Advertisment

୩ ଜଣଙ୍କୁ ହତ୍ୟା ମାମଲା: ବନ୍ଧା ହେଲେ ୭୦ ବର୍ଷୀୟ ଲଲ୍ଲନ ଖାନ୍‌

ଶୁକ୍ରବାର ମାଳିହାବାଦ ଥାନା ଅନ୍ତର୍ଗତ ରହମତନଗର ଗାଁରେ ଜମି ଭାଗ ବଣ୍ଟାକୁ ନେଇ ବିବାଦ ଦେଖାଦେଇଥିଲା। ଏହାପରେ ଲଲ୍ଲନ ଖାନ୍‌ ଓ ତାଙ୍କ ପୁଅ ମିଶି ତିନି ଜଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

author-image
Madhupriya Mistry
Lucknow Triple Murder Case

Lucknow Triple Murder Case

ସର୍ବସମ୍ମୁଖରେ ତିନି ଜଣଙ୍କୁ ହତ୍ୟା କରିଥିଲେ। ଏବେ ବନ୍ଧା ହେଲେ ୭୦ ବର୍ଷୀୟ ଲଲ୍ଲନ ଖାନ୍‌। ଶୁକ୍ରବାର ଲକ୍ଷ୍ନୌର ମଲିହାବାଦରେ ହୋଇଥିବା ଟ୍ରିପଲ ମର୍ଡର ମାମଲାରେ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ସିରାଜ ଅହମ୍ମଦ ଓରଫ୍‌ ଲଲ୍ଲନ ଖାନ୍‌ ଓ ତାଙ୍କ ପୁଅ ଫରାଜ ଖାନ୍‌ଙ୍କୁ ଗିରଫ କରିଛି।

Advertisment

ଶୁକ୍ରବାର ମାଳିହାବାଦ ଥାନା ଅନ୍ତର୍ଗତ ରହମତନଗର ଗାଁରେ ଜମି ଭାଗ ବଣ୍ଟାକୁ ନେଇ ବିବାଦ ଦେଖାଦେଇଥିଲା। ଏଥିରେ ଏହି ବାପ-ପୁଅ ନିଜର ୩ ଜଣ ସମ୍ପର୍କୀୟଙ୍କୁ ଗୁଳିକରି ହତ୍ୟା କରିଥିଲେ। ପୁଲିସ ଏବେ ଏହି ବାପା-ପୁଅଙ୍କୁ ଗିରଫ କରି ଉଭୟଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅଧିନରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ମୁନୀର, ଫରହିନ୍ ଓ ତାଙ୍କ ପୁଅ ହଞ୍ଜାଲାଙ୍କୁ ଜମିବାଡ଼ି ବିବାଦରେ ହତ୍ୟା କରାଯାଇଥିଲା। ଫରହିନଙ୍କ ଦାଦା ଲଲ୍ଲନ, ତାଙ୍କ ପୁଅ ଫରାଜ ଏବଂ ଅନ୍ୟମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସେମାନଙ୍କ ମଧ୍ୟରେ ବିବାଦୀୟ ଜମିକୁ ନେଇ ଏସ୍ ଡିଏମ୍ କୋର୍ଟରେ ମାମଲା ଚାଲିଥିଲା।

Advertisment

ଗତ ଶୁକ୍ରବାର ଦିନ ପରିବାରର କିଛି ସଦସ୍ୟ ଏକ ଗାଡ଼ିରେ ପହଞ୍ଚିବା ପରେ ଜମିବାଡ଼ି ବିବାଦକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହା ପରେ ଉତକ୍ଷିପ୍ତ ହୋଇ ଲଲ୍ଲନ ବନ୍ଧୁକ ଆଣି ବାପା, ମା' ଓ ପୁଅ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ମୁନୀର, ଫରହିନ ଓ ହଞ୍ଜାଲ। ଏହି ଘଟଣା ପରେ ଅଭିଯୁକ୍ତ ବାପ-ପୁଅ ଫେରାର ହୋଇଯାଇଥିଲେ। କିନ୍ତୁ ମୃତକଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ହତ୍ୟାକାଣ୍ଡ ରେକର୍ଡ ହୋଇଥିଲା। ଏହାକୁ ଆଧାର କରି ପୁଲିସ ଅଭିଯୁକ୍ତ ବାପ-ପୁଅଙ୍କୁ ଗିରଫ କରିଛି।

ସିରାଜ ଓରଫ୍‌ ଲଲ୍ଲନ ଖାନ୍‌ ବିରୋଧରେ ୧୮ଟି ମାମଲା ରୁଜୁ ହୋଇଥିବା ବେଳେ ପୁଅ ଫରାଜ ବିରୋଧରେ ଗୋଟିଏ ମାମଲା ପଞ୍ଜିକୃତ ହୋଇଛି। ସିରାଜ ପାଖରୁ ପୋଲାଣ୍ଡର ପାସପୋର୍ଟ ଜବତ ହୋଇଛି। ପୁଲିସ ବିମାନବନ୍ଦରକୁ ଉଭୟଙ୍କ ବିରୋଧରେ ଆଲର୍ଟ କରାଇ ଦେଇଥିଲା। ଏହା ପରେ ଜଣାପଡ଼ିଲା ଯେ ବାପା-ପୁଅ ଉତ୍ତରାଖଣ୍ଡ ଦେଇ ନେପାଳକୁ ଫେରାର ହେବାକୁ ଯୋଜନା କରୁଥିଲେ। ଉଭୟ ଅଭିଯୁକ୍ତଙ୍କ ନିକଟରୁ ଏକ DBBL ବନ୍ଧୁକ ଜବତ କରାଯାଇଛି। ଫାରାଜ ଅହମ୍ମଦଙ୍କଠାରୁ ପାସପୋର୍ଟ ମଧ୍ୟ ମିଳିଥିବା ପୁଲିସ କହିଛି।

ଯେଉଁ ବୟସରେ ଲୋକ ଘରେ ବିଶ୍ରାମ କରିବା କଥା ସେହି ବୟସରେ ଲଲ୍ଲନ ଖାନ୍‌ ଘଟଣାଇଛନ୍ତି ଜଘନ୍ୟ ହତ୍ୟାକାଣ୍ଡ। ୭୦ ବର୍ଷ ବୟସରେ ଗୁଳିକାଣ୍ଡ ଘଟାଇ ପୂରା ଉତ୍ତରପ୍ରଦେଶରେ ହଇଚଇ ସୃଷ୍ଟି କରିଦେଇଛନ୍ତି ଲଲ୍ଲନ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ତାଙ୍କ ପାଖରେ ଏକ ପାସପୋର୍ଟ ଏବଂ ଲାଇସେନ୍ସପ୍ରାପ୍ତ ଅସ୍ତ୍ର ମଧ୍ୟ ଅଛି। 

Lucknow Police Lucknow Triple Murder Lallan Khan