Advertisment

୭ ଦିନିଆ ରିମାଣ୍ଡରେ ଗଲା ମହେଶ କୁମାଓ୍ୱତ

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲର ମାଷ୍ଟରମାଇଣ୍ଡ ଥିବା ଲଳିତକୁ ମହେଶ ସାହାଯ୍ୟ କରିଥିବା ଅଭିଯୋଗ ରହିଛି।

author-image
Madhupriya Mistry
Mahesh Kumawat

Mahesh Kumawat

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମହେଶ କୁମାଓ୍ୱତକୁ ରିମାଣ୍ଡରେ ନେଇଛି ପୁଲିସ। ମାଷ୍ଟରମାଇଣ୍ଡ ଲଳିତ ଝା'ର ସମ୍ପର୍କୀୟ ଭାଇ କୁହାଯାଉଥିବା ମହେଶକୁ ଦିଲ୍ଲୀ ସ୍ପେଶାଲ ସେଲ୍‌ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ।

Advertisment

ସୂଚନା ମୁତାବକ, ଗିରଫ ପରେ ଆଜି ମହେଶକୁ ପୁଲିସ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା। ଏଠାରେ ପୁଲିସ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ଶୁଣାଣି ପରେ କୋର୍ଟ ପୁଲିସକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ମଞ୍ଜୁରୀ ଦେଇଛନ୍ତି।

ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲର ମାଷ୍ଟରମାଇଣ୍ଡ ଥିବା ଲଳିତକୁ ମହେଶ ସାହାଯ୍ୟ କରିଥିବା ଅଭିଯୋଗ ରହିଛି। ଘଟଣା ପରେ ମହେଶକୁ ପୁଲିସ ଖୋଜିଥିଲା। ଅନେକ ସମ୍ଭାବ୍ୟ ସ୍ଥାନ ଉପରେ ପୁଲିସ ଟିମ୍‌ ଚଢ଼ାଉ ମଧ୍ୟ କରିଥିଲା। କିନ୍ତୁ ଗୁରୁବାର ମହେଶ ନିଜେ ଆସି ପୁଲିସ ଷ୍ଟେସନରେ ଆତ୍ମସପର୍ମଣ କରିଥିଲା। ଏହାପରେ ଆଜି ତାକୁ ଗିରଫ କରାଯାଇଛି।

Advertisment

ପୁଲିସ ମହେଶର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ଡି-କୋଡ୍‌ କରିଛି। ଏଥିରୁ ବଡ଼ ଖୁଲାସା ହୋଇଛି। ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଯୁବକମାନଙ୍କୁ ଉସ୍‌କାଉଥିଲା। ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋକୁ ବ୍ୟବହାର କରି ସରକାରୀ ବିରୋଧୀ ଭିଡିଓ ଜରିଆରେ ସେ ଯୁବକଙ୍କ ବ୍ରେନ୍‌ ଓ୍ୱାସ୍ କରୁଥିଲା ବୋଲି ପୁଲିସ କହିଛି।

ପୁଲିସ ସୂଚନା ମୁତାବକ, ମହେଶ ହେଉଛି ରାଜସ୍ଥାନ ନାଗୌରର ବାସିନ୍ଦା। ସେ ଡିସେମ୍ବର ୧୩ ତାରିଖରେ ଦିଲ୍ଲୀ ଆସିଥିଲା। ଘଟଣା ପରେ ଲଳିତ ଝା'କୁ ଫେରାର ହେବା ପାଇଁ ମହେଶ ସହାୟତା କରିଥିଲା। କେବଳ ସେତିକି ନୁହେଁ ଯେଉଁ ମୋବାଇଲରେ ସମସ୍ତ ତଥ୍ୟ ରହିଛି ସେହି ମୋବାଇଲକୁ ଜାଳିବାରେ ମଧ୍ୟ ମହେଶର ହାତ ଥିବା ପୁଲିସ କହିଛି।

Mahesh Kumawat Parliament Security Lapse