Advertisment

ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୮ ମହିଳା କନଷ୍ଟେବଳ

ଡିସିପି ରାଙ୍କର ଜଣେ ଅଧିକାରୀଙ୍କ ସମେତ ତିନି ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ୮ ଜଣ ମହିଳା କନଷ୍ଟେବଳ ଗଣଦୁଷ୍କର୍ମ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିଟି ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଅଦ୍ୟତନ ହୋଇଛି
Maharashtra police

Maharashtra police

Advertisment

ପୁଣି ଖାକିରେ ଲାଗିଲା କଳଙ୍କ। ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ବିଭାଗର ହିଁ ମହିଳା। ମହାରାଷ୍ଟ୍ର ପୁଲିସର ମହିଳା କର୍ମଚାରୀମାନେ ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। କେବଳ ସେତିକି ନୁହେଁ ଗଣଦୁଷ୍କର୍ମ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ କମିଶନରଙ୍କ ନିକଟକୁ ପୀଡିତାମାନେ ଚିଠି ଲେଖି ଜଣାଇଛନ୍ତି। ଏ ଏଭଳି ପରିସ୍ଥିତିରେ ସାଧାରଣ ଲୋକ ଓ ମହିଳାଙ୍କ ସୁରକ୍ଷା ପାଇଁ ନିୟୋଜିତ ମହାରାଷ୍ଟ୍ର ପୁଲିସର ଖାକି କଳଙ୍କିତ ହୋଇଥିବା ମନେ ହେଉଛି।

Advertisment

ସୂଚନା ମୁତାବକ, ଅଭିଯୋଗ ଆଣିଥିବା ୮ ଜଣ ମହିଳା କନଷ୍ଟେବଳ ମୁମ୍ବାଇ ପୁଲିସ ବିଭାଗର ଏମ୍‌ଟି ଡିପାର୍ଟମେଣ୍ଟରେ ନିୟୋଜିତ ଅଛନ୍ତି। ଏହି ବାଭାଗରେ ଥିବା ଡିସିପି ରାଙ୍କର ଜଣେ ଅଧିକାରୀଙ୍କ ସମେତ ତିନି ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧ ସେମାନେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ପୁଲିସ କମିଶନରଙ୍କ ନିକଟକୁ ପୀଡିତାମାନେ ଯେଉଁ ଚିଠି ଲେଖି ଜଣାଇଛନ୍ତି ତାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏହି ଚିଠିରେ ଉଲ୍ଲେଖ ରହିଛି ଯେ, ସରକାରୀ ଗାଡିରେ ମହିଳା କନଷ୍ଟେବଳଙ୍କୁ  ବରିଷ୍ଠ ଅଧିକାରୀମାନେ ଘରକୁ ନେଇ ସେଠାରେ ତାଙ୍କ ସହ ଜଣ ଜଣ କରି ଗଣଦୁଷ୍କର୍ମ କରିଛନ୍ତି। କେବଳ ସେତିିକି ନୁହେଁ ନିଶାଶକ୍ତ ଅବସ୍ଥାରେ ଏମାନେ ଦୁଷ୍କର୍ମ କରିବା ସହ ଭିଡିଓ ଉତ୍ତୋଳନ କରି ଏମାନଙ୍କୁ ବ୍ଲାକମେଲିଂ ମଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ପୁଲିସ ବିଭାଗ ଖୋଦ୍‌ ପ୍ରଶ୍ନ ଘେରକୁ ଆସିଛି।

Advertisment

ମହାରାଷ୍ଟ୍ର ପୁଲିସ ବିଭାଗ ଉପରେ ଚାରିଆଡୁ ପ୍ରଶ୍ନ ଉଠିଛି। ମହିଳା କନଷ୍ଟେବଳଙ୍କ ଅଭିଯୋଗ ପରେ ପୁଲିସ କର୍ମଚାରୀମାନେ ନିଜେ କାଠଗଡାକୁ ଟାଣି ହୋଇଛନ୍ତି। ଯଦି ପୁଲିସ ନିଜେ ନିଜ ବିଭାଗର ମହିଳାମାନଙ୍କର ରକ୍ଷକ ସାଜି ପାରୁନାହିଁ ତେବେ ସାଧାରଣ ମହିଳାଙ୍କୁ କିଭଳି ସୁରକ୍ଷା ଦେବ ସେ ନେଇ ପ୍ରଶ୍ନ ଉଠିଛି।

ସେପଟେ ଏହି ଅଭିଯୋଗ ଆସିବା ପରେ ପୁଲିସ କମିଶନର ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ପୀଡିତା କନଷ୍ଟେବଳଙ୍କୁ ଏନେଇ ପ୍ରଶ୍ନ ପଚରାଯିବା ପରେ ସେମାନେ କିନ୍ତୁ ଏହି ପୂରା ଅଭିଯୋଗ ଖଣ୍ଡନ କରି ଦେଇଛନ୍ତି। ତେବେ ଏହି ଚିଠିଟି କିଏ ପଠାଇଲା ସେ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଉକ୍ତି ଚିଠିଟିକୁ ମୁମ୍ବାଇର ମାଟୁଙ୍ଗାରୁ ସ୍ପଡ୍‌ ପୋଷ୍ଟ କରାଯାଇଛି। 

ଜଣେ ପୁଲିସ ଇନ୍ସପେକ୍ଟର କହିଛନ୍ତି, “ଏହି ଦୁଷ୍କର୍ମ ଅଭିଯୋଗ ଆଣି ଆମକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଆମେ ନିର୍ଦ୍ଦୋଷ। ବିଭାଗରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଆମ କାମରେ ଅସନ୍ତୁଷ୍ଟ। ଏହି ଚିଠି ପଠାଇବା ପଛରେ ମୋଟର ଯାନ ବିଭାଗର ଜଣେ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସେ ସନ୍ଦେହ କରିଛନ୍ତି। 

Maharashtra Police Crime Gang Rape Rape Charge
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe