Advertisment

ଦୁବାଇରୁ ଧରା ପଡ଼ିଲେ ମହାଦେବ ବେଟିଂ ଆପ୍‌ ମାଲିକ, ଏବେ ନଜରବନ୍ଦୀ

ଦୀର୍ଘ ଦିନ ହେବ ପୁଲିସ୍‌ ସହ ଲୁଚକାଳି ଖେଳୁଥିବା ମହାଦେବ ବେଟିଂ ଆପ୍‌ ମାଲିକ ସୌରଭ ଚନ୍ଦ୍ରାକରଙ୍କ ସନ୍ଧାନ ମିଳିଛି। ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ନଜରବନ୍ଦୀ କରାଯାଇଛି।

author-image
Niharika Rout
Saurabh Chandrakar

Saurabh Chandrakar

ଦୀର୍ଘ ଦିନ ହେବ ପୁଲିସ୍‌ ସହ ଲୁଚକାଳି ଖେଳୁଥିବା ମହାଦେବ ବେଟିଂ ଆପ୍‌ ମାଲିକ ସୌରଭ ଚନ୍ଦ୍ରାକରଙ୍କ ସନ୍ଧାନ ମିଳିଛି। ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ନଜରବନ୍ଦୀ କରାଯାଇଛି। ସେଠାରୁ ତାଙ୍କୁ ଗିରଫ କରି ଭାରତ ଆଣିବା ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଉପରେ ସମସ୍ତଙ୍କ ନଜର।  

Advertisment

ମହାଦେବ ବେଟିଂ ଆପ୍‌କୁ ନେଇ ଇଡି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଏହାର ମାଲିକ ସୌରଭ ଚନ୍ଦ୍ରାକର ଦୁବାଇରେ ଥିବା ଜଣାପଡ଼ିଥିଲା। ସେଠାରୁ ସେ ନିଜ ବିଜନେସ୍‌କୁ ଅପରେଟ୍‌ କରୁଥିଲେ। ଏନେଇ ଭାରତରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଫଳରେ ତାଙ୍କୁ କାବୁ କରିବାକୁ ଇଡି ଇଣ୍ଟରପୋଲର ସହାୟତା ମାଗିବାରୁ ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ୍‌ ଜାରି କରିଥିଲା।

ଏହାପରେ ଦୁବାଇରେ ତାଙ୍କୁ ନଜରବନ୍ଦୀ କରାଯାଇଛି। ଫଳରେ ତାଙ୍କୁ ଆଉ ଘରୁ ବାହାରିବାକୁ ଅନୁମତି ମିଳୁନି। ଏବେ ତାଙ୍କୁ ଭାରତ ଫେରାଇ ଆଣିବାକୁ ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଉପରେ ସମସ୍ତଙ୍କ ନଜର।  

Advertisment

ସୂଚନାଯୋଗ୍ୟ, ପ୍ରାୟ ୧୫ ଦିନ ପୂର୍ବେ ମହାଦେବ ବେଟିଂ ଆପ୍‌ର ଅନ୍ୟତମ ମାଷ୍ଟର ମାଇଣ୍ଡ ରବି ଉପ୍ପଲ ଦୁବାଇରୁ ଧରା ପଡ଼ିଥିଲା। ଭାରତରେ ଇଡି ଏହି ଆପ୍‌କୁ ନେଇ ଖୋଳତାଡ଼ କରୁଥିବା ବେଳେ ଏହାର ମାଲିକଙ୍କ ଅନ୍ୟତମ ସହଯୋଗୀ ରବି ଉପ୍ପଲ ଦୁବାଇରୁ ଧରା ପଡ଼ିଥିଲା। ରବିଙ୍କୁ ଧରିବାକୁ ଇଡିର ଅନୁରୋଧ କ୍ରମେ ଇଣ୍ଟରପୋଲ ଦ୍ୱାରା ରେଡ ନୋଟିସ ଜାରି କରାଯାଇଥିଲା।

ମହାଦେବ ବେଟିଂ ଆପ୍‌ ମାଲିକ ସୌରଭ ଚନ୍ଦ୍ରାକର ପ୍ରଥମେ ରାୟପୁରରେ ଏକ ଜୁସ୍‌ ସେଣ୍ଟର ଚଲାଉଥିଲେ। ଏହାପରେ ସେ ବେଟିଂ ଦୁନିଆରେ ସାମିଲ ହେଲେ। ଉଭୟ ସୌରଭ ଓ ରବିଙ୍କ ନିକଟରେ ୬ ହଜାର କୋଟିରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ବହୁ ଟଙ୍କା ଦୁବାଇ ପଠାଇ ଦିଆଯାଇଥିବା ଅନୁମାନ କରାଯାଉଛି। ଦୁବାଇରେ ଏହା ପଛରେ ଦାଉଦ ଗ୍ୟାଙ୍ଗ ଥିବା ଅନୁମାନ କରାଯାଉଛି।

ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମହାଦେବ ବୁକ୍ ବେଟିଂ ଆପ୍‌କୁ ବ୍ୟାନ୍‌ କରି ଦିଆଯାଇଥିଲା। ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ବି ପଚରାଉଚରା କରାଯାଇଛି ।

Arrest Mahadev Bettin App Dubai