Advertisment

ପୁଲିସ୍‌କୁ ଦେଖି ନଦୀକୁ ଡେଇଁ ପଡ଼ିଲେ ଯୁବକ, ତା’ ପରେ...

ହଠାତ୍‌ ପୁଲିସ୍‌କୁ ଦେଖି ଛାନିଆ ହୋଇଗଲେ ଯୁବକ । କୌଣସି ବୁଦ୍ଧିବାଟ ଦେଖା ନ ଯିବାରୁ ଯୁବକଜଣକ ପାଖରେ ଥିବା ନଦୀକୁ ଡେଇଁ ପଡ଼ିଥିଲେ।

Man In river

Man In river

Advertisment

ହଠାତ୍‌ ପୁଲିସ୍‌କୁ ଦେଖି ଛାନିଆ ହୋଇଗଲେ ଯୁବକ । କାରଣ ଡ୍ରଗ୍ସ ବିକ୍ରି କରିବା ଘଟଣାରେ ସେ ଥିଲେ ଅଭିଯୁକ୍ତ। ଏହାପରେ କୌଣସି ବୁଦ୍ଧିବାଟ ଦେଖା ନ ଯିବାରୁ ଯୁବକଜଣକ ପାଖରେ ଥିବା ନଦୀକୁ ଡେଇଁ ପଡ଼ିଥିଲେ। ଏହାପରେ ନଦୀରେ ପହଁରି ପହଁରି ଖସି ଯିବାରେ ସକ୍ଷମ ହେଲେ। ଏପରି ଏକ ଘଟଣା ମଧ୍ୟପ୍ରଦେଶର ଶେଓପୁରରେ ଘଟିଛି।

Advertisment

ଅଭିଯୁକ୍ତଜଣକ ଡ୍ରଗ୍ସ ବିକ୍ରି ମାମଲାର ଅଭଯୁକ୍ତ ଥିଲେ। ଏହି ଘଟଣାରେ ଥାନାରେ ହାଜର ହେବାକୁ ନୋଟିସ୍‌ ଦେବାକୁ ପୁଲିସ୍‌ ତାଙ୍କ ଘରକୁ ଯାଇଥିଲା। ମାତ୍ର ନିଜ ଘର ଆଗରେ ହଠାତ୍‌ ପୁଲିସ୍‌କୁ ଦେଖି ଯୁବକଜଣକ କ’ଣ କରିବେ କିଛି ଭାବି ପାରି ନ ଥିଲେ।

ଏହାପରେ ସେ ଘର ନିକଟରେ ଥିବା ନଦୀକୁ ଡେଇଁ ପଡ଼ିଥିଲେ। ଉପରକୁ ଚାଲି ଆସିବାକୁ ପୁଲିସ୍‌ ତାଙ୍କୁ ବହୁ ଅନୁରୋଧ କରିବା ସତ୍ତ୍ୱେ ସେ ଉପରକୁ ଆସି ନ ଥିଲେ। ଯୁବକଜଣକ ପହଁରି ପହଁରି ନଦୀ ଅପର ପାର୍ଶ୍ୱକୁ ଯାଇ ଫେରାର ହେବାରେ ସକ୍ଷମ ହୋଇଥିବା ଜଣାଯାଇଛି। ପୁଲିସ୍‌ ତାଙ୍କ ସନ୍ଧାନ ଜାରି ରଖିଛି।

Advertisment
Madhya Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe