Advertisment

୪ ବର୍ଷର ନାବାଳିକାକୁ ଦୁଷ୍କର୍ମ, କେବୁଲ ଅପରେଟର ଗିରଫ

ଘରେ ଖେଳୁଥିବା ସମୟରେ ୧୯ ବର୍ଷୀୟ ଜଣେ କେବୁଲ ଅପରେଟର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Girl

Girl

Advertisment

ସାଢେ ଚାରି ବର୍ଷର ବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଘରେ ଖେଳୁଥିବା ସମୟରେ ୧୯ ବର୍ଷୀୟ ଜଣେ କେବୁଲ ଅପରେଟର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ର ପାଲଘର ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା।

Advertisment

ସୂଚନା ଅନୁସାରେ, ବୁଧବାର (୨୮ ଅଗଷ୍ଟ) ନାବାଳିକାର ବାପାମାଆ କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ସେ ଜେଜେବାପା ଏବଂ ଜେଜେମାଆଙ୍କ ପାଖରେ ଥିଲେ। ଘରେ ଖେଳୁ ଥିବାବେଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପୁଲିସ କହିଛି ଯେ, ୧୯ ବର୍ଷୀୟ ଯୁବକ ନାବାଳିକାଙ୍କ ଘରେ କେବୁଲ ଲଗାଇବା କାର୍ଯ୍ୟରେ ନିୟୋଜିତ ଥିଲେ। ଘଟଣାର ପର ଦିନ ସକାଳେ ନାବାଳିକା ତାଙ୍କ ମାଆଙ୍କୁ ସବୁ କଥା କହିବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।

Advertisment

ଗୁରୁବାର ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଧାରା ୬୪ (ଦୁଷ୍କର୍ମ), ଭାରତୀୟ ନ୍ୟାୟ ସଂହିତା ଏବଂ ପୋକ୍ସୋ ଆକ୍ଟ ଲାଗୁ କରାଯାଇ ତଦନ୍ତ କରାଯାଉଥିବା ପୁଲିସ କହିଛି।

ସେପଟେ, ଏହି ଘଟଣା ପରେ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ କାର୍ଯ୍ୟକର୍ତ୍ତା ତଥା ସାମାଜିକ ସଂଗଠନ ଦୋଷୀ ବିରୁଦ୍ଧରେ ମୃତ୍ୟୁଦଣ୍ଡ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Sexual Assault Rape Child Abuse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe