Advertisment

ପୁଲିସ୍‌ ଓ ଓକିଲ କହି ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ

ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍‌ କରିଥିଲେ।

Malkangiri

Malkangiri

Advertisment

କେତେବେଳେ ନିଜକୁ ଏସ୍‌ଡିପିଓ କହୁଥିଲେ। ଆଉ କେତେବେଳେ ନିଜକୁ ଓଡିଶା ହାଇକୋର୍ଟର ଆଇନ୍‌ଜୀବୀ କହୁଥିଲେ। ଏମିତି କେତେ କ’ଣ ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ। ସେମାନଙ୍କ ଘର ନୟାଗଡ଼ରେ ହୋଇଥିଲେ ବେଳେ ମାଲକାନଗିରି ଲୋକଙ୍କୁ ଟାର୍ଗେଟ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ମାଲକାନଗିରି ପୁଲିସ୍‌ ୨ ଠକଙ୍କୁ ନୟାଗଡ଼ରୁ ଗିରଫ କରିଛି।

Advertisment

ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍‌ କରିଥିଲେ। ଆଉ ସେତେବେଳେ ନିଜକୁ ମାଲକାନଗିରି ଏସ୍‌ଡିପିଓ କହି କଥା ହୋଇଥିଲେ। କଥାବାର୍ତ୍ତା ଛଳରେ ଲାଞ୍ଚ ମାଗିଥିଲେ। ଏସ୍‌ଡିପିଓ ଜାଣି ସରପଞ୍ଚ ମହାଶୟ ବିଭିନ୍ନ କାମ ବାବଦକୁ ୧୮ ହଜାର ଟଙ୍କା ଦେଇଥିଲେ।

ପୁଲିସ୍‌ଙ୍କ ପରେ ପାଳି ପଡିଥିଲା ଆଇନ୍‌ଜୀବୀ। ନିଜକୁ ହାଇକୋର୍ଟର ଆଇନ୍‌ଜୀବୀ କହି ଏହି ଦୁଇ ଧ୍ରୁତ ଜୁଲାଇ ୨୨ ତାରିଖରେ ମାଲକାନଗିରିର ଜଣାଶୁଣା ଆଇନ୍‌ଜୀବୀ ରାଜେଶ ପଟ୍ଟନାୟକଙ୍କ ପାଖକୁ ଫୋନ୍‌ କରିଥିଲେ। ମେଡ଼ିକାଲ୍‌ ହେଲ୍‌ପ ପାଇଁ ୧୦ ହଜାର ଟଙ୍କା ମାଗିଥିଲେ। ତେଣୁ ନିଜର ମହାନତା ଦେଖାଇ ରାଜେଶ ଅନ୍‌ଲାଇନ୍‌ରେ ୧୦ ହଜାର ଟଙ୍କା ପଠାଇଥିଲେ।

Advertisment

ରାଜେଶଙ୍କ ପରେ ମାଲକାନଗିରିର ଆଉ ଜଣେ ଆଇନ୍‌ଜୀବୀଙ୍କୁ ଚୂନ ଲଗାଇଥିଲେ କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଠିକ୍‌ ସେମିତି ଢଙ୍ଗରେ ନିଜକୁ ହାଇକୋର୍ଟର ଆଇନ୍‌ଜୀବୀ କହି ମାଲକାନଗିରି ଓକିଲ ଗୋପାଳ ରାଓଙ୍କୁ ଫୋନ୍‌ କରି ୧୦ ହଜାର ଟଙ୍କା ମାଗିଥିଲେ। ସେ ମଧ୍ୟ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଅଭିଯୋଗ ଅନୁସାରେ ଉଭୟ ଅନେକ ଲୋକଙ୍କୁ ଫୋନ୍‌ କରି ଚୂନ ଲଗାଇଥିଲେ।

ଠକାମୀ ସମ୍ପର୍କରେ ଜାଣିପାରି ଆଇନ୍‌ଜୀବୀ ରାଜେଶ ପଟ୍ଟନାୟକ ଏନେଇ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ସେମାନଙ୍କ ଫୋନ୍‌ ନମ୍ୱରକୁ ଟ୍ରାକ୍‌ କରିଥିଲା। ତା’ପରେ ସେମାନଙ୍କ ଠକଣା ପାଇଥିଲା। ପରେ ମାଲକାନଗିରି ପୁଲିସ୍‌ ନୟାଗଡ଼ରେ ପହଞ୍ଚିଥିଲା। ନୟାଗଡ଼ ପୁଲିସ୍‌ ସହାୟତାରେ ମାଲକାନଗିରି ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି।

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe