Advertisment

ଓଡ଼ିଶାରେ ଜୀବନ ହାରିଲା ବେଙ୍ଗାଲୁରୁରେ ମହିଳାଙ୍କୁ ୩୦ ଖଣ୍ଡ କରିଥିବା ଯୁବକ

ବେଙ୍ଗାଲୁରୁରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଆଜି ଝୁଲନ୍ତା ଅବସ୍ଥାରେ ଓଡ଼ିଶାର ଭଦ୍ରକରୁ ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Bengaluru Fridge Murder

Bengaluru Fridge Murder

ପୂରା ଦେଶକୁ ଦୋହଲାଇ ଦେଇଥିବା ବେଙ୍ଗାଲୁରୁ ହତ୍ୟାକାଣ୍ଡ ଘଟଣାରେ ନୂଆ ଟ୍ୱିଷ୍ଟ। ବେଙ୍ଗାଲୁରୁରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଆଜି ଝୁଲନ୍ତା ଅବସ୍ଥାରେ ଓଡ଼ିଶାର ଭଦ୍ରକରୁ ମିଳିଛି।

Advertisment

ମୃତ ଯୁବକ ଜଣଙ୍କ ହେଲା ମୁକ୍ତି ରଞ୍ଜନ ରାୟ। ତା’କୁ ବେଙ୍ଗାଲୁରୁ ପୁଲିସ୍‌ ଖୋଜୁ ଥିବା ବେଳେ ସେ ଓଡ଼ିଶାରେ ଥିବା ଜଣାପଡ଼ିଥିଲା। ତା’କୁ ଜେରା ପାଇଁ ବେଙ୍ଗାଲୁରୁ ପୁଲିସ୍‌ ଓଡ଼ିଶା ଆସିବାକୁ ପ୍ରସ୍ତୁତ ହେଉଥିଲେ ହେଁ ସେ ଜୀବନ ହାରି ସାରିଥିବା ବେଙ୍ଗାଲୁରୁ ସେଣ୍ଟ୍ରାଲର ଡିସିପି ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳେ ବେଙ୍ଗାଲୁରୁ ଓଡ଼ିଶା ଆସିବ ଓ ବିଧିବଦ୍ଧ ଭାବେ ଘଟଣା ସମ୍ପର୍କରେ ଘୋଷଣା କରିବ। 

ବେଙ୍ଗାଲୁରୁର ଭୟାଲିକାବାଲ ଠାରେ ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୦ ଖଣ୍ଡ କରି ଦିଆଯାଇଥିଲା। । ଏହାପରେ ଏହାକୁ ରୁମରେ ଥିବା ଫ୍ରିଜ ମଧ୍ୟରେ ରଖି ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ଘଟଣାକୁ ନେଇ କର୍ଣ୍ଣାଟକା ସମେତ ପୂରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

Advertisment

ଏହାପରେ କର୍ଣ୍ଣାଟକା ପୁଲିସ୍‌ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ମୁକ୍ତି ରଞ୍ଜନକୁ ଚିହ୍ନଟ କରିଥିଲା। ସେ ଓଡ଼ିଶାରେ ଥିବା ଜଣାପଡ଼ିବା ପରେ ବେଙ୍ଗାଲୁରୁ ପୁଲିସ୍‌ ଆଜି ଏଠାକୁ ଆସିବ ବୋଲି କହିଥିଲା। ହେଲେ ପୁଲିସ୍‌ ତା’ ପାଖରେ ପହଞ୍ଚିବା ପୂର୍ବରୁ ସେ ବେକରେ ଦଉଡ଼ି ଲଗାଇ ଗୋଟିଏ ଗଛରେ ଝୁଲି ପଡ଼ିଛି।

ଭଦ୍ରକର କୁଳେଇ ପଦା ଗାଁ ନିକଟରେ ଥିବା ଶ୍ମଶାନ ନିକଟ ଗଛରୁ ମୁକ୍ତି ରଞ୍ଜନର ଝୁଲନ୍ତା ମୃତଦାହ ମିଳିଛି। ଆଜି ସକାଳୁ ମୃତଦେହ ମିଳିଥିଲେ ହେଁ ତା’ର ପରିଚୟ ଜଣାପଡ଼ି ନଥିଲା। ଶେଷରେ ଅଧିକ ଯାଞ୍ଚ କରାଯିବାରୁ ମୃତଦେହ ମୁକ୍ତିରଞ୍ଜନର ବୋଲି ବେଙ୍ଗାଲୁରୁ ପୁଲିସ୍‌ ସ୍ପଷ୍ଟ କରିଛି। ଏ ଖବରକୁ ମଧ୍ୟ ଧୁସୁରୀ ପୁଲିସ୍‌ ନିଶ୍ଚିତ କରିଛି।

ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ମୁକ୍ତି ରଞ୍ଜନ ତା’ ଲ୍ୟାପଟପ ବ୍ୟାଗ ଧରି ଭୋର ପ୍ରାୟ ୪ଟା ବେଳେ ଗାଁରେ ଥିବା ଖବର ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ ତା’ର ଝୁଲନ୍ତା ମୃତଦେହ ଶ୍ମଶାନ ନିକଟ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ମୃତଦେହ ନିକଟରୁ ମୁକ୍ତିରଞ୍ଜନର ହାତ ଲେଖା ଚିଠି ମିଳିଛି।

ଏଥିରେ ସେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ସେହିପରି ପୁଲିସ୍‌ ଭୟରେ ସେ ଜୀବନ ହାରିଥିବା କଥା ମଧ୍ୟ ସୁଇସାଇଡ ନୋଟରେ ଉଲ୍ଲେଖ କରିଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ନେପାଳି ମହିଳା ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ମୁକ୍ତି ରଞ୍ଜନ ତା’ର ଗାଁ ଭଦ୍ରକ ଜିଲ୍ଲାର କୁଳେଇପଦାକୁ ଚାଲି ଆସିଥିଲେ। ଏଠାରେ ରହିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଘର ଛାଡ଼ିଥିଲା। ପୁଲିସ ଜାଣିବାକୁ ପାଇଛି ଯେ ମୁକ୍ତି ରଞ୍ଜନ ଗୋଟିଏ ସ୍କୁଟିରୁ ଘରୁ ବାହାରିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଗଛରେ ଦଉଡ଼ି ଲଗାଇ ଝୁଲି ପଡ଼ିଛି। 

ଆଜି ସକାଳୁ ତା’ ଲ୍ୟାପଟପକୁ ପ୍ରଥମେ ଗାଁ ଲୋକ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଭଦ୍ରକ ସରକାରୀ ହସ୍ପିଟାଲକୁ ପଠାଇଥିଲା। ତଦନ୍ତକାରୀ ଅଧିକାରୀମାନେ ମୁକ୍ତିର ଡାଏରୀ ଓ ଲ୍ୟାପଟପକୁ ଜବତ କରିଛନ୍ତି। 

ମୁକ୍ତି ରଞ୍ଜନ ବେଙ୍ଗାଲୁରୁର ହେବାଗୋଡି ଅଞ୍ଚଳରେ ରହୁଥିଲା। ମାଲେସ୍ୱରମ ଠାରେ ଥିବା ଗୋଟିଏ ଫ୍ୟାଶନ ଷ୍ଟୋରରେ ସେ କାମ କରୁଥିଲା। ଏଠାରେ ମହାଲକ୍ଷ୍ମୀ ମଧ୍ୟ କାମ କରୁଥିଲେ। ଉଭୟଙ୍କ ମଧ୍ୟ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ କିଛି ଦିନ ପରେ ମହାଲକ୍ଷ୍ମୀ ଆଉ ଜଣଙ୍କ ସମୟ କାଟିବା ଆରମ୍ଭ କରିଥିଲେ। ଏଥିଯୋଗୁ ମୁକ୍ତି ରଞ୍ଜନ ସବୁବେଳେ ତାଙ୍କ ସହ ଝଗଡ଼ା କରୁଥିଲା। 

ମହାଲକ୍ଷ୍ମୀ ଆଉ ଜଣଙ୍କର ନିକଟତର ହେଉଥିବାରୁ ମୁକ୍ତି ରଞ୍ଜନ ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାଇବାକୁ ପାଇଛି। ଘଟଣାର ୯ ମାସ ପୂର୍ବରୁ ମହାଲକ୍ଷ୍ମୀ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ବେଙ୍ଗାଲୁରୁ ଚାଲି ଆସିଥିଲେ। 

Murder Bengaluru