Advertisment

ଷ୍ଟେସନାରୀ ଦୋକାନରେ ପଶିଲେ; ଦୋକାନୀକୁ ହାଣିଲେ

ରାଜନୈତିକ ଶତ୍ରୁତା ପାଇଁ ଏହି ଆକ୍ରମଣ ହୋଇଥିବା ସୁଶାନ୍ତ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Attack

Attack

Advertisment

ହଠାତ୍ ଦୋକାନ ଭିତରେ ଦଳବଳ ହୋଇ ପଶିଲେ ଦୁର୍ବୃତ୍ତ। ଷ୍ଟେସନାରୀ ଦୋକାନୀଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସିକୁଳା ଗାଁ ମାଉସୀ ମା’ ମନ୍ଦିର ଛକ ନିକଟରେ। ଆହତ ଦୋକାନୀ ସୁଶାନ୍ତ ବେହାରଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସୁଶାନ୍ତ ଦୋକାନରେ ଥିଲେ। ଏହି ସମୟରେ ହଠାତ୍ ୧୦ରୁ ୧୫ଜଣ ଦୁର୍ବୃତ୍ତ ଦୋକାନରେ ପଶି ଆସି ଖଣ୍ଡାରେ ହାଣି ତାଙ୍କୁ ଲହୁଲୁହାଣ କରିଥିଲେ। ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ପରିବାର ଲୋକେ ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୁଶାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି।

ରାଜନୈତିକ ଶତ୍ରୁତା ପାଇଁ ଏହି ଆକ୍ରମଣ ହୋଇଥିବା ସୁଶାନ୍ତ ସ୍ତ୍ରୀ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe