/odisha-reporter/media/post_attachments/uploads/2015/09/vlcsnap-2015-09-18-10h07m02s369.png)
vlcsnap-2015-09-18-10h07m02s369
[caption id="attachment_33450" align="alignleft" width="300"]
ମାଓବାଦୀଙ୍କ ବନ୍ଧୁକ କାରଖାନାରୁ ଜବତ ବନ୍ଧୁକ[/caption]
ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା। କାଲିମେଳା ଥାନା ଅନ୍ତର୍ଗତ ଟେକଗୁଡା ଜଙ୍ଗଲ ଭିତରେ ଠାବ ହୋଇଛି ଏକ ବନ୍ଧୁକ ତିଆରି କାରଖାନା। ମାଓବାଦୀମାନେ ଏହି କାରଖାନା ଚଲାଇଥିବା ସମ୍ପର୍କରେ ଖବର ପାଇ ଏସଓଜି ଓ ଡିଭିଏଫ ବାହିନୀ ମିଳିତ ଚଢାଉ କରିଥିଲା। ତେବେ ପୋଲିସ ଚଢ଼ାଉ ସଂପର୍କରେ ସୂଚନା ପାଇ ମାଓବାଦୀମାନେ ସେଠାରୁ ଖସି ପଳାଇଥିଲେ। ଉକ୍ତ ବନ୍ଧୁକ କାରଖାନାରୁ ୪ଟି ବନ୍ଧୁକ, ଲେଦ୍ ମେସିନ, ୯ଟି ଟିଫିନ୍ ବୋମା, ପ୍ରେସର ମାଇନ୍ ଓ ଜିଲୋଟିନ ଭଳି ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ପଡ଼ିଆ ଦଳମର ସଦସ୍ୟମାନେ ପୋଲିସ ନିକଟରେ ଆତ୍ମ ସମର୍ପଣ କରି ଚାଲିଥିବାରୁ ନୂଆ ଲୋକଙ୍କୁ ତାଲିମ ଦେବା ପାଇଁ ଏଠାରେ ବନ୍ଧୁକ ତିଆରି ଚାଲିଥିବା ଅନୁମାନ କରାଯାଉଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ଟେକଗୁଡ଼ା ଜଙ୍ଗଲରେ କମ୍ୱିଂ ଅପରେସନକୁ ଜୋରଦାର କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
