‘୪୮ ଘଣ୍ଟା ଭିତରେ ୧୦ ଲକ୍ଷ ଦିଅ, ତାହା ପୁଣି ବିଟ୍ କଏନ ହୋଇଥିବା ଦରକାର। ନଚେତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଉଡ଼ାଇଦେବୁ ।’ ଏପରି ଏକ ଧମକପୂର୍ଣ୍ଣ ଇ-ମେଲ୍ ମୁମ୍ବାଇ ପୁଲିସ୍ର ନିଦ ହଜାଇ ଦେଇଛନ୍ତି।
ମୁମ୍ବାଇ ପୁଲିସ୍ ସୂଚନା ଅନୁଯାୟୀ, “quaidacasrol@gmail.com” ନାମକ ଆଇଡିରୁ ଧମକପୂର୍ଣ୍ଣ ମେଲ୍ ଆସିଛି। ଅଭିଯୁକ୍ତ ଗୁରୁବାର ପୂର୍ବାହ୍ନ ୧୧ଟାରେ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ ନିକଟକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି। ଏଥିସହ ସମସ୍ତ ଧନରାଶି ବିଟ୍ କଏନରେ ଦେବାକୁ କହିଛି।
Also Read
ଉକ୍ତ ମେଲ୍ରେ ଲେଖାଯାଇଛି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଡଲାର ନ ଦେଲେ ଟର୍ମିନାଲ-୨କୁ ବମ୍ରେ ଉଡ଼ାଇ ଦେବୁ । ଏଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ବିଟ୍ କଏନରେ ଏକ ମିଲିୟନ ଡଲାର ପଠାଅ । ୨୪ ଘଣ୍ଟା ପରେ ଆଉ ଏକ ଆଲର୍ଟ ଦିଆଯିବ ।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଇ-ମେଲ୍ ଯେଉଁ IP ଠିକଣାରୁ ଆସିଛି, ତାହାର ପତ୍ତା ଲଗା ଯାଇଥିବା ଜଣାଯାଇଛି। ପୁଲିସ୍ ଏବେ ମେଲ୍ ପଠାଇଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଉଦ୍ୟମ ଜାରି ରଖିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!
ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Crime
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।