିତ ରାତିରେ ଦେବରାଜ ଝୁଲି ପଡ଼ିଥିଲେ। ସେ(ଦେବରାଜ) ରୁମ୍‌ ଭିତରେ ରଶିରେ ଝୁଲୁଥିବା ତାଙ୍କ ପ୍ରେମିକାଙ୍କ ନିଶା ଛାଡ଼ି ଯାଇଥିଲା। ସଙ୍ଗେସଙ୍ଗେ ଚିତ୍କାର କରିଥିଲେ। ପରେ ହୋଟେଲ୍‌ କର୍ମଚାରୀଙ୍କୁ ଡାକିଥିଲେ। ହୋଟେଲ୍‌ କର୍ମଚାରୀମାନେ ରଶି କାଟି ଦେବରାଜଙ୍କୁ ଓହ୍ଲାଇଥିଲେ। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

Advertisment
Bhadrakହୋଟେଲ୍‌ ରୁମ୍‌ ଭିତରେ ପଡ଼ିଥିବା ସାମଗ୍ରୀ

ହୋଟେଲ୍‌ ମାଲିକ ଏନେଇ ଟାଉନ୍‌ ଥାନା ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏଥିସହ ଦେବରାଜ ରହୁଥିବା ରୁମ୍‌ରେ ପହଞ୍ଚିଥିଲା ପୁଲିସ୍‌। ରୁମ୍‌ରେ ବ୍ୟବହାର ହୋଇଥିବା ଓ ପ୍ୟାକେଟ୍‌ରେ ଥିବା କଣ୍ଡୋମ୍‌, ମଦ ବୋତଲ, ପାଣି ବୋତଲ ଏବଂ ପ୍ଲେଟ୍‌ରେ ମିକ୍ସଚର ଥିବା ପୁଲିସ୍‌ ଦେଖିବାକୁ ପାଇଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ପ୍ରେମିକ ଓ ପ୍ରେମିକା ମିଶି ପଚୁର ମଦ ପିଇଥିଲେ ବୋଲି ଜଣାପଡ଼ିଛି। କଣ୍ଡୋମ୍‌ ପଡ଼ିଥିବାରୁ ଉଭୟ ସେକ୍ସ କରିଥିବା ଅନୁମାନ କରାଯାଉଛି।

ଦେବରାଜଙ୍କ ଆତ୍ମହତ୍ୟାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା କହିଛନ୍ତି। ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Bhadrak Hospital Bhadrak Bhadrak News