Advertisment

ବାଲି ଚୋରାଚାଲାଣ ଚଢାଉ ବେଳେ ASIଙ୍କୁ ହତ୍ୟା

ବାଲି ଚୋରାଚାଲାଣ ସ୍ଥାନକୁ ଚଢାଉ ପାଇଁ ଯାଇଥିବା ସମୟରେ ତାଙ୍କ ଉପରେ ଟ୍ରାକ୍ଟର ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

author-image
Debibandita Barick
Died ASI's File Photo

Died ASI's File Photo

ମଧ୍ୟପ୍ରଦେଶ ଶେହଡୋଲ ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଟ୍ରାକ୍ଟର ମଡାଇ ହତ୍ୟା। ବାଲି ଚୋରାଚାଲାଣ ସ୍ଥାନକୁ ଚଢାଉ ପାଇଁ ଯାଇଥିବା ସମୟରେ ତାଙ୍କ ଉପରେ ଟ୍ରାକ୍ଟର ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ପୁଲିସ କର୍ମଚାରୀ ହେଉଛନ୍ତି ଶେହଡୋଲ ଥାନା ASI ମହେନ୍ଦ୍ର ବାଗ୍ରି।

Advertisment

ସୂଚନା ଅନୁସାରେ, ଶେହଡୋଲ ଥାନାକୁ ସ୍ଥାନୀୟ ଅଞ୍ଚଳରେ ବେଆଇନ ବାଲି ଚାଲାଣ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ASI ମହେନ୍ଦ୍ର ବାଗ୍ରି ଏବଂ ଦୁଇ ଜଣ କନଷ୍ଟେବଳ ପ୍ରସାଦ କନୋଜି ଓ ସଞ୍ଜୟ ଦୁବେ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ଏହି ସମୟରେ ଏକାଧିକ ଟ୍ରକରେ ବାଲି ଚାଲାଣ ହେଉଥିବା ଦେଖି ଏହାକୁ ରୋକିବାକୁ ଉଦ୍ୟମ କରିଥିଲେ। ମହେନ୍ଦ୍ର ଗିରି ଏକ ଟ୍ରାକ୍ଟର ଆଗକୁ ଯାଇ ଗାଡିକୁ ରଖିବାକୁ କହିଥିଲେ, କିନ୍ତୁ ଡ୍ରାଇଭର ତାଙ୍କ ଉପରେ ଗାଡି ମଡାଇ ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର୍ ହୋଇ ଯାଇଛି। ପୁଲିସ ତାଙ୍କୁ ଧରାଇ ଦେବାକୁ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। କିଛି ଦିନ ପୂର୍ବରୁ ମଧ୍ୟ ଏପରି ସମାନ ଘଟଣା ଘଟିଥିଲା। ବେଆଇନ କାର୍ଯ୍ୟ ରୋକିବାକୁ ଯିବା ସମୟରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ନିଶ୍ଚିତ ରୂପେ ଚିନ୍ତାର ବିଷୟ। 

Crime Sand Mining Cop Died MP Sand Mining