Police
କ୍ଷମତାର ମୋହ ଅନ୍ଧ କରିଦେଲା। ମୁହାଁମୁହିଁ ହେଲେ ମେୟର ଓ ଡାକ୍ତର । ଏକ ସାମାନ୍ୟ ଘଟଣାକୁ ନେଇ ଏକ ହସ୍ପିଟାଲ ଉପରେ ବୁଲଡୋଜର ବୁଲାଇବାକୁ ଧମକ ଦେଲେ ମେୟର। ମାତ୍ର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ଜଣାଯାଇଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି।
ଗତ ସୋମବାର ମେୟର ସୁଷମା ଖାର୍କୱାଲ ଲକ୍ଷ୍ନୌସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଅବସରପ୍ରାପ୍ତ ସୈନ୍ୟଙ୍କୁ ଦେଖିବାକୁ ଯାଇଥିଲେ । ସେଠାରେ ଅବସରପ୍ରାପ୍ତ ସୈନ୍ୟଜଣକ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ମେୟର ତାଙ୍କୁ ଦେଖିବାକୁ ଆଇସିୟୁକୁ ଯିବାକୁ ଉଦ୍ୟତ ହେଉଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ଡାକ୍ତରମାନେ ଚପଲ ଖୋଲିବାକୁ ତାଙ୍କୁ କହିଥିଲେ।
ଏହା ଶୁଣି ମେୟର ଓ ତାଙ୍କ ସହକର୍ମୀ ଉତ୍ତ୍ୟକ୍ତ ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଡାକ୍ତରଙ୍କ ସହ ସେମାନଙ୍କର ଉଚ୍ଚବାଚ ହୋଇଥିଲା। ଏହାପରେ ଘଟଣାସ୍ଥଳ ଛାଡ଼ି ସେ ଚାଲି ଯାଇଥିଲେ ।
ଏହାପରେ ହସ୍ପିଟାଲ ପାଚେରିରେ ପୋଷ୍ଟର ମରାଯିବା ସହ ତାହାକୁ ଭାଙ୍ଗିବାକୁ ବୁଲଡୋଜର ପହଞ୍ଚିଥିଲା। ମାତ୍ର ଖବର ପାଇ ପୁଲିସ୍ ପହଞ୍ଚି ଉଭୟ ପକ୍ଷ ମଧ୍ୟରେ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲ।
ହସ୍ପିଟାଲ ଡାଇରେକ୍ଟର ମୁଦ୍ରିକ ସିଂ କିନ୍ତୁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ଘଟଣାକୁ ଅସ୍ୱୀକାର କରିଛନ୍ତି। ସୋଶାଲ ମିଡିଆରେ ଭୁଲ୍ ଖବର ପ୍ରସାରଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର କୌଣସି ସତ୍ୟତା ନ ଥିବା ବେଳେ ଏହାକୁ ବେଶି ପ୍ରସାରିତ ନ କରିବାକୁ ସେ ଅନୁରୋଧ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
