ହଠାତ୍ ଦୋକାନ ଭିତରେ ଦଳବଳ ହୋଇ ପଶିଲେ ଦୁର୍ବୃତ୍ତ। ଷ୍ଟେସନାରୀ ଦୋକାନୀଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗାଁ ମାଉସୀ ମା’ ମନ୍ଦିର ଛକ ନିକଟରେ। ଆହତ ଦୋକାନୀ ସୁଶାନ୍ତ ବେହାରଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସୁଶାନ୍ତ ଦୋକାନରେ ଥିଲେ। ଏହି ସମୟରେ ହଠାତ୍ ୧୦ରୁ ୧୫ଜଣ ଦୁର୍ବୃତ୍ତ ଦୋକାନରେ ପଶି ଆସି ଖଣ୍ଡାରେ ହାଣି ତାଙ୍କୁ ଲହୁଲୁହାଣ କରିଥିଲେ। ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୁଶାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି।
ରାଜନୈତିକ ଶତ୍ରୁତା ପାଇଁ ଏହି ଆକ୍ରମଣ ହୋଇଥିବା ସୁଶାନ୍ତ ସ୍ତ୍ରୀ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳକ ଛାତ୍ର ସହ ସେକ୍ସ କରିଥିଲେ ଶିକ୍ଷୟିତ୍ରୀ, ମିଳିଲା ୩୦ ବର୍ଷ ଜେଲ୍
ଅଷ୍ଟମ ଶ୍ରେଣୀ ଛାତ୍ରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତା' ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ। ଅଭିଯୋଗ ପରେ କରିଥିଲେ ଆତ୍ମସମର୍ପଣ।
Crime
ଡିଜିଟାଲ ଆରେଷ୍ଟର ଧମକ; ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍
ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।
Crime
ମୋବାଇଲ ହେଲା କାଳ; ଝୁଲି ପଡ଼ିଲେ ଦମ୍ପତି
ଘର ବାହାରେ ୧୧ମାସର ଶିଶୁ କନ୍ୟାଟି କାନ୍ଦୁ ଥିବା ଶୁଣି ପାଖ ପଡ଼ୋଶୀ ଛୁଆ ପାଖକୁ ଧାଇଁ ଆସିଥିଲେ।
Crime
ବିରଜା ହାଟ ପୁରୁଣା ସ୍ଥାନକୁ ଫେରିବାରୁ ପ୍ରବଳ ଉତ୍ତେଜନା; ସାମୟିକ ଭାବେ ବନ୍ଦ ହେଲା
ହାଟ ଖୋଲିବାକୁ ବିରୋଧ କରି ଗୋଟିଏ ଗୋଷ୍ଠି ରାସ୍ତାରୋକ କରିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏପରି ସ୍ଥିତିରେ ବିରଜା ହାଟକୁ ସାମୟିକ ଭାବେ ଆଜି ବନ୍ଦ କରିଛି ପ୍ରଶାସନ ।
Crime
କୋଟିପତି ସିଏସ୍ଓଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ସୁରେଶଙ୍କ ସୋନପୁର ସ୍ଥିତ ଭଡ଼ାଘର,କାର୍ଯ୍ୟାଳୟ ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା।