Advertisment

‘ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍‌ ଫିଙ୍ଗର ଦେଖାଇବାରୁ ଝଗଡ଼ା ହୋଇଥିଲା’

ଆମେ ସମ୍ପୃକ୍ତ ମହିଳାଙ୍କୁ କୌଣସି ଶାରୀରିକ ଆଘାତ ବା ମାଡ଼ କରିନାହୁ ବୋଲି ଗିରଫ ହୋଇଥିବା ଛାତ୍ରମାନେ କହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Police

Police

ରାତିରେ କାର୍‌ ଭିତରେ ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍‌ ଫିଙ୍ଗର ଦେଖାଇଥିଲେ। ଆଉ ବିନା କାରଣରେ ଅଭଦ୍ର ଭାଷାରେ ଗାଳି ଦେଇଥିବାରୁ ଝଗଡ଼ା ଆରମ୍ଭ ହୋଇଥିଲା। ଆମର କୌଣସି ଭୁଲ୍‌ ନାହିଁ। ବିନା ଦୋଷରେ ଆମକୁ ଗିରଫ କରାଯାଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଗଲା ବେଳେ ଆଜି ଏମିତି କହିଛନ୍ତି ୭ ଛାତ୍ର।

Advertisment

ଗିରଫ ହୋଇଥିବା ୭ ଛାତ୍ର କହିଛନ୍ତି, ଆମେ ପଟିଆରୁ ଫେରୁଥିଲୁ। ମେଜର ଓ ତାଙ୍କ ବାନ୍ଧବୀ ଫୁଲ୍‌ ନିଶାରେ ଥିଲେ। ସେମାନେ ଆମକୁ ରାସ୍ତାରେ ଅଟକାଇବାକୁ ଚେଷ୍ଟା କରିଥିଲେ। କାର୍‌ରେ ରହି ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍‌ ଫିଙ୍ଗର ଦେଖାଇଥିଲେ। ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଏହାପରେ କାର୍‌ ଅଟକାଇବାକୁ ଆମେ ସେମାନଙ୍କୁ କହିଥିଲୁ।

ସେମାନେ କାର୍‌ ଅଟକାଇ ଥିଲେ। ତା’ପରେ ଆମ ସହିତ ଯୁକ୍ତିତର୍କ କରିଥିଲେ। ଯାହାଫଳରେ ସେଠାରେ ପାଟିତୁଣ୍ଡ ଓ ଠେଲାପେଲା ହୋଇଥିଲା। ସେତେବେଳେ ସେମାନେ ଫୁଲ୍‌ ନିଶାରେ ଥିଲେ। କାର୍‌ ଭିତରେ ମଦ ଥିବା ଦେଖିବାକୁ ପାଇଥିଲୁ ବୋଲି ଛାତ୍ରମାନେ କହିଛନ୍ତି।

Advertisment

ଜଣେ ଛାତ୍ର କହିଛନ୍ତି, ସେମାନଙ୍କ ସହିତ ଆମର କୌଣସି ପୂର୍ବ ଶତ୍ରୁତା ନଥିଲା। ମହିଳା ଜଣକ ମିଡିଲ୍‌ ଫିଙ୍ଗର ଦେଖାଇବା ଓ ଅଭଦ୍ର ଭାଷାରେ ଗାଳି ଦେଇଥିବାରୁ ପାଟିତୁଣ୍ଡ ହୋଇଥିଲା। ହେଲେ ଆମେ ସମ୍ପୃକ୍ତ ମହିଳାଙ୍କୁ କୌଣସି ଶାରୀରିକ ଆଘାତ ବା ମାଡ଼ ମାରି ନାହୁଁ। 

ସେପଟେ ଚନ୍ଦକା ଥାନା ପୁଲିସ୍‌ କହିଛି, ଗତ ୧୫ ତାରିଖ ରାତି ୨ଟା ବେଳେ ଯୁବତୀ ଜଣକ ପରିବାର ଲୋକଙ୍କ ସହିତ ଆସୁଥିଲେ। ତେବେ ସୁନ୍ଦରପୁର ଗୋଲେଇ ଛକ(ଇନ୍‌ଫୋସିଟି-ଚନ୍ଦକା ରୋଡ୍‌) କିଛି ଛାତ୍ରଙ୍କ ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା। ସେହି ଝଗଡ଼ାରେ ଯୁବତୀଙ୍କୁ ଆସଲ୍‌ଟ କରାଯାଇଥିଲା। ଏ ନେଇ ଚନ୍ଦକା ଥାନାରେ ଏକ ମାମଲା ହୋଇଥିଲା।

ଭରତପୁର ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ଏକ ମାମଲା କରାଯାଇଥିଲା। ସେହି ମାମଲାରେ ୭ ଛାତ୍ରଙ୍କୁ ଗିରଫ କରିଛି। ଗୋଟିଏ ଗାଡ଼ି ଓ ୧୧ଟି ମୋବାଇଲ୍‌ ଜବତ କରାଯାଇଛି। ଆମେ ଗୋଟିଏ ଭିଡିଓ ଓ ଅଡିଓ କ୍ଲିପ୍‌ ପାଇଛୁ। ସେ ସବୁକୁ ଯାଞ୍ଚ କରାଯାଉଛି। ମାମଲାର ଏବେ ତଦନ୍ତ ଚାଲିଥିବା ଚନ୍ଦକା ଥାନା ପୁଲିସ୍‌ କହିଛି।

Bhubaneswar Bhubaneswar News