Advertisment

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା, ୨ ପିଲା ଦେଖିଦେବାରୁ ସେମାନଙ୍କୁ ବି ମାରିଦେଲା

ତିନି ରାତି ମୃତଦେହ ସହ ରାତି କାଟିଥିଲା ଅଭିଯୁକ୍ତ। ଦୁର୍ଗନ୍ଧ ବାହାରିବାରୁ ଖୋଲିଲା ହତ୍ୟାକାଣ୍ଡର ଗୁମର...

File Photo

File Photo

Advertisment

ଦୁଇ ଛୁଆ ଓ ପତ୍ନୀକୁ ହତ୍ୟା କରି ତିନି ରାତି ମୃତଦେହ ସହ ରହିଲା ଅଭିଯୁକ୍ତ। ଏପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ। ଜଣେ ୩୨ ବର୍ଷୀୟ ବ୍ୟକ୍ତି ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିବା ସମୟରେ ଦୁଇ ପିଲା ଦେଖିଦେବାରୁ ସେମାନଙ୍କୁ ମଧ୍ୟ ଜୀବନରୁ ମାରି ଦେଇଛି। 

Advertisment

ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ରାମ ଲଗନ (୩୨) ଜ୍ୟୋତି(୩୦)ଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କର ପାୟଲ (୬) ଏବଂ ଆନନ୍ଦ (୩) ନାମକ ଦୁଇଟି ପିଲା ମଧ୍ୟ ଥିଲେ। ହେଲେ ରାମ ଲଗନ ସର୍ବଦା ପତ୍ନୀଙ୍କର ପରକୀୟା ପ୍ରୀତି ଥିବା ସନ୍ଦେହ କରୁଥିଲେ। ଏହାକୁ ନେଇ ଜ୍ୟୋତି ଫୋନରେ କଥା ହେବା ସମୟରେ ତାଙ୍କୁ ଜେରା କରୁଥିଲେ। 

ଗତ ମାର୍ଚ୍ଚ ୨୮ ରାତିରେ ମଧ୍ୟ ଠିକ୍ ଏହିପରି ହୋଇଥିଲା। ରାମ ଲଗନ ପତ୍ନୀଙ୍କୁ ସନ୍ଦେହ କରି ବିଭିନ୍ନ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍ ରାମ ଲଗନ ରାଗିଯାଇ ଓଢଣୀରେ ଜ୍ୟୋତିଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ।

Advertisment

ଏହି ସମୟରେ ଦୁଇ ପିଲା ପାୟଲ ଓ ଆନନ୍ଦ ଦେଖିଦେଇଥିଲେ। ସେମାନେ ଅନ୍ୟମାନଙ୍କୁ କହିଦେବା ଭୟରେ ଦୁଇ ଛୁଆଙ୍କୁ ମଧ୍ୟ ହତ୍ୟା କରିଥିଲା ରାମ ଲଗନ। ତିନି ଜଣଙ୍କୁ ହତ୍ୟା କରିବା ପରେ ତିନି ରାତି ମୃତଦେହ ସହ ରହିଥିଲା। ସକାଳ ହେଲେ ଘରୁ ଚାଲି ଯାଉଥିଲା ଏବଂ ସନ୍ଧ୍ୟାକୁ ଫେରୁଥିଲା। ଯେପର୍ଯ୍ୟନ୍ତ ମୃତଦେହରୁ ଦୁର୍ଗନ୍ଧ ଆସିନଥିଲା ଏପରି କରୁଥିଲା ରାମ ଲଗନ।

ପଡୋଶୀ ସ୍ତ୍ରୀ ଓ ପିଲାଙ୍କ କଥା ପଚାରିଲେ, ସେମାନେ ହୋଲି ପାଳିବାକୁ ସମ୍ପର୍କୀୟଙ୍କ ଘରକୁ ଯାଇଥିବା କହୁଥିଲା। କିନ୍ତୁ ଘର ମାଲିକ କିଛି ଦୁର୍ଗନ୍ଧ ବାରି ସନ୍ଦେହ କରିଥିଲେ। ରାମ ଲଗନଙ୍କ ଘରକୁ ଯାଇ ଦେଖନ୍ତି ତ, ଅଖାରେ ତିନୋଟି ମୃତଦେହ ବନ୍ଧା ହୋଇ ରହିଛି। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ପୁଲିସ ଗତକାଲି ରାମ ଲଗନକୁ ଅଟକ ରଖି ପଚରାଉଚରା କରିଥିଲା। ଜେରା ସମୟରେ ସେ ଅପରାଧ ସ୍ୱୀକାର କରିଛି। ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ କରୁଛି।  

MURDER CASE UP Crime UP Police Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe