Mafia Attacks Mining Officials Car
ଖଣି ମାଫିଆଙ୍କ ଗୁଣ୍ଡାରାଜ ପୁଣି ଥରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି। ଖଣି ଯାଞ୍ଚ ପାଇଁ ଯାଇଥିବା ୫ ଜଣ ସରକାରୀ ଅଧିକାରୀଙ୍କୁ ଖଣି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣାଟି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନାର ବଡ଼ପୋଖରୀଆ ଗ୍ରାମରେ ଘଟିଛି ।
ଖଣି ଅଧିକାରୀଙ୍କ କହିବା ମୁତାବକ, ଖୋର୍ଦ୍ଧା ଜିଲ୍ଲାରେ ନୂଆ ଖଣି ଚିହ୍ନଟ ପାଇଁ ଗଲା କିଛି ଦିନ ହେଲା ବିଭିନ୍ନ ଖଣି ଅଧିକାରୀଙ୍କୁ ନେଇ ସର୍ଭେ ଚାଲିଛି । ଏହି ଟିମ୍ରେ ଖୋର୍ଦ୍ଧା ମାଇନ୍ସ ଅଫିସର ଜଗନ ବେହେରାଙ୍କ ସହ ବନ ବିଭାଗର ଏସିଏଫ, ଭୂତତ୍ତ୍ବ ବିଭାଗ ଅଧିକାରୀ, ପରିବେଶ ବିଭାଗ ଅଧିକାରୀ ଏବଂ ରାଜସ୍ବ ସୁପରଭାଇଜର ଅଛନ୍ତି।
ଗୁରୁବାର ଅପରାହ୍ନରେ ଏହି ଅଧିକାରୀମାନେ ମିଳିତ ଭାବେ ବିଭିନ୍ନ ଅଞ୍ଚଳ ଯାଇ ଚିହ୍ନଟ ଓ ସର୍ଭେ ପାଇଁ ଯାଇଥିଲେ। ସର୍ଭେ ଶେଷ ହେବା ପରେ ଏହି ସବୁ ଅଧିକାରୀ ଫେରିବାବେଳେ ବଡ଼ପୋଖରୀଆ ଗାଁ ସଅରସାହି ନିକଟରେ ହଠାତ୍ ଦୋଳେ ଲୋକ ସଂଗଠିତ ଭାବେ ଗାଡିକୁ ଅଟକାଇ ଅଧିକାରୀ ମାନଙ୍କୁ ଆକ୍ରମଣ କରିଥିଲେ। ଏହା ସହିତ ସରକାରୀ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ଜିଲ୍ଲା ମାଇନ୍ସ ଅଧିକାରୀ ଶ୍ରୀ ବେହେରାଙ୍କ ପକ୍ଷରୁ ନିରାକାରପୁର ଥାନାରେ ୧୭ ଜଣଙ୍କ ନାମରେ ଏତଲା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଖଣି ଅଧିକାରୀଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଗତ ଜାନୁଆରୀ ୧୪ ତାରିଖରେ ଖୋର୍ଦ୍ଧାରେ ଜଣେ ଖଣି ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1724414430.jpg)