Advertisment

କୋଟିପତି ଷ୍ଟୋର କିପର; ଅବସର ପରେ ଘରୁ ବାହାରିଲା ୪୬ ଲକ୍ଷର ଗହଣାକୁ ୨୦ ଲକ୍ଷ କ୍ୟାଶ୍‌

ଲୋକାଯୁକ୍ତ ଏସ୍‌ପି ମନୁ ବ୍ୟାସ୍‌ଙ୍କ ସୂଚନା ଅନୁଯାୟୀ, ଆଶିଫ ଅଲ୍ଲୀ ରାଜଗଡ଼ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟୋର କିପର ଭାବେ ନିୟୋଜିତ ଥିଲେ । ଅବସର ବେଳକୁ ତାଙ୍କ ଦରମା ୪୫ ହଜାର ଟଙ୍କା ଥିଲା।

ଅଦ୍ୟତନ ହୋଇଛି
Raid

Raid

Advertisment

ମେଡିକାଲର ଷ୍ଟୋର କିପର୍‌ ପଦରେ ଚାକିରି କରିଥିଲେ ବାବୁ। ଅବସର ବେଳକୁ ଦରମା ଥିଲା ମାତ୍ର ୪୫ ହଜାର ଟଙ୍କା। ମାତ୍ର ଏବେ ଘରେ ଛାନଭିନ କରିବାରୁ ବାବୁଜଣକ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତିର ମାଲିକ ବୋଲି ଜଣାଯାଇଛି। ଘରୁ ସୁନା, ରୂପା ସାଙ୍ଗକୁ ପୁଳା ପୁଳା କ୍ୟାଶ୍‌ ବି ବାହାରିଲା । ଯାଞ୍ଚକାରୀ ଟିମ୍‌ ଗଣି ଗଣି ହାଲିଆ ହେବା ପରେ ଶେଷରେ ମେଶିନ ମଗାଇଲେ। ହେଲେ ଅମାପ ସମ୍ପତ୍ତିର ମାଲିକ ବାବୁଙ୍କ ସମ୍ପତ୍ତିର ତାଲିକା ସରିବା ନାଁ ଧରୁନି। ଏପରି ଏକ ଘଟଣା ଗତକାଲି ସକାଳେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି।

Advertisment

ଲୋକାଯୁକ୍ତ ଏସ୍‌ପି ମନୁ ବ୍ୟାସ୍‌ଙ୍କ ସୂଚନା ଅନୁଯାୟୀ, ଆଶିଫ ଅଲ୍ଲୀ ରାଜଗଡ଼ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟୋର କିପର ଭାବେ ନିୟୋଜିତ ଥିଲେ । ଅବସର ବେଳକୁ ତାଙ୍କ ଦରମା ୪୫ ହଜାର ଟଙ୍କା ଥିଲା।

ଆଶିଫ ଅଲ୍ଲୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଗତକାଲି ସକାଳେ ଲୋକାୟୁକ୍ତ ଟିମ୍‌ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଟିମ୍‌ର ସଦସ୍ୟ ଯାହା ଦେଖିଲେ ତାଙ୍କ ଆଖି ଖୋସି ହୋଇଗଲା।

Advertisment

ଆଶିଫ ଅଲ୍ଲୀଙ୍କ ଘରୁ ୪୬ ଲକ୍ଷ ଟଙ୍କାର ଗହଣା ସାଙ୍ଗକୁ ୨୦ ଲକ୍ଷ ଟଙ୍କା କ୍ୟାଶ୍‌ ବି ମିଳିଲା। ଏହାକୁ ଗଣି ଗଣି କର୍ମଚାରୀ ହାଲିଆ ହେବା ପରେ ମେଶିନ ମଗାଇ ଗଣିଲେ। ଆଶିଫ ଅଲ୍ଲୀଙ୍କ ବାଦ ତାଙ୍କ ପତ୍ନୀ, ପୁଅ, ଝିଅଙ୍କ ନାଁରେ ୧୬ଟି ପ୍ରପଟି ଥିବା ଜଣାଯାଇଛି। ଏହାର ସୂଚନା ମିଳିବା ପରେ ପୁଲିସ୍‌ ଭୋପାଳ, ବିଦିଶା ଆଦି ସ୍ଥାନରେ ଚଢ଼ାଉ କରୁଛି। ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବହୁ ଅଚଳାଚଳ ସମ୍ପତ୍ତି ଥିବା ବେଳେ ଏହାର ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି।

ଏହାବାଦ ଆଶିଫ ଅଲ୍ଲୀଙ୍କର ଏକ ୧୪ ହଜାର ସ୍କୋୟାର ଫୁଟର ଏକ ଶପିଂ କମ୍ପ୍ଲେକ୍ସ ରହିଛି। ସେହିପରି ଏକ ୩ ତାଲା ଘର ବି ରହିଛି। ଭୋପାଳର ଏୟାରପୋର୍ଟ ରୋଡସ୍ଥିତ ଆଶିଫଙ୍କ ଘରେ ଯେତେବେଳେ ରେଡ ହେଲା ଘରର ଇଣ୍ଟେରିଅର ଦେଖି ଯାଞ୍ଚକାରୀ ଟିମ୍‌ ବି ଅବାକ ରହିଗଲେ। ଘରେ ମଡ୍ୟୁଲାର କିଚେନ ସାଙ୍ଗକୁ ଲକ୍ଷାଧୀକ ଟଙ୍କାର ଝୁମର ଝୁଲିବା ସହ ପଡ଼ିଥିଲା। ଦାମୀ ସୋଫା ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍‌ ତାଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି।

Raid Property List Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe