/odisha-reporter/media/post_attachments/uploads/2015/10/malkangiri-student-atttempt-rape.jpg)
malkangiri-student-atttempt-rape
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପଦ୍ମଗିରିରେ ଜଣେ ଛାତ୍ରୀଙ୍କୁ ଘରେ ଛାଡ଼ି ଦେବାକୁ କହି ଗାଡିରେ ନେଉଥିବା ବେଳେ ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ଫଳରେ ଛାତ୍ରୀଜଣଙ୍କ ଚଳନ୍ତା ଗାଡିରୁ ଡେଇଁ ପଡି ଗୁରୁତର ଅହାତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପଦ୍ମଗିରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏହାସହ ଅଞ୍ଚଳବାସୀ ଅଭିଯୁକ୍ତଙ୍କୁ ମଧ୍ୟ କାବୁ କରିଛନ୍ତି।
Advertisment
ଏମଭି ୮୩ ଗାଁର ଜଣେ ଯୁବକ ସଂପୃକ୍ତ ଛାତ୍ରୀଙ୍କୁ ଘରେ ଛାଡ଼ିଦେବାକୁ କହି ନିଜ ଗାଡ଼ିରେ ବସାଇଥିଲେ। ତେବେ ଗାଡ଼ି ଭିତରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ। ଏହାକୁ ପ୍ରତିବାଦ କରି ଛାତ୍ରୀ ଜଣକ ଗାଡ଼ିରୁ ଡେଇଁ ପଡ଼ିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
