ରାମଚନ୍ଦ୍ରନ (ଫାଇଲ ଫଟୋ)
ନିଜ ହାତରେ ଝିଅ ମଥାର ସିନ୍ଦୂର ପୋଛି ଦେଲା ବାପା। ମାତ୍ର ୩ ମାସ ତଳେ ଝିଅ ବାହା ହୋଇଥିଲା। ହେଲେ ଏବେ ସେ ବିଧବା। କାରଣ ବାହାଘରର ୩ ମାସରେ ଝିଅର ସ୍ୱାମୀଙ୍କୁ ହତ୍ୟା କରାଯାଇଛି। ଆଉ ହତ୍ୟାକାରୀ ହେଉଛି ଝିଅର ବାପା। ୩ ମାସ ତଳେ ଘରର ଜ୍ୱାଇଁ ହୋଇଥିବା ୨୪ ବର୍ଷୀୟ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଢଙ୍ଗରେ ହାଣି ହତ୍ୟା(Murder) କରିଛି ଶ୍ୱଶୁର। ଅଲଗା ଜାତିର ବିବାହ କାରଣରୁ ଏତେ ବଡ଼ ଘଟଣା ଘଟିଥିବା ପୁଲିସ୍ ଜାଣିବାକୁ ପାଇଛି।
ମୃତକ ଜଣଙ୍କ ହେଲେ ୨୪ ବର୍ଷୀୟ ରାମଚନ୍ଦ୍ରନ। ତାମିଲନାଡୁ(Tamilnadu)ର ବିରାଲିପାଟ୍ଟି ନିକଟ ରାମନାୟକ୍କାନପାଟ୍ଟିରେ ସେ ଜଣେ କ୍ଷୀର ବିକାଳି ଭାବେ କାମ କରୁଥିଲେ। କ୍ଷୀର ବିକିବା ସମୟରେ ୨୧ ବର୍ଷୀୟ ଆରତୀଙ୍କ ସହ ତାଙ୍କର ପ୍ରେମ ହୋଇ ଯାଇଥିଲା।
ବି.କମ ଦ୍ୱିତୀୟ ବର୍ଷର ଛାତ୍ରୀ ଆରତୀ ମଧ୍ୟ ସମୟକ୍ରମେ ରାମଚନ୍ଦ୍ରନଙ୍କୁ ଭଲ ପାଇବାକୁ ଲାଗିଥିଲେ। ଉଭୟଙ୍କ ପ୍ରେମ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା। ହେଲେ ପ୍ରେମରେ ବାଧା ସୃଷ୍ଟି କରିଥିଲେ ଆରତୀଙ୍କ ପରିବାର ଲୋକ। ଏହି ପ୍ରେମ ସମ୍ପର୍କକୁ ଆରତୀଙ୍କ ପରିବାର ଲୋକ ଆଦୌ ସ୍ୱୀକୃତି ଦେଇ ନଥିଲେ। ତଥାପି ଉଭୟ ୩ ମାସ ତଳେ ବିବାହ କରିଥିଲେ।
ରାମଚନ୍ଦ୍ରନ ଅଟକିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଚନ୍ଦ୍ରନ ନିଜ ପାଖରେ ରଖିଥିବା ଦା’କୁ ବାହାର କରି ରାମଚନ୍ଦ୍ରନଙ୍କୁ ଆକ୍ରମଣ କରିଥିଲେ। ରାମଚନ୍ଦ୍ରନଙ୍କ ମୁଣ୍ଡ ଓ ହାତରେ ଚୋଟ ବାଜିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଜ୍ୱାଇଁଙ୍କୁ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ଚନ୍ଦ୍ରନ। ତାଙ୍କୁ ଏବେ ପୁଲିସ୍ ଧରିବାକୁ ଉଦ୍ୟମ ଜାରି ରଖିଛି। ଏଥିପାଇଁ ଏକାଧିକ ଟିମ ଗଠନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/14/murder-2025-10-14-17-23-24.jpg)