Advertisment

ମାଲକାନଗିରି: ଭେଜାଗୁଡ଼ା ଏନକାଉଣ୍ଟରରେ ନିହତ ମାଓବାଦୀ ସୁନାଧର ନାଁରେ ଥିଲା ଶହେ ସୁରକ୍ଷାକର୍ମୀଙ୍କୁ ହତ୍ୟା ଅଭିଯୋଗ

ମାଲକାନଗିରି:ଭେଜାଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସିପିଆଇ ମାଓବାଦୀ ଡିଭିଜିନାଲ୍ କମିଟି ସଦସ୍ୟ ସୁନାଧର ବିରୋଧରେ ପ୍ରାୟ ଶହେ ସୁରକ୍ଷାକର୍ମୀଙ୍କୁ ହତ୍ୟା ଅଭିଯୋଗ ରହିଛି। ଭେଜାଗୁଡା ଏନକାଉଣ୍ଟର ପରେ ମାଲକାନଗିରି ପହଞ୍ଚି ଏହା ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍ ସାଇନି। ସାମ୍ୱାଦିକଙ୍କୁ ସୂଚନା ଦେଇ ଏସ୍ ସାଇନି କହିଛନ୍ତି, କ୍ୟାଡର ମାଓବାଦୀ ଥିବା ସୁନାଧର ବହୁଚର୍ଚ୍ଚିତ ଛତିଶଗଡ଼ ଦରଭାଘାଟି ଆକ୍ରମଣ, ତାହକୱାଡ଼ି ମାଓ ହିଂସା ଭଳି ବଡ଼ ବଡ଼ ହିଂସାକାଣ୍ଡରେ ସଂପୃକ୍ତ ଥିଲା। ତାଙ୍କ […]

ଅଦ୍ୟତନ ହୋଇଛି
ମାଲକାନଗିରି: ଭେଜାଗୁଡ଼ା ଏନକାଉଣ୍ଟରରେ ନିହତ ମାଓବାଦୀ ସୁନାଧର ନାଁରେ ଥିଲା ଶହେ ସୁରକ୍ଷାକର୍ମୀଙ୍କୁ ହତ୍ୟା ଅଭିଯୋଗ

m

Advertisment

ମାଲକାନଗିରିmalakangiri:ଭେଜାଗୁଡ଼ା ଜଙ୍ଗଲରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସିପିଆଇ ମାଓବାଦୀ ଡିଭିଜିନାଲ୍ କମିଟି ସଦସ୍ୟ ସୁନାଧର ବିରୋଧରେ ପ୍ରାୟ ଶହେ ସୁରକ୍ଷାକର୍ମୀଙ୍କୁ ହତ୍ୟା ଅଭିଯୋଗ ରହିଛି। ଭେଜାଗୁଡା ଏନକାଉଣ୍ଟର ପରେ ମାଲକାନଗିରି ପହଞ୍ଚି ଏହା ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍ ସାଇନି। ସାମ୍ୱାଦିକଙ୍କୁ ସୂଚନା ଦେଇ ଏସ୍ ସାଇନି କହିଛନ୍ତି, କ୍ୟାଡର ମାଓବାଦୀ ଥିବା ସୁନାଧର ବହୁଚର୍ଚ୍ଚିତ ଛତିଶଗଡ଼ ଦରଭାଘାଟି ଆକ୍ରମଣ, ତାହକୱାଡ଼ି ମାଓ ହିଂସା ଭଳି ବଡ଼ ବଡ଼ ହିଂସାକାଣ୍ଡରେ ସଂପୃକ୍ତ ଥିଲା। ତାଙ୍କ ନାଁରେ  ଓଡ଼ିଶା ଓ ଛତିଶଗଡ଼ ସରକାର ୧୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୩ ଜଣଙ୍କ ମଧ୍ୟରୁ ଅନ୍ୟ ଜଣେ ମାଓବାଦୀ ଲକ୍ଷ୍ମଣ କୁଞ୍ଚାମି ଉପରେ ମଧ୍ୟ ଓଡ଼ିଶା ଓ ଛତିଶଗଡ଼ ସରକାର ୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ତେବେ ତୃତୀୟ ମାଓବାଦୀ ଜଣଙ୍କର ପରିଚୟ ମିଳି ପାରି ନଥିବା ସାଇନି ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe