smb
ସମ୍ବଲପୁର: ରାସ୍ତାରେ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ୭ ଜଣଙ୍କୁ ସମ୍ବଲପୁର ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ବ୍ୟବହରା କରୁଥିବା ବାଇକ, ମୋବାଇଲ ଓ ୪ ହଜାର ଟଙ୍କା ପୋଲିସ ଜବତ କରିଛି । ଏହି ଲୁଟେରା ଗ୍ୟାଙ୍ଗର ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ସମ୍ୱଲପୁର ସହରର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଶନିବାର ବିଳମ୍ବିତ ରାତିରେ ସମ୍ୱଲପୁର- ସୋନପୁର ରାସ୍ତାର ମାଳତିଜୋର ପୋଲ ନିକଟରେ ୩ଟି ବାଇକରେ ୯ଜଣ ଯୁବକ ଆସି ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ ଅଟକାଇଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରବଳ ମାଡ ମାରିବା ସହ ତାଙ୍କଠାରୁ ୪ ହଜାର ଟଙ୍କ। ଓ ମୋବାଇଲ ଲୁଟି ନେଇଥିଲେ । ଲୁଟ ଖବର ପାଇ ପୋଲିସ ଚଢାଉ କରି ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ୨ଜଣ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/08/smb5.png)