Advertisment

ଖାଦ୍ୟରେ ପରିସ୍ରା ମିଶାଇ ମାଲିକଙ୍କୁ ଦେଉଥିଲା ଚାକରାଣୀ, ଏହି କାରଣ ପାଇଁ ଧରାପଡ଼ିଲା

ରୁଟି ତିଆରି ପାଇଁ ସେ ବ୍ୟବହାର କରୁଥିବା ଅଟା ଚକଟିବା ବେଳେ ସେ ପାଣି ବଦଳରେ ପରିସ୍ରା ମିଶାଉଥିଲା। ପରିବାର ଲୋକ ବେଶ ନାଟକୀୟ ଢଙ୍ଗରେ ଚକରାଣୀର କରାସାଦିକୁ ଧରିଛନ୍ତି।

Maid

Maid

Advertisment

ବେଶ ବିଶ୍ୱାସରେ ଘର ଲୋକ ରଖିଥିଲେ। ୮ ବର୍ଷ ହେଲା ମାଲିକ ଓ ତାଙ୍କ ପରିବାରର ସବୁ ସଦସ୍ୟଙ୍କୁ ସେ ନିଜ ହାତରେ ରାନ୍ଧି ଖାଇବାକୁ ଦେଉଥିଲା। ହେଲେ ମାଲିକଙ୍କ ବିଶ୍ୱାସରେ ଚାକରାଣି ଜଣକ ଦେଇଛି ବିଶ୍ୱାସ। ମାଲିକ ଓ ତାଙ୍କ ପରିବାରକୁ ସେ ଦେଉଥିବା ଖାଦ୍ୟରେ ମିଶାଉଥିଲା ପରିସ୍ରା।

Advertisment

ରୁଟି ତିଆରି ପାଇଁ ସେ ବ୍ୟବହାର କରୁଥିବା ଅଟା ଚକଟିବା ବେଳେ ସେ ପାଣି ବଦଳରେ ପରିସ୍ରା ମିଶାଉଥିଲା। ପରିବାର ଲୋକ ବେଶ ନାଟକୀୟ ଢଙ୍ଗରେ ଚକରାଣୀର କରାସାଦିକୁ ଧରିଛନ୍ତି। ପୂରା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଚାକରାଣୀକୁ ଗିରଫ କରିଛନ୍ତି।

ଉତ୍ତର ପ୍ରଦେଶର ଗାଜିଆବାଦରେ ଘଟିଥିବା ଏପରି ଘଟଣାରେ ପୁଲିସ ସ୍ଥାନୀୟ ବ୍ୟବସାୟୀଙ୍କ ଘରେ କାମ କରୁଥିବା ୩୨ ବର୍ଷୀୟ ରୀନାଙ୍କୁ ଗିରଫ କରିଛି। ସେ ଦୀର୍ଘ ୮ ବର୍ଷ ହେଲା ବ୍ୟବସାୟୀଙ୍କ ଘରେ କାମ କରୁଥିଲା।

Advertisment

ରିୟଲ ଷ୍ଟେଟ ବ୍ୟବସାୟ କରୁଥିବା ନୀତୀନ ଗୌତମ ୮ ବର୍ଷ ତଳେ ରୀନାଙ୍କୁ ଘରୋଇ ସହାୟକ ଭାବେ ନିଯୁକ୍ତ କରିଥିଲେ। ସେବେଠାରୁ ସେ ପରିବାର ଲୋକଙ୍କ ପାଇଁ ରନ୍ଧାବଢ଼ା ଠାରୁ ଆରମ୍ଭ କରି ସବୁ କାମ କରେ।

ତେବେ ଏଇ କିଛି ମାସ ହେବ ପରିବାର ସଦସ୍ୟମାନେ ଲିଭର ଜନିତ ସମସ୍ୟାରେ ପଡ଼ିଥିଲେ। ଏହାକୁ ନେଇ ନୀତୀନଙ୍କ ପତ୍ନୀ ରୂପମ ଚିନ୍ତାରେ ପଡ଼ିଥିଲେ। ରୀନା କିଛି ଖାଦ୍ୟରେ ମିଶାଉଛି କି ବୋଲି ତାଙ୍କର ସନ୍ଦେହ ହୋଇଥିଲା। ଏଥିପାଇଁ ପରିବାର ଲୋକମାନେ ଗୁପ୍ତ ଭାବେ ଗୋଟିଏ କ୍ୟାମେରା କିଚେନରେ ଲଗାଇଥିଲେ।

ବାସ୍‌ ଏହାପରେ ରୀନାର ଅସଲ ଚେହେରା ସାମ୍ନାକୁ ଆସିଥିଲା। ରୁଟି ତିଆରି ପାଇଁ ସେ ବ୍ୟବହାର କରୁଥିବା ଅଟାରେ ପରିସ୍ରା ମିଶାଇବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଏହି ଭିଡିଓକୁ ଆଧାର କରି ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ ଦାଖଲ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ରୀନାକୁ ଗିରଫ କରିଛି।

ୱେଭ ସିଟିର ଏସିପି ଲିପି ନାଗାଇଚ କହିଛନ୍ତି, “ଜେରା ବେଳେ ରୀନା ସମସ୍ତ ଅଭିଯୋଗକୁ ପ୍ରାଥମିକ ଭାବେ ଖଣ୍ଡନ କରିଥିଲା। ହେଲେ ଭିଡିଓ ଦେଖାଇ ଜେରା କରାଯିବାରୁ ସେ ନିଜର ଦୋଷକୁ ସ୍ୱୀକାର କରିଛି।

ଛୋଟ ଛୋଟ କଥାରେ ପରିବାର ଲୋକ ତାକୁ ଗାଳି କରନ୍ତି। ଏଥିପାଇଁ ସେ ବିରକ୍ତ ହୋଇଯାଇଥିଲା। ଗାଳିର ପ୍ରତିଶୋଧ ନେବା ପାଇଁ ସେ ଏପରି କାଣ୍ଡ ଘଟାଇଥିବା କହିଛି।”

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe