ମାଲକାନଗିରି ଜିଲ୍ଲା ମୋଟୁରେ ପ୍ରାୟ ୧୦୦ ଏକର ଜଙ୍ଗଲ ଜମି ହଡ଼ପ ଅଭିଯୋଗ ଘଟଣାରେ ନିଜ ଆଡ଼ୁ ମାମଲା କରିଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ। କିପରି ଏହି ହଡ଼ପ ଜମିରେ ଏକ ନଗର ତିଆରି ହେଲା, ସେନେଇ ନୋଟିସ କରିଛି NGT।
ଜଙ୍ଗଲ ଜମିରେ କିପରି ରାସ୍ତା, ବିଲ୍ଡିଂ ଓ ତାର ବାଡ଼ ନିର୍ମାଣ ହେଲା ପଚାରିବା ସହିତ, ମନରେଗା ସମେତ ବିଭିନ୍ନ ସରକାରୀ ଯୋଜନା ଅର୍ଥରେ ଏହି ନିର୍ମାଣକୁ ନେଇ ପ୍ରଶ୍ନ ଉଠାଇଛି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ। ଏନେଇ ପିସିସିଏଫ୍, ଜଙ୍ଗଲ ବିଭାଗ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ନୋଟିସ୍ କରାଯାଇଛି। ଡିସେମ୍ବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଅତିକମରେ ଏହାର ସପ୍ତାହେ ପୂର୍ବରୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି NGT।
Also Read
ସୂଚନାଯୋଗ୍ୟ, ମୋଟୁର ଏହି ଜମି ହଡ଼ପ ଘଟଣାକୁ ନେଇ କିଛି ଦିନ ତଳେ ରାଜନୀତି ମଧ୍ୟ ଜୋର୍ ଧରିଥିଲା। ପୂର୍ବ ସରକାରଙ୍କ ଅନୁକଂପାରେ ଏହି ଜମି ହଡ଼ପ ହୋଇଥିବା ନେଇ ବିଜେପି ଅଭିଯୋଗ କରିଥିବାବେଳେ, ଏହାକୁ ଖଣ୍ଡନ କରିଥିଲା ବିଜେଡି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି।
Crime
ବିବାହିତ ହୋଇ ବି ପାଲଟିଥିଲେ ପ୍ରେମ ପକ୍ଷୀ; ଦେଖାଦେଲା ଝଡ଼, ମିଳିଲା ଝୁଲନ୍ତା ମୃତଦେହ
ଘର ସଂସାର ଥାଇ ବି ଅନ୍ୟ ପ୍ରେମରେ ହେଉଥିଲେ ମତୁଆଲା। ମାତ୍ର ଦୁନିଆ ଏହି କଳଙ୍କିତ ପ୍ରେମକୁ ଗ୍ରହଣ କରି ନ ଥିଲା। ଫଳରେ ଉଭୟ ଫେରାର ହୋଇ ଯାଇଥିଲେ। ଆଉ ଫେରାର ହେବାର ପ୍ରାୟ ସପ୍ତାହେ ପରେ ମିଳିଛି ଉଭୟଙ୍କ ଝୁଲନ୍ତା ମୃତଦେହ।
Crime
ଭିଜିଲାନ୍ସ ପଞ୍ଝାରେ ARI; ୮ଟି ସ୍ଥାନରେ ଚାଲିଛି ଚଢାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୋରିଗୁମ୍ମା ତହସିଲ ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ ।
Crime
ପୁଲିସ ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
ମୃତ ମହିଳା କନଷ୍ଟେବଲ କଟକ ସାଇବର ଥାନାରେ କାର୍ଯ୍ୟ କରୁଥିଲେ।
Crime
ଡିଡିଟାଲ ଆରେଷ୍ଟର ମିଛ ଫାଶରେ ପଡ଼ିଗଲେ ପୂର୍ବତନ ସେନା ଅଧିକାରୀ, ଭୟରେ ଦେଇଦେଲେ ୧ କୋଟି
ଡିଜିଟାଲ ଆରେଷ୍ଟ ନେଇ ଲୋକଙ୍କୁ ସଚେତନ କରାଯାଉଥିବା ସତ୍ତ୍ୱେ ଅନେକ ସମୟରେ ସେମାନେ ଭୟଭୀତ ହୋଇ ନିଜ ଟଙ୍କା ହରାଉଛନ୍ତି।