ମାଲକାନଗିରି:ଭେଜାଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସିପିଆଇ ମାଓବାଦୀ ଡିଭିଜିନାଲ୍ କମିଟି ସଦସ୍ୟ ସୁନାଧର ବିରୋଧରେ ପ୍ରାୟ ଶହେ ସୁରକ୍ଷାକର୍ମୀଙ୍କୁ ହତ୍ୟା ଅଭିଯୋଗ ରହିଛି। ଭେଜାଗୁଡା ଏନକାଉଣ୍ଟର ପରେ ମାଲକାନଗିରି ପହଞ୍ଚି ଏହା ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍ ସାଇନି। ସାମ୍ୱାଦିକଙ୍କୁ ସୂଚନା ଦେଇ ଏସ୍ ସାଇନି କହିଛନ୍ତି, କ୍ୟାଡର ମାଓବାଦୀ ଥିବା ସୁନାଧର ବହୁଚର୍ଚ୍ଚିତ ଛତିଶଗଡ଼ ଦରଭାଘାଟି ଆକ୍ରମଣ, ତାହକୱାଡ଼ି ମାଓ ହିଂସା ଭଳି ବଡ଼ ବଡ଼ ହିଂସାକାଣ୍ଡରେ ସଂପୃକ୍ତ ଥିଲା। ତାଙ୍କ ନାଁରେ ଓଡ଼ିଶା ଓ ଛତିଶଗଡ଼ ସରକାର ୧୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରୁ ଅନ୍ୟ ଜଣେ ମାଓବାଦୀ ଲକ୍ଷ୍ମଣ କୁଞ୍ଚାମି ଉପରେ ମଧ୍ୟ ଓଡ଼ିଶା ଓ ଛତିଶଗଡ଼ ସରକାର ୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ତେବେ ତୃତୀୟ ମାଓବାଦୀ ଜଣଙ୍କର ପରିଚୟ ମିଳି ପାରି ନଥିବା ସାଇନି ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲୁଟ୍ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା
ଏୟାଫିଲ୍ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ।
Crime
ଦଲାଲଙ୍କ ଜରିଆରେ ଘୂରି ବୁଲୁଛି ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ
କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ!
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Crime
ତୁଚ୍ଛ ହେଲା ରକ୍ତ ସମ୍ପର୍କ; ବଡ଼ ଭାଇର ଜୀବନ ନେଲା ସାନ ଭାଇ
ରବିବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସୁନିଲ ଓ ସୁଶିଲଙ୍କ ମଧ୍ୟରେ ବଚସା ହୋଇଥିଲା ।