Advertisment

ବିଚ୍‌ ରାସ୍ତାରେ ଜଜ୍‌ଙ୍କୁ ମାରପିଟ କଲେ, ଗଳା ଚିପି ଦେଲେ

ବିଚ୍‌ ରାସ୍ତାରେ ଜଜ୍‌ଙ୍କୁ ମାରପିଟ କଲେ। ତାଙ୍କ ବେକ ଚିପି ଦେଲେ। ତତ୍‌କ୍ଷଣାତ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁ ବଞ୍ଚିଲା ଜଜ୍‌ଙ୍କ ଜୀବନ ।

author-image
Niharika Rout
Judge

Judge

ବିଚ୍‌ ରାସ୍ତାରେ ଜଜ୍‌ଙ୍କୁ ମାରପିଟ କଲେ। ତାଙ୍କ ବେକ ଚିପି ଦେଲେ। ତତ୍‌କ୍ଷଣାତ କିଛି ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁ ବଞ୍ଚିଲା ଜଜ୍‌ଙ୍କ ଜୀବନ । ଏପରି ଏକ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ଜଜ୍‌ ଲକ୍ଷ୍ନୌର ଏଡିଜି ଆଶୁତୋଷ ସିଂ ବୋଲି ଜଣାଯାଇଛି। ଏକ ବ୍ୟବସ୍ତବହୁଳ ରାସ୍ତାରେ ଏପରି ଅମାନବୀୟ କାଣ୍ଡ ଘଟିଥିଲେ ବି ପୁଲିସ୍‌ ପହଞ୍ଚିବାରେ ବିଳମ୍ବ କରିଥିବା ଅଭିଯୋଗ କରିଛନ୍ତି ବିଚାରପତି ।

Advertisment

ଏହି ଘଟଣା ଲକ୍ଷ୍ନୌର ଡାଲିବାଗ ଅଞ୍ଚଳରେ ହୋଇଥିଲା। ଜଜ୍‌ ଆଶୁତୋଷ ସିଂଙ୍କ କହିବାନୁଯାୟୀ, ସେ କିଛି ବ୍ୟକ୍ତିଗତ କାମରେ ଘରୁ ବାହାରି ବଜାର ଯାଉଥିଲେ। ସେ ଡାଲିବାଗରେ ପହଞ୍ଚିବା ପରେ ପଛରୁ ଆସୁଥିବା ୨ ଯୁବକ ପ୍ରଥମେ ତାଙ୍କ ଗାଡ଼ିକୁ ଧକ୍କା ମାରିଲେ। ଜଜ୍‌ଜଣକ ଏହାକୁ ବିରୋଧ କରିବାରୁ ସେମାନେ ଗାଡ଼ିରୁ ଓହ୍ଲାଇ ତାଙ୍କୁ ମାରପିଟ୍‌ କରିଥିଲେ। ଏପରିକି ସେମାନେ ତାଙ୍କ ଗଳା ଚିପିବାକୁ ଚେଷ୍ଟା କରିଥିଲେ।

ଉକ୍ତ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ଏଥିରେ ହସ୍ତକ୍ଷେପ କରି ବିଚାରପତିଙ୍କୁ ଉକ୍ତ ଯୁବକଙ୍କ କବଳରୁ ରକ୍ଷା କରିଥିଲେ। ଏକ ବ୍ୟସ୍ତବହୁଳ ରାସ୍ତା ଉପରେ ଏପରି କାଣ୍ଡ ଘଟିଥିବା ବେଳେ ପୁଲିସ୍‌ ଠିକ୍‌ ସମୟରେ ପହଞ୍ଚି ନ ଥିବା ଅଭିଯୋଗ କରିଛନ୍ତି ବିଚାରପତି । ଏନେଇ ଡିସିପି ସେଣ୍ଟ୍ରାଲ ରଜତ କୌଶିକଙ୍କ କହିବାନୁଯାୟୀ, ବିଚାରପତିଙ୍କ ଅଭିଯୋଗ ଅନୁଯାୟୀ, ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି।

Advertisment

ବିଚାରପତିଜଣକ ଥାନାରେ ଅଭିଯୋଗ କରିଥିବା ସହ ପୁଲିସ୍‌କୁ ଉକ୍ତ ଯୁବକଙ୍କ ଗାଡ଼ି ନମ୍ବର ଦେଇଛନ୍ତି। ପୁଲିସ୍‌ ତୁରନ୍ତ ଘଟଣା ତଦନ୍ତ ଆରମ୍ଭ କରିଥିବା ବେଳେ ତୁରନ୍ତ ଅଭିଯୁକ୍ତ ଧରା ପଡ଼ିବେ ବୋଲି କହିଛନ୍ତି ଡିସିପି ।

Uttar Pradesh